Biju Patnaik Centre: JNUରେ ବିଜୁ ପଟ୍ଟନାୟକ ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ରାଜ୍ୟ ସରକାର ଦେବେ ୧୦ କୋଟି
Advertisement
Article Detail0/zeeodisha/odisha2094903

Biju Patnaik Centre: JNUରେ ବିଜୁ ପଟ୍ଟନାୟକ ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ରାଜ୍ୟ ସରକାର ଦେବେ ୧୦ କୋଟି

Biju Patnaik Centre in JNU:  ରବିବାର ଓଡିଶା ସରକାର ଓ ଜେଏନୟୁ ମଧ୍ଯରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ଏହି ଅବସରରେ ଜେଏନୟୁ କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡ଼ି ପଣ୍ତିତ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ।

ସୌଜନ୍ୟ-ସୋସିଆଲ ମିଡିଆ

Biju Patnaik Centre in JNU:  ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (JNU)ରେ ଓଡ଼ିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ହେବ । ଏନେଇ ରବିବାର ଓଡିଶା ସରକାର ଓ ଜେଏନୟୁ ମଧ୍ଯରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ଏହି ଅବସରରେ ଜେଏନୟୁ କୁଳପତି ପ୍ରଫେସର (Vice-chancellor of Jawaharlal Nehru University) ଶାନ୍ତିଶ୍ରୀ ଧୁଲିପୁଡ଼ି ପଣ୍ତିତ (Santishree Dhulipudi Pandit)  ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ (CM Naveen Patnaik) ଭେଟି ଆଲୋଚନା କରିଛନ୍ତି ।

ଆଲୋଚନା ସମୟରେ ପ୍ରଫେସର ପଣ୍ତିତ ଓଡିଶାର ପ୍ରତ୍ୟେକ କ୍ଷେତ୍ରରେ ଦୃଶ୍ୟମାନ ହେଉଥିବା ପରିବର୍ତ୍ତନ କଥା କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଏହି ପରିବର୍ତ୍ତନଶୀଳ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହାସହ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ସେ ପ୍ରଶଂସା କରିବା ସହ ଏଥିପାଇଁ ଜେଏନୟୁରେ ହେବାକୁ ଥିବା ବିଜୁ ପଟ୍ଟନାୟକ ସ୍ବତନ୍ତ୍ର  କେନ୍ଦ୍ର ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ ବୋଲି କୁଳପତି କହିଛନ୍ତି ।

ସୂଚନାଯୋଗ୍ୟ, ଜେଏନୟୁରେ ପ୍ରତିଷ୍ଠା ହେବାକୁ ଥିବା ଏହି କେନ୍ଦ୍ର ପାଇଁ ରାଜ୍ୟ ସରକାର (Odisha government) ୧୦ କୋଟି ଟଙ୍କା ପ୍ରଦାନ କରିବେ । ଓଡ଼ିଆ ପାଠ୍ୟକ୍ରମ ପାଇଁ ବିଜୁ ପଟ୍ଟନାୟକ ସ୍ବତନ୍ତ୍ର କେନ୍ଦ୍ର ସହ ଓଡ଼ିଆ ଅଧ୍ଯୟନ ପାଇଁ ଏକ ମାଷ୍ଟର ପ୍ରୋଗ୍ରାମ ଆରମ୍ଭ ହେବ । ଶ୍ରୀ ଜଗନ୍ନାଥ ସଂସ୍କୃତି, ବିଜୁ ପଟ୍ଟନାୟକଙ୍କ ନେତୃତ୍ବ ଓ ଶାସନ ବିଷୟରେ ଅଧ୍ଯୟନ କରାଯିବ । ଏଥିସହ ପ୍ରାଚୀନ ଓଡ଼ିଆ ସାହିତ୍ୟର ପାଣ୍ତୁଲିପି ଅନୁସରଣ କରାଯିବ ।

Also Read-Jagannath Temple: ଶ୍ରୀମନ୍ଦିର ଉତ୍ତର ଦ୍ବାର ଗୁମୁଟରରେ ବିରାଟ ଫାଟ, ମରାମତି କରିବ ଏଏସଆଇ