Bhitarkanika: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ, ଜାଣନ୍ତୁ ପୁଣି କେବେ ଖୋଲିବ ?
Advertisement
Article Detail0/zeeodisha/odisha2044552

Bhitarkanika: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ, ଜାଣନ୍ତୁ ପୁଣି କେବେ ଖୋଲିବ ?

Bhitarkanika: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ଆଉ ଏହି ସମୟରେ ଲୋକେ ପିକନିକ୍ ଓ ବୁଲାବୁଲି କରିବା ପାଇଁ ଏକାଧିକ ସ୍ଥାନକୁ ଯାଇଥାଅନ୍ତି । ଯଦି ଆପଣ ଭିତରକନିକା (Bhitarkanika National Park) ବୁଲିବା ପାଇଁ ପ୍ଲାନ୍ କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ...

Bhitarkanika: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ, ଜାଣନ୍ତୁ ପୁଣି କେବେ ଖୋଲିବ ?

Bhitarkanika: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ଆଉ ଏହି ସମୟରେ ଲୋକେ ପିକନିକ୍ ଓ ବୁଲାବୁଲି କରିବା ପାଇଁ ଏକାଧିକ ସ୍ଥାନକୁ ଯାଇଥାଅନ୍ତି । ଯଦି ଆପଣ ଭିତରକନିକା (Bhitarkanika National Park) ବୁଲିବା ପାଇଁ ପ୍ଲାନ୍ କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। କାହିଁକିନା ଆଜିଠାରୁ କୁମ୍ଭୀର ଗଣନା ପାଇଁ ୧୩ ପର୍ଯ୍ୟନ୍ତ ଭିତରକନିକା ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ।

ALSO READ: Weather Update: ଘନ କୁହୁଡି଼ ନେଇ ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି!

କୁମ୍ଭୀର ଗଣନା ପାଇଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ  । ଏମାନେ ବିଶେଷ କରି ବିଭିନ୍ନ ଗ୍ରୁପରେ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହେବେ। ଏଥିପାଇଁ ବୋଟ୍ ଓ ଡଙ୍ଗା ଚଳାଚଳ ଉପରେ କଟକଣା ଲଗାଇଛନ୍ତି ବିଭାଗୀୟ ଅଧିକାରୀ। ପକ୍ଷୀ ଗଣନା ଓ ବଉଳା କୁମ୍ଭୀର ଗଣନା ପାଇଁ ୯ ଦିନ ଧରି ପର୍ଯ୍ୟଟକଙ୍କ ଗମନାଗମନ ଉପରେ କଟକଣା ଲଗାଯାଇଛି। ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ ୧୦,୧୧,୧୨ ତାରିଖ ୩ ଦିନ କୁମ୍ଭୀର ଗଣନା କରାଯିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ। 

ବିଶେଷକରି, ରାଜନଗର , ଗହିରମଥା, କନିଆ , ମହାକାଳପଡା ସମେତ ନଦୀନାଳ ଓ ହ୍ରଦ ଗୁ଼ଡିକରେ ବି ଗଣନା କରାଯିବ। ତେବେ କୁମ୍ଭୀର ଗଣନାରେ ବନବିଭାଗ ଟିମ୍ ଏବଂ ବିଶେଷଜ୍ଞ ଦଳ ସାମିଲ ହେବେ।  ଏଥିପାଇଁ ୯ ତାରିଖରେ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି।  ଆଉ ଏହା ପରେ, ୧୦, ୧୧  ଏବଂ ୧୨ ତାରିଖରେ ଗଣନା କରାଯିବ । ଆଉ ୧୩ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ। ସେହିପରି, ଚିଲିକାରେ, ଗତକାଲି ଚିଲିକାରେ ଆରମ୍ଭ ହୋଇଥିବା ପକ୍ଷୀ ଗଣନା ଆଜି ଶେଷ ହୋଇଛି। ଚିଲିକାରେ ଚଳିତ ବର୍ଷର ବିଦେଶାଗତ ପକ୍ଷୀ ଗଣନା ଶେଷ ହୋଇଛି । ଏହି ବର୍ଷ ଚିଲିକାରେ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ଟି ପକ୍ଷୀ ଆସିଛନ୍ତି ।