Odisha News: ହୁତୁହୁତୁ ହୋଇ ଜଳୁଛି ଲୁଗା ଦୋକାନ
Advertisement
Article Detail0/zeeodisha/odisha1892556

Odisha News: ହୁତୁହୁତୁ ହୋଇ ଜଳୁଛି ଲୁଗା ଦୋକାନ

କଟକ: କଟକ ଚୌଧୂରୀ ବଜାରରେ ଏକ ବଡ଼ ଲୁଗା ଦୋକାନରେ ଭୟଙ୍କର ନିଆଁ ଲାଗିଥିବା ସୂଚନା ରହିଛି। ତିନି ଘଣ୍ଟା ହେବ ଏହି ନିଆଁକୁ ଆୟତ କରିବା ପାଇଁ ଅଘ୍ନିଶମ ବିଭାଗ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳତା ମିଳିପାରିନାହିଁ। ନିଆଁ ଗ୍ରାଉଣ୍ଡ ଫ୍ଲୋରରୁ ତୃତୀୟ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା।  ଆଜି ସକାଳେ ଚୌଧୂରୀ ବଜାରରେ ଥିବା ଏକ ୪ ମହଲା କ

Odisha News: ହୁତୁହୁତୁ ହୋଇ ଜଳୁଛି ଲୁଗା ଦୋକାନ

Odisha News: କଟକ: କଟକ ଚୌଧୂରୀ ବଜାରରେ ଏକ ବଡ଼ ଲୁଗା ଦୋକାନରେ ଭୟଙ୍କର ନିଆଁ ଲାଗିଥିବା ସୂଚନା ରହିଛି। ତିନି ଘଣ୍ଟା ହେବ ଏହି ନିଆଁକୁ ଆୟତ କରିବା ପାଇଁ ଅଘ୍ନିଶମ ବିଭାଗ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳତା ମିଳିପାରିନାହିଁ। ନିଆଁ ଗ୍ରାଉଣ୍ଡ ଫ୍ଲୋରରୁ ତୃତୀୟ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା। 

ଆଜି ସକାଳେ ଚୌଧୂରୀ ବଜାରରେ ଥିବା ଏକ ୪ ମହଲା କୋଠାର ତଳ ମହଲାରେ ନିଆଁ ଲାଗିଯାଇଥିବା ଖବର ପାଇଁ ଅଗ୍ନିଶମ ବିଭାଗ ପହଞ୍ଚିଥିଲା। ନିଆଁର ମାତ୍ରା ଏତେ ଅଧିକ ରହିଥିଲା ଯେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଗୋଟିଏ ପରେ ଗୋଟିଏ ମହଲାକୁ ନିଆଁ ବ୍ୟାପିବାରୁ ଅଗ୍ନିଶମ ବିଭାଗର ୭ଟି ଟିମ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟ କରୁଛି। ୩ ଘଣ୍ଟା ହେବ ଏହି ଅପରେସନ ଚାଲିଛି। ଏବେ ତୃତୀୟ ମହଲାରେ ଅଗ୍ନିଶମ କର୍ମଚାରୀମାନେ ସ୍କାଏ ଲିଫ୍ଟ ସହାୟତାରେ ନିଆଁ ଲିଭାଇବାକୁ ଚେଷ୍ଟ କରୁଛନ୍ତି। 

କଟକ ଚୌଧୂରୀ ବଜାର ଅଞ୍ଚଳ କପଡ଼ା ଏବଂ ଲୁଗା ବ୍ୟବସାୟ ପାଇଁ ସାରା ରାଜ୍ୟରେ ଜଣାଶୁଣା। ସରୁ ରାସ୍ତା ଏବଂ ଉଚ୍ଚା କୋଠା ଯୋଗୁଁ ଏହି ଅଞ୍ଚଳରେ ଅଗ୍ନିଶମ ବାହିନୀର ବଡ଼ ଗାଡ଼ି ପ୍ରବେଶ କରିବା କଷ୍ଟକର। ଅପରପକ୍ଷେ କୋଠା ଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ ଏହି ଭଳି ଅଗ୍ନିକାଣ୍ଡ ଅନେକ କ୍ଷୟକ୍ଷତିର କାରଣ ହୋଇଛି। 

Also Read: Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Also Read: Weather Update: ଆଜି ଏହି ଚାରି ଜିଲ୍ଲାରେ ପ୍ରବଳ ବର୍ଷିବ!

Also Read: ଆସନ୍ତା ମାସରେ ରିଲିଜ୍ ହେବ ଏହି ସାତୋଟି ଫିଲ୍ମ, ଦେଖନ୍ତୁ ପୂରା ତାଲିକା