Laxmi Bus: କଳାହାଣ୍ତିରେ ଗଡି଼ବ 'ଲକ୍ଷ୍ମୀ ବସ୍‌', ଏହି ଦିନଠୁ ମିଳିବ ସେବା
Advertisement
Article Detail0/zeeodisha/odisha1934745

Laxmi Bus: କଳାହାଣ୍ତିରେ ଗଡି଼ବ 'ଲକ୍ଷ୍ମୀ ବସ୍‌', ଏହି ଦିନଠୁ ମିଳିବ ସେବା

Laxmi Bus: ବିକାଶ ପଥରେ ଆଗଉଛି ଓଡି଼ଶା। ଗାଁ ସହ ଯୋଡି଼ ହେଉଛି ସହର। ଏଣିକି ଦୁର୍ଗମ ଅଞ୍ଚଳରୁ ଆହୁରି ସହଜ ହେବ ଯାତ୍ରା। କାହିଁକିନା ମାଲକାନଗିରି , ଗଜପତି ପରେ ଏବେ କଳହାଣ୍ତି ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍‌'। କଳାହାଣ୍ଡିରେ ଗଡ଼ିବ ବିକାଶର ଗାଡ଼ି । ପଢନ୍ତୁ ରିପୋର୍ଟ...

Laxmi Bus: କଳାହାଣ୍ତିରେ ଗଡି଼ବ 'ଲକ୍ଷ୍ମୀ ବସ୍‌', ଏହି ଦିନଠୁ ମିଳିବ ସେବା

Laxmi Bus: ବିକାଶ ପଥରେ ଆଗଉଛି ଓଡି଼ଶା। ଗାଁ ସହ ଯୋଡି଼ ହେଉଛି ସହର। ଏଣିକି ଦୁର୍ଗମ ଅଞ୍ଚଳରୁ ଆହୁରି ସହଜ ହେବ ଯାତ୍ରା। କାହିଁକିନା ମାଲକାନଗିରି , ଗଜପତି ପରେ ଏବେ କଳହାଣ୍ତି ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍‌'। କଳାହାଣ୍ଡିରେ ଗଡ଼ିବ ବିକାଶର ଗାଡ଼ି । କଳାହାଣ୍ତିରରେ ନଭେମ୍ବର ୧ ତାରିଖରେ ଏହି ବସ୍ ସେବା ଆରମ୍ଭ (Laxmi bus service start in Kalahandi)ହେବ ବୋଲି ସୂଚନା ମିଳିଛି ।  କଳାହାଣ୍ଡି ଗସ୍ତରେ ଆସି ଲକ୍ଷ୍ମୀ ବସ୍‌ ଚଳାଚଳ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)। ଏଣିକି କଳାହାଣ୍ତିର ପ୍ରତି ପଞ୍ଚାୟତରେ ଗଡି଼ବ 'ଲକ୍ଷ୍ମୀ ବସ୍‌'।  ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ବସ୍ ଚଳାଚଳ ନେଇ ସମସ୍ତ ପ୍ରସ୍ତୁତି ଶେଷ  ହୋଇଥିବା ବେଳେ ଜିଲ୍ଲାରେ ୬୩ଟି ବସ୍ ପହଞ୍ଚି ସାରିଛି। ଏବଂ ବସ୍ ରହଣୀ ନେଇ ଜିଲ୍ଲାରେ ୩୨୬ଟି ବସ ଷ୍ଟପେଜ୍‌ ନିର୍ମାଣ ହୋଇଛି । ସବୁଠୁ ବଡ଼ କଥା ହେଲା କି ରାଜଧାନୀ ଭୁବନେଶ୍ବର ଓ ପୁରୀକୁ 'ଲକ୍ଷ୍ମୀ ବସ୍‌' ଚଳାଚଳ ପାଇଁ ବି ରୋଡମ୍ୟାପ୍‌ ପ୍ରସ୍ତୁତି ଚାଲିଛି। 

Also Read: Weather Update: ପୁଣି ଫେରିବ ବର୍ଷା, ଏହି ଦିନ ଠାରୁ ବର୍ଷିବ!

ସେପଟେ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବାକୁ ଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପାଇଁ ଧର୍ମଗଡ ଉପଖଣ୍ଡରେ ଉତ୍ସାହ ବି ଦେଖିବାକୁ ମିଳିଛି। ଉପଖଣ୍ଡ ଦେଇ ଯାଇଥିବା ଚାରି ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ଦେଇ ଲକ୍ଷ୍ମୀ ବସ୍ ଚଳାଚଳ କରିବ। ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜିଲ୍ଲାରେ ୧୦୦ ସିଟ୍‌ ବିଶିଷ୍ଟ ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ, ଭବାନୀପାଟଣାରେ ନୂଆ ବସ ଟର୍ମିନାଲ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ତେବେ, ଏହା ପୂର୍ବରୁ ଅର୍ଥାତ୍ ଚଳିତ ମାସ  ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରେ ‘ଲକ୍ଷ୍ମୀ ବସ୍’(Laxmi bus services to start in Malkangiri ) ସେବା ଆରମ୍ଭ ହୋଇଥିଲା। ଯାହାକୁ ବଣ୍ଡାଘାଟିରୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik)।  ‘ଲକ୍ଷ୍ମୀ’ବସ ଯୋଜନାରେ ବସ୍‌ ଗୁଡିକ ପଞ୍ଚାୟତରୁ ବ୍ଲକ୍‌ ଓ ବ୍ଲକ୍‌ରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିଛି। 

ଦ୍ବିତୀୟ ପର୍ଯ୍ୟାୟରେ, ଅର୍ଥାତ୍ ଅକ୍ଟୋବର ୨୦ ତାରିଖରେ ଗଜପତି ଜିଲ୍ଲାରେ ଏହି ସେବା ଆରମ୍ଭ ହୋଇଥିଲା। ଗ୍ରାମାଞ୍ଚଳବାସୀଙ୍କୁ ଉତ୍ତମ ଯାତାୟାତ ସେବା ପ୍ରଦାନ ଲକ୍ଷ୍ୟରେ ରାଜ୍ୟ ସରକାର 'ଲକ୍ଷ୍ମୀ' ବସ୍ (Laxmi Yojana) ଯୋଜନା ଆରମ୍ଭ କରିଛନ୍ତି। ଗାଁର ଚାଷୀ, ଛାତ୍ରଛାତ୍ରୀ, ମା' ସମସ୍ତେ ଏହା ମାଧ୍ୟମରେ ଉପକୃତ ହେବେ। ରାଜ୍ୟ ଅର୍ଥନୀତି ଆହୁରି ମଜଭୁତ ହେବା ସହ ଗାଁ ଗାଁରେ ସମୃଦ୍ଧି ଆସିବ ବୋଲି ଆଶା କରାଯାଉଛି। ସେବା -ସୁରକ୍ଷା ଏବଂ ସମ୍ମାନ ଏହି ତିନି ଏସ୍ କୁ ଗୁରୁତ୍ବ ଦେଇ ଲକ୍ଷ୍ମୀ ବସ୍ ଯୋଜନା ରାଜ୍ୟରେ ଆରମ୍ଭ ହୋଇଛି । ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ  ଆଗାମୀ ଦିନରେ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ।  ଆଗାମୀ ଦିନରେ ନବରଙ୍ଗପୁର, କୋରାପୁଟ, ରାୟଗଡା ଓ କନ୍ଧମାଳ ଜିଲ୍ଲାରେ ବସ୍ ସେବା ଆରମ୍ଭ ହେବ ।