Odisha News: ବାପଝିଅ ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା: ଚନ୍ଦନଙ୍କ ମୃତଦେହ ଉଦ୍ଧାର, ଏବେବି ନିଖୋଜ କୁନିଝିଅ
Advertisement
Article Detail0/zeeodisha/odisha1892742

Odisha News: ବାପଝିଅ ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା: ଚନ୍ଦନଙ୍କ ମୃତଦେହ ଉଦ୍ଧାର, ଏବେବି ନିଖୋଜ କୁନିଝିଅ

ବୁଧବାର ରାତିରେ ଆଖୁଆପଦାଠାରେ ବ୍ରାହ୍ମଣୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଚନ୍ଦନଙ୍କର ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ନିଖୋଜର ପ୍ରାୟ ୩୫ ଘଣ୍ଟା ପରେ ଚନ୍ଦନଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ତେବେ ଚନ୍ଦନଙ୍କ ସହିତ ତାଙ୍କ କୁନି ଝିଅର ମୃତଦେହ ଏବେ ସୁଦ୍ଧା ପତ୍ତା ମିଳିନି। ମୃତଦେହକୁ ଭିଣୋଇ ରବୀନ୍ଦ୍ର ସାହୁ ଚିହ୍ନଟ

Odisha News: ବାପଝିଅ ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା: ଚନ୍ଦନଙ୍କ ମୃତଦେହ ଉଦ୍ଧାର, ଏବେବି ନିଖୋଜ କୁନିଝିଅ

Odisha News ଭୁବନେଶ୍ୱର: ବୁଧବାର ରାତିରେ ଆଖୁଆପଦାଠାରେ ବ୍ରାହ୍ମଣୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଚନ୍ଦନଙ୍କର ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ନିଖୋଜର ପ୍ରାୟ ୩୫ ଘଣ୍ଟା ପରେ ଚନ୍ଦନଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ତେବେ ଚନ୍ଦନଙ୍କ ସହିତ ତାଙ୍କ କୁନି ଝିଅର ମୃତଦେହ ଏବେ ସୁଦ୍ଧା ପତ୍ତା ମିଳିନି। ମୃତଦେହକୁ ଭିଣୋଇ ରବୀନ୍ଦ୍ର ସାହୁ ଚିହ୍ନଟ କରିଥିବା ନେଇ ସୂଚନା ରହିଛି। 

ମିଳିଥିବା ସୂଚନା ଅନୁଯାୟୀ ମାନସିକ ଚାପରେ ରହିଥିବା ଚନ୍ଦନ ଓ ତାଙ୍କ କୁନିଝିଅଙ୍କୁ ଧରି ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ଭଉଣୀଙ୍କୁ ଶେଷଥର ପାଇଁ ଫୋନ କରିଥିଲେ। ଯାହାର ଅଡିଓ କଲ ଏବେ ଭାଇରାଲ ହେବାରେ ଲାଗିଛି। ସେପଟେ ସୁରତରେ ଚନ୍ଦନଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିବା ନେଇ ସୂଚନା ରହିଛି। ସେବେଠାରୁ ଚନ୍ଦନ ମାନସିକ ଯନ୍ତ୍ରଣାରେ ରହିଥିଲେ। ଅତ୍ୟଧିକ ଚାପ କାରଣରୁ ସେ ବୁଧବାର ରାତିରେ ନିଜ ଝିଅ ସହିତ ଆତ୍ମହତ୍ୟା କରିଥିବା ନେଇ ଶେଷ ଥର ପାଇଁ ନିଜ ଭଉଣୀଙ୍କୁ କହିଥିଲେ।