Odisha News: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବ ଆୟୁଷ ଚିକିତ୍ସା
Advertisement
Article Detail0/zeeodisha/odisha2120551

Odisha News: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବ ଆୟୁଷ ଚିକିତ୍ସା

Odisha News: ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ (BSKY)ରେ ଯୋଡ଼ି ହେବ ଆୟୁଷ ଚିକିତ୍ସା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଇମ୍ପୋନେଣ୍ଟ-୧ରେ ଏଲୋପ୍ୟାଥିକ ସ୍ବାସ୍ଥ୍ୟା ଅନୁଷ୍ଠାନ ଗୁଡ଼ିକୁ ଯେଉଁ ସବୁ ସୁବିଧା ମିଳୁଛି ସେହି ସମାନ ସୁବିଧା ଏବେ ଆୟୁଷ ଚିକିତ୍ସାରେ ଉପଲବ୍ଧ ହେବ ।

ଫଳରେ ଆୟୁଷ ଚିକିତ୍ସାରେ ରୋଗୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଲାଗୁ ହେଉଥିବା ସେବା କର ଆଉ ଦେବାକୁ ପଡ଼ିବ ନାହିଁ । ତେବେ ଏନେଇ ୨୦୨୪-୨୫ ମସିହା ପର୍ଯ୍ୟନ୍ତ ଏକ ବ୍ୟୟ ଅଟକଳ ସ୍ଥିର କରି ୨୧ ତାରିଖ ସୁଦ୍ଧା ପ୍ରଦାନ କରିବା ଲାଗି ସମସ୍ତ ଆୟୁର୍ବେଦିକ, ହୋମିଓପ୍ୟାଥିକ ମେଡ଼ିକାଲ କଲେଜର ଅଧ୍ଯକ୍ଷ, ଭୁବନେଶ୍ବର ଓ ପାଇକମାଳରେ ଥିବା ଆୟୁର୍ବେଦିକ ହସ୍ପିଟାଲର ଉପ-ଅଧୀକ୍ଷକଙ୍କୁ କୁହାଯାଇଛି । ରାଜ୍ୟର ସମସ୍ତ ସରକାରୀ ଆୟୁର୍ବେଦିକ ହସ୍ପିଟାଲ କଲେଜ ସମେତ ହସ୍ପିଟାଲ ଗୁଡ଼ିକରେ କେତେକ ନିର୍ଦ୍ଦିଷ୍ଟ ଚିକିତ୍ସା ପାଇଁ କିଛି ଦେୟ ଦେବାକୁ ପଡୁଛି । ତେବେ ବିସକେୱାଇରେ ଆୟୁଷ ଚିକିତ୍ସା ସାମିଲ ପରେ ଏଥିପାଇଁ ଆଉ କୌଣସି ଅର୍ଥ ଦେବାକୁ ପଡ଼ିବ । ତେବେ ଏନେଇ ରାଜ୍ୟ ସରକାର ଖୁବଶୀଘ୍ର ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି । ପ୍ରକାଶ ଥାଉ କି, ଗତବର୍ଷ ଡିସେମ୍ବର ମାସରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଆୟୁଷ ଚିକିତ୍ସାରେ ସାମିଲ କରିବା ନେଇ ପ୍ରସ୍ତାବ ଦିଆଯାଇଥିଲା ।

Also Read- Odisha News: ନିଯୁକ୍ତି ପର୍ବ, ଆଜି ବିଭିନ୍ନ ବିଭାଗର ୩୦୦ରୁ ଅଧିକ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ

Also Read- Mahashivratri 2024: ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ନୀତି ନିର୍ଘଣ୍ଟ ସ୍ଥିର, ଜାଣନ୍ତୁ ଏଥର କେଉଁ ସମୟରେ ଉଠିବ ମହାଦୀପ?