Odisha News: ବିଦ୍ୟାଳୟ ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି
Advertisement

Odisha News: ବିଦ୍ୟାଳୟ ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି

ରାଜ୍ୟର  ପଞ୍ଚାବନ  ହଜାର ବିଦ୍ୟାଳୟରେ  କାମ କରୁଥିବା ଏକ ଲକ୍ଷ ଦଶ  ହାଜର  ପାଚିକା  ଓ  ସହାୟିକା  ଉପକୃତ  ହେବେ ଏହି  ବର୍ଦ୍ଧିତ  ପାରିଶ୍ରମିକ  ପିଛିଲା  ଭାବେ  ଅକ୍ଟୋବର  ୨୦୨୩ରୁ  ଲାଗୁ  ହେବ।

Odisha News: ବିଦ୍ୟାଳୟ ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି

Odisha News: ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି। ପାଚିକା ଓ   ସହାୟିକା ମାନଙ୍କ ପାରିଶ୍ରମିକ ରାଶି ୧,୪୦୦ ଟଙ୍କା ରୁ ୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।  ଏହା ଦ୍ୱାରା ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପାଚିକା ଓ  ସହାୟିକା ଉପକୃତ ହେବେ। ଏଥି ପାଇଁ ରାଜ୍ୟ ସରକାର ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଏହା ସହିତ ପାଚିକା ଏବଂ  ସହାୟିକା ଯଦି ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁବରଣ କରନ୍ତି ତେବେ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମଧ୍ୟ ପ୍ରଦାନ କରାଯିବ। ଏହି  ନିଷ୍ପତ୍ତି  ଫଳରେ  ରାଜ୍ୟର  ପଞ୍ଚାବନ  ହଜାର ବିଦ୍ୟାଳୟରେ  କାମ କରୁଥିବା ଏକ ଲକ୍ଷ ଦଶ  ହାଜର  ପାଚିକା  ଓ  ସହାୟିକା  ଉପକୃତ  ହେବେ ଏହି  ବର୍ଦ୍ଧିତ  ପାରିଶ୍ରମିକ  ପିଛିଲା  ଭାବେ  ଅକ୍ଟୋବର  ୨୦୨୩ରୁ  ଲାଗୁ  ହେବ।

ବିଦ୍ର: ଏହି ଆର୍ଟିକିଲରେ ପ୍ରଦାନ ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଛି। ଏଥିରେ ଜୀ ଓଡି଼ଶା ନ୍ୟୁଜର ନିଜସ୍ୱ ତଥ୍ୟ ନୁହେଁ।