Dr Shankar Ramchandani: ମହାନତାର ଅନ୍ୟ ନାମ ଡାକ୍ତର ଶଙ୍କର ରାମ ଚନ୍ଦାନୀ, ନିଜ ଶେଷ ସମ୍ପତ୍ତିକୁ...
Advertisement
Article Detail0/zeeodisha/odisha1956959

Dr Shankar Ramchandani: ମହାନତାର ଅନ୍ୟ ନାମ ଡାକ୍ତର ଶଙ୍କର ରାମ ଚନ୍ଦାନୀ, ନିଜ ଶେଷ ସମ୍ପତ୍ତିକୁ...

Dr Shankar Ramchandani: ମହାନତାର ଅନ୍ୟ ନାମ ଡାକ୍ତର ଶଙ୍କର ରାମ ଚନ୍ଦାନୀ (Dr Shankar Ramchandani)। ପୁଣି ଥରେ ଚର୍ଚ୍ଚାରେ ଟଙ୍କିକିଆ କ୍ଲିନିକର ମାଲିକ ଡାକ୍ତର ଶଙ୍କର ରାମ ଚନ୍ଦାନୀ । ନିଃସ୍ବାର୍ଥ ରୋଗୀ ସେବା ଓ ଗରିବଙ୍କ ସେବା ପାଇଁ ସବୁବେଳେ ତତ୍ପର ଥିବା ଏହି ଡାକ୍ତର ପୁଣି ଥରେ ରାଜ୍ୟବାସୀଙ୍କ ହୃଦୟ ଜିତିଛନ୍ତି । 

Dr Shankar Ramchandani: ମହାନତାର ଅନ୍ୟ ନାମ ଡାକ୍ତର ଶଙ୍କର ରାମ ଚନ୍ଦାନୀ, ନିଜ ଶେଷ ସମ୍ପତ୍ତିକୁ...

Dr Shankar Ramchandani: ମହାନତାର ଅନ୍ୟ ନାମ ଡାକ୍ତର ଶଙ୍କର ରାମ ଚନ୍ଦାନୀ (Dr Shankar Ramchandani)। ପୁଣି ଥରେ ଚର୍ଚ୍ଚାରେ ଟଙ୍କିକିଆ କ୍ଲିନିକର ମାଲିକ ଡାକ୍ତର ଶଙ୍କର ରାମ ଚନ୍ଦାନୀ । ନିଃସ୍ବାର୍ଥ ରୋଗୀ ସେବା ଓ ଗରିବଙ୍କ ସେବା ପାଇଁ ସବୁବେଳେ ତତ୍ପର ଥିବା ଏହି ଡାକ୍ତର ପୁଣି ଥରେ ରାଜ୍ୟବାସୀଙ୍କ ହୃଦୟ ଜିତିଛନ୍ତି । କାହିଁକିନା, ବୁର୍ଲା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଥିବା ଏହି ଡାକ୍ତର ବରଗଡ଼ ସ୍ଥିତ ପଦ୍ମପୁରରେ ଥିବା  ନିଜ ପାଞ୍ଚ ଡିସିମିଲ୍ ଜମିକୁ ବୃଦ୍ଧାଶ୍ରମକୁ  (Old Age Home) ଦାନ (donate) କରିବାକୁ ନିଷ୍ପତି ନେଇଛନ୍ତି । ଏହି ୫ ଡିସିମିଲ୍ ଜମି ତାଙ୍କର ଶେଷ ସମ୍ପତ୍ତି (last Property)। ଏନେଇ ସେ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି।  ତେବେ, ଡାକ୍ତରଙ୍କ ଏହି ମହାନ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୁରି ଭୁରି ପ୍ରଂଶାସ କରୁଛନ୍ତି। 

fallback

Also Read: Manoj Mishra: ଓଲିଉଡ କଳି ନ ଛିଡୁଣୁ , ଆସୁଛି ମିନୋଜ ମିଶ୍ରଙ୍କ ଆଉ ଏକ ଫିଲ୍ମ

ସେହିପରି ଅକ୍ଟୋବର ୧୯ରେ ଡାକ୍ତର ଶଙ୍କର ରାମ ଚନ୍ଦାନୀ (Dr Shankar Ramchandani) ଗରିବ ଚାଷୀଙ୍କ ପାଇଁ 'ଜୟ କିଶାନ କ୍ଲିନିକ୍'  (Jai Kisan Clinic)ର ଶୁଭାରମ୍ଭ କରିଥିଲେ। ନିକଟରେ ପାରାକ୍ୟୁଇଟ କୀଟନାଶକ ଆନ୍ଦୋଳନ ପରେ ଚାଷୀଙ୍କର ଅନୁରୋଧ କ୍ରମେ ଜୟ କିଶାନ କ୍ଲିନିକ ଆରମ୍ଭ କରିଥିଲେ ଡାକ୍ତର ରାମ ଚନ୍ଦାନୀ ।  କ୍ଲିନିକଟି ପ୍ରତି ମାସରେ ଆବଶ୍ୟକତା ଅନୁଯାୟୀ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ମୋବାଇଲ ୟୁନିଟ ଭଳି କାମ କରୁଛି। ଏହି କ୍ଲିନିକଟି ଚାଷୀଙ୍କ ନିକଟରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାରେ ସକ୍ଷମ ହେଉଛି। ଚାଷୀଙ୍କର ସ୍ବାସ୍ଥ୍ୟକୁ ନେଇ ଏହା ଏକ ନୂତନ ଅଧ୍ୟାୟ ଆରମ୍ଭ କହିଲେ ଅତ୍ୟକ୍ତି ହେବ ନାହିଁ। 

ବୁର୍ଲା ଭିମସାରରେ ( Asst Professor) ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଡାକ୍ତର ଶଙ୍କର କାର୍ଯ୍ୟରତ। ସେ ବରଗଡର ପଦ୍ମପୁର ବାସିନ୍ଦା। ଗରିବଙ୍କୁ ସାହାଯ୍ୟ କରିବା ମାତ୍ର ଏକ ଟଙ୍କାରେ ଲୋକଙ୍କୁ ଚିକିତ୍ସା କରିବାକୁ ନେଇ ଡାକ୍ତର ଶଙ୍କର ପଶ୍ଚିମ ଓଡିଶା ତଥା ରାଜ୍ୟରେ ପ୍ରସିଦ୍ଧ। ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଡାକ୍ତର ଗତବର୍ଷ ଭିକ୍ଷୁକଙ୍କ ପାଇଁ ବି ଏକ ମାଗଣା କ୍ଲିନିକ ଖୋଲିଥିଲେ। ଏହି କ୍ଲିନିକରେ ମାସକୁ ଦୁଇ ଦିନ ସେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଦିନେ ଭିମସାରରେ ଭିକ୍ଷୁକମାନଙ୍କୁ ମାଗଣା ଚିକିତ୍ସା ଓ ଆଉ ଦିନ ନିଜ ଜନ୍ମମାଟି ପଦ୍ମପୁରରେ ଏହି ସେବା ପ୍ରଦାନ କରୁଛନ୍ତି। ଡାକ୍ତର ଶଙ୍କରଙ୍କ କ୍ଲିନିକରେ ମାଗଣା ଔଷଧ ଯୋଗାଇ ଦେବା  ସହ ମାଗଣାରେ ଇସିଜି ଓ ମଧୁମେହ ପରୀକ୍ଷା ବି କରାଉଛନ୍ତି। କୋରୋନା ସମୟରେ ନିଜର ଇନସେନଟିଭ୍ ଟଙ୍କାକୁ କୋଭିଡ୍ ମୃତକଙ୍କ ପରିବାରକୁ ବାଣ୍ଟି ଚର୍ଚ୍ଚାକୁ ଆସିଥିଲେ ଡାକ୍ତର ରାମ ଚନ୍ଦାନୀ  ।