IAS Reshuffle: ଦିଲ୍ଲୀ ଆବାସିକ କମିଶନର ଯିଏ କେବିକେ ପ୍ରଶାସକ ବି ସିଏ, ପୁଣି ରାଜସ୍ୱ ପାର୍ଷଦ ସଦସ୍ୟ ବି ସିଏ
Advertisement
Article Detail0/zeeodisha/odisha1850313

IAS Reshuffle: ଦିଲ୍ଲୀ ଆବାସିକ କମିଶନର ଯିଏ କେବିକେ ପ୍ରଶାସକ ବି ସିଏ, ପୁଣି ରାଜସ୍ୱ ପାର୍ଷଦ ସଦସ୍ୟ ବି ସିଏ

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କ ସଚିବ ଭିକେ ପାଣ୍ଡିଆନ୍‍ ବିଭିନ୍ନ ଜିଲ୍ଲା ବୁଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଲୋକଙ୍କ ଅଭିଯୋଗ ସଂଗ୍ରହ କରିବା, ଲୋକଙ୍କ ସୁଖ ଦୁଃଖ ବୁଝି ତାହାକୁ ସମାଧାନ କରିବା ତଥା ଉନ୍ନୟନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିଆ ଯାଇଥିବେ ପଦକ୍ଷେପକୁ ଏକ ରାଜନୀତିକ ଅସ୍ତ୍ର ଭାବେ ବିରୋଧି ଗ୍ରହଣ କରିଛନ୍ତି। ସେହି ଚର୍ଚ୍ଚା ଥମି ନଥିବାବେଳେ ରାଜ୍ୟ ସରକାରଙ୍କ ଏପରି ଏକ ନିଷ୍ପତ୍ତି ଲୋକଙ୍କ ଭ୍ରୁକୁଞ୍ଚନ କରିଛି।

IAS Reshuffle: ଦିଲ୍ଲୀ ଆବାସିକ କମିଶନର ଯିଏ କେବିକେ ପ୍ରଶାସକ ବି ସିଏ, ପୁଣି ରାଜସ୍ୱ ପାର୍ଷଦ ସଦସ୍ୟ ବି ସିଏ

IAS Reshuffle: ଭୁବନେଶ୍ୱର: ଓଡ଼ିଶାରେ ରାଜନୀତିକ ନୁହେଁ ଅମଲାତନ୍ତ୍ରର ଶାସନ ଚାଲିଛି ବୋଲି ବିଭିନ୍ନ ସ୍ଥାନରେ ଆଲୋଚନା ହୁଏ। ଆଉ ଏହାର ଏକ ସଦ୍ୟତମ ଉଦାହରଣ ଏବେ ଗୋଟିଏ ସରକାରୀ ଆଦେଶ ବଳରେ ସାମ୍ନାକୁ ଆସିଛି। ଏହି ସରକାରୀ ଆଦେଶ ଅନୁସାରେ ଦିଲ୍ଲୀରେ ରହୁଥିବା ଓଡ଼ିଶା ସରକାରଙ୍କ ଆବାସିକ କମିଶନର ରାଜ୍ୟର ପଛୁଆ ଅଞ୍ଚଳ ଭାବେ ପରିଚିତ କେବିକେ ଅଞ୍ଚଳର ପ୍ରଶାସକ ସହିତ ଅତିରିକତ ଭାବେ କଟକ ରାଜସ୍ୱ ପାର୍ଷଦଙ୍କ ସଦସ୍ୟ  ଦାୟିତ୍ୱ ବି ବହନ କରିବେ। ଖାଲି ସେତିକି ନୁହେଁ, ଉନ୍ନୟନ ସଚିବଙ୍କ ଜଳସେଚନ ବିଭାଗର ଅତିରିକ୍ତ ଦାୟିତ୍ୱ ସହ ଏବେ ଗୋପବନ୍ଧୁ ପ୍ରଶାସନିକ ତାଲିମ ଅନୁଷ୍ଠାନର ଦାୟିତ୍ୱ ବି ବୁଝିବାକୁ ହେବ। 

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁସାରେ ସାଧାରଣ ପ୍ରଶାସନ ବିଭାଗ ଏହି ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଆଇଏଏସ୍‍ ଅଧିକାରୀ ରାଜକୁମାର ଶର୍ମାଙ୍କ ଅବସର ପରେ ସେ ଗ୍ରହଣ କରିଥିବା ଦୁଇଟି ଦାୟିତ୍ୱକୁ ସରକାର ଏହିଦୁଇ ଅଧିକାରୀଙ୍କ ଭିତରେ ବଣ୍ଟନ କରିଛନ୍ତି। ଫଳରେ କେବିକେର ମୁଖ୍ୟ ପ୍ରଶାସକ ସିଜେ ଭନୁ ଗୋପାଳ ଦିଲ୍ଲୀଠାରେ ଡ଼ିଶାର ଆବାସିକ କମିଶନର ସହ ଏବେ କଟକରେ ରାଜସ୍ୱ ପାର୍ଷଦ ସଦସ୍ୟ ଦାୟିତ୍ୱ ବି ତୁଲାଇବେ। ସେହିପରି ଉନ୍ନୟନ କମିଶନର ଅନୁଗର୍ଗ ଜଳ ସମ୍ପ ବିଭାଗ ସହ ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। 

 ଅବଶ୍ୟ ଏହା ସତ୍ୟ ଯେ ରାଜ୍ୟରେ ଆଇଏଏସ୍‍ ଅଧିକାରୀଙ୍କ ସଂଖ୍ୟା ଧାର୍ଯ୍ୟ ସଂଖ୍ୟାଠାରୁ କମ୍‍ ରହିଛି। କିନ୍ତୁ ଏ ସମସ୍ୟା କେବଳ ଆମ ରାଜ୍ୟରେ ନୁହେଁ ବରଂ ସାରା ଭାରତବର୍ଷରେ ଦେଖିବାକୁ ମିଳେ। ହେଲେ କୌଣସି ରାଜ୍ୟରେ ଦିଲ୍ଲୀରେ ଅବସ୍ଥାପିତ ଜଣେ ଅଧିକାରୀଙ୍କୁ ରାଜ୍ୟର ପଛୁଆଅଞ୍ଚଳ ବିକାଶ ଲାଗି ଦାୟିତ୍ୱ ଦିଆଯାଇଥିବାର ନଜୀର ନାହିଁ। 

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କ ସଚିବ ଭିକେ ପାଣ୍ଡିଆନ୍‍ ବିଭିନ୍ନ ଜିଲ୍ଲା ବୁଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଲୋକଙ୍କ ଅଭିଯୋଗ ସଂଗ୍ରହ କରିବା, ଲୋକଙ୍କ ସୁଖ ଦୁଃଖ ବୁଝି ତାହାକୁ ସମାଧାନ କରିବା ତଥା ଉନ୍ନୟନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିଆ ଯାଇଥିବେ ପଦକ୍ଷେପକୁ ଏକ ରାଜନୀତିକ ଅସ୍ତ୍ର ଭାବେ ବିରୋଧି ଗ୍ରହଣ କରିଛନ୍ତି। ସେହି ଚର୍ଚ୍ଚା ଥମି ନଥିବାବେଳେ ରାଜ୍ୟ ସରକାରଙ୍କ ଏପରି ଏକ ନିଷ୍ପତ୍ତି ଲୋକଙ୍କ ଭ୍ରୁକୁଞ୍ଚନ କରିଛି।

Also Read: General Election: ନିର୍ବାଚନ ପୂର୍ବରୁ ରାଜନୈତିକ ଦଳକୁ 'ସୁପ୍ରିମ' ଛାଟ, ଏଣିକି 'ମାଗଣା ସେବା' ଘୋଷଣା ପୂର୍ବରୁ ଲୋଡ଼ିବେ ଅନୁମତି

Also Read: Health Update:ଜାଣିଛନ୍ତି କି, ଛିଙ୍କିବା ସମୟରେ କାହିଁକି ଆଖି ବନ୍ଦ ହୋଇଯାଏ ?

Also Read: Odisha News: ବିଜେଡ଼ିରୁ ବହିଷ୍କୃତ ହେଲେ ଏହି ବଡ଼ ନେତା !