Top 10 News: ପରୀକ୍ଷାରେ କପି କଲେ ୧୦ ଲକ୍ଷ ଟଙ୍କା ଜରିମାନା, ୭ ବର୍ଷ ପରେ ଜଣେ SI ହୋଇପାରିବେ ଇନ୍ସପେକ୍ଟର, ପଢ଼ନ୍ତୁ ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2513461

Top 10 News: ପରୀକ୍ଷାରେ କପି କଲେ ୧୦ ଲକ୍ଷ ଟଙ୍କା ଜରିମାନା, ୭ ବର୍ଷ ପରେ ଜଣେ SI ହୋଇପାରିବେ ଇନ୍ସପେକ୍ଟର, ପଢ଼ନ୍ତୁ ୧୦ ବଡ଼ ଖବର

Top 10 News Headlines: କେନ୍ଦ୍ରର ମାର୍ଗ ଦର୍ଶନରେ ଓଡ଼ିଶା ବିଭିନ୍ନ ସରକାରୀ ଚାକିରି ପାଇଁ ନୂଆ ନୀତି ଆପଣାଇଛି। ଚାକିରି ପାଇଁ ହେଉଥିବା ପରୀକ୍ଷା ବା ଇଣ୍ଟରଭ୍ୟୁରେ ଅସାଧୁ ଉପାୟକୁ ରୋକ୍‍ ଦେବା ଲାଗି ସରକାରଙ୍କ ପକ୍ଷରୁ ଏହି ନିୟମରେ କଡ଼ା ଦଣ୍ଡ ବିଧାନ କରାଯାଇଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

 

Top 10 News Headlines 13 November 2024

Top 10 News Headlines 13 November 2024: H1. Cabinet Approves To Prevent Malpractice In Public Exam: କେନ୍ଦ୍ରର ମାର୍ଗ ଦର୍ଶନରେ ଓଡ଼ିଶା ବିଭିନ୍ନ ସରକାରୀ ଚାକିରି ପାଇଁ ନୂଆ ନୀତି ଆପଣାଇଛି। ଚାକିରି ପାଇଁ ହେଉଥିବା ପରୀକ୍ଷା ବା ଇଣ୍ଟରଭ୍ୟୁରେ ଅସାଧୁ ଉପାୟକୁ ରୋକ୍‍ ଦେବା ଲାଗି ସରକାରଙ୍କ ପକ୍ଷରୁ ଏହି ନିୟମରେ କଡ଼ା ଦଣ୍ଡ ବିଧାନ କରାଯାଇଛି। ଓଡ଼ିଶା ସରକାରଙ୍କ ବିଭିନ୍ନ ସେବା  ପାଇଁ ପରିଚାଳିତ ହେଉଥିବା ପରୀକ୍ଷାରେ ଯଦି କେହି ଅସାଧୁ ଉପାୟ ଆପଣାଉଛନ୍ତି ତେବେ ତାଙ୍କ ପାଇଁ ୫ ବର୍ଷ ଜେଲ ଓ ୧୦ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ବ୍ୟବସ୍ଥା କରିଛନ୍ତି ସରକାର। 

H2. Odisha Govt Relaxes Service Criteria For Police SI: ଏଣିକି ୭ ବର୍ଷ ପରେ ଜଣେ ଏସ୍‌ଆଇ ହୋଇପାରିବେ ଇନ୍ସପେକ୍ଟର। ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ଖସାଇଲେ ରାଜ୍ୟ ସରକାର। ପୂର୍ବରୁ ୧୦ ବର୍ଷ ପରେ ଜଣେ ଏସ୍‌ଆଇ ଇନ୍ସପେକ୍ଟର ହେଉଥିଲେ। ବର୍ତ୍ତମାନ ଚାକିରିର ୭ ବର୍ଷ ପରେ ପଦୋନ୍ନତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

H3. Inter Ministerial Committee: ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯିବ। ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

H4. 342 crore for cow treatment: ରାଜ୍ୟ ସରକାର ଗୋ ପାଳନକୁ ପ୍ରୋତ୍ସାହିତ କରିବା ଏବଂ ଗୋ ସମ୍ପଦର ବିକାଶ ଲାଗି ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ଆଜି କ୍ୟାବିନେଟରେ ପାରିତ ହୋଇଏହାସହଥିବା ଏହି ନିଷ୍ପତ୍ତି ଅନୁସାରେ ଗୋମାତାର ସୁରକ୍ଷା, ବଂଶବୃଦ୍ଧି ଲାଗି  ସରକାର ୩୪୨ କୋଟି ଟଙ୍କା ଖର୍ଚ୍ଚ କରିବେ।  ଏହାସହ ଆହୁରି ୫ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। 

H5. Many trains rescheduled: ଦେଶରେ ପାର୍ବଣ ଋତୁ ସରିଛି। ବର୍ତ୍ତମାନ ଲୋକମାନେ ନିଜ କାମକୁ ଫେରିବା ଆରମ୍ଭ କରିଛନ୍ତି। ଏଥିପାଇଁ ରେଳବାଇ ପ୍ରତିଦିନ ଅନେକ ନୂଆ ଟ୍ରେନ୍ ଚଳାଚଳ କରୁଛି। ବର୍ତ୍ତମାନ ଖବର ସେହି ଯାତ୍ରୀ ମାନଙ୍କୁ ନିରାଶ କରିପାରେ, ଯେଉଁମାନେ ନିଜ ଘରୁ କର୍ମକ୍ଷେତ୍ରକୁ ଫେରିବାକୁ ଅପେକ୍ଷା କରିଛନ୍ତି। ଉତ୍ତର ପୂର୍ବାଞ୍ଚଳ ରେଳବାଇ ଅନୁଯାୟୀ ୨୫ଟି ଫେଷ୍ଟିଭାଲ୍ ସିଜନ୍ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି।

H6. ISRO Spadex Mission: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ପୁଣି ଥରେ ଡିସେମ୍ବରରେ ଏକ ନୂତନ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହୋଇଥିଲା। ବର୍ତ୍ତମାନ ISRO ସ୍ପେଡେକ୍ସ ମିଶନ ସହିତ ଭାରତୀୟ ମହାକାଶ ଇତିହାସରେ ପ୍ରଥମ ପରୀକ୍ଷଣ କରିବାକୁ ପ୍ରସ୍ତୁତ ହେଉଛି। ସ୍ପେଡକ୍ସ ମିଶନରେ ଦୁଇଟି ଭିନ୍ନ ମହାକାଶଯାନକୁ ଯୋଡିବାକୁ ISRO ଯୋଜନା କରିଛି।

H7. EPFO Wages Hike Update: ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପରେ ସାରା ଦେଶରେ କୋଟି କୋଟି କର୍ମଚାରୀ ଆଉ ଏକ ଖୁସି ଖବର ପାଇବାକୁ ଯାଉଛନ୍ତି। ହଁ ଆଜ୍ଞା, ବର୍ତ୍ତମାନ କେନ୍ଦ୍ର ସରକାର କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଅଧୀନରେ ସର୍ବନିମ୍ନ ଦରମା ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ଦରମା ବୃଦ୍ଧି ପାଇଁ ଯଦି ନିଷ୍ପତ୍ତି ନିଆଯାଏ, ତେବେ ଏହାର ଉଦ୍ଦେଶ୍ୟ କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ମଜବୁତ କରିବା।

H8. Madras High Court: ପ୍ରେମୀଯୁଗଳଙ୍କ ମଧ୍ୟରେ ଆଲିଙ୍ଗନ ଏବଂ ଚୁମ୍ବନ ସ୍ୱାଭାବିକ। ଏହାକୁ ଅପରାଧ ବୋଲି ବିବେଚନା କରାଯାଇପାରିବ ନାହିଁ। ଏକ ଆବେଦନ ଶୁଣାଣି କରିବା ବେଳେ ମାଡ୍ରାସ ହାଇକୋର୍ଟ ଏହା କହିଛନ୍ତି। ଅଭିଯୁକ୍ତ ଯୁବକଙ୍କୁ ଆଶ୍ୱସ୍ତି ଦେଇ କୋର୍ଟ ଭାରତୀୟ ଦଣ୍ଡବିଧି ଆଇନର ଧାରା 354A ଅନୁଯାୟୀ ଅପରାଧିକ ମାମଲା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

H9. Afridi back as No. 1 ODI bowler: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବୁଧବାର ଦିନ ODI ଏବଂ ଟି-୨୦ ଖେଳାଳିଙ୍କ ଲଟେଷ୍ଟ ର଼୍ୟାଙ୍କିଙ୍ଗ୍ ଜାରି କରିଛି। ପାକିସ୍ତାନର ଷ୍ଟାର ଫାଷ୍ଟ ବୋଲର ଶାହିନ୍ ଆଫ୍ରିଦି ପୁଣି ଥରେ ଦିନିକିଆରେ ନମ୍ବର ODI ବୋଲର ହୋଇଛନ୍ତି। ସେ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କଠାରୁ ଏହି ସ୍ଥାନ ଛଡ଼ାଇ ନେଇଛନ୍ତି। ସେ ତିନୋଟି ସ୍ଥାନ ଉପରକୁ ଉଠି ଶୀର୍ଷରେ ପହଞ୍ଚିଛନ୍ତି।

H10. India vs south africa 3rd T20I: ବୁଧବାର ଦିନ ସୁପରପୋର୍ଟ ପାର୍କରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଆଫ୍ରିକା ଅଧିନାୟକ ଆଡେନ ମାର୍କ୍ରାମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରୁଛି। ରମଣଦୀପ ସିଂ  ଏହି ମ୍ୟାଚରେ ଡେବ୍ୟୁ କରୁଛନ୍ତି, ହାର୍ଦ୍ଦିକ ତାଙ୍କୁ ଭାରତୀୟ କ୍ୟାପ୍ ଦେଇଥିଲେ। ରମଣଦୀପ ଆବେଶ ଖାନଙ୍କ ସ୍ଥାନ ନେଇଛନ୍ତି।