HBD Bhubaneswar: ୭୭ ବର୍ଷରେ ପାଦ ଦେଲା ରାଜଧାନୀ ଭୁବନେଶ୍ବର, ଏଯାଏଁ ମିଳିଲାନି ଜିଲ୍ଲା ମାନ୍ୟତା
Advertisement
Article Detail0/zeeodisha/odisha2201835

HBD Bhubaneswar: ୭୭ ବର୍ଷରେ ପାଦ ଦେଲା ରାଜଧାନୀ ଭୁବନେଶ୍ବର, ଏଯାଏଁ ମିଳିଲାନି ଜିଲ୍ଲା ମାନ୍ୟତା

Happy Birthday Bhubaneswar: ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ବରର ଜନ୍ମଦିନ (Bhubaneswar Birthday) ବା ପ୍ରତିଷ୍ଠା ଦିବସ । ଆଜି ଏକାମ୍ର କ୍ଷେତ୍ରକୁ ପୂରିଛି ୭୬ ବର୍ଷ । ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଭୁବନେଶ୍ବର ମହାନଗର ନିଗମ ଓ ରାଜଧାନୀ ପାଳନ କମିଟି ପକ୍ଷରୁ ଶନିବାର ଏହି ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହେବ ।

୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଦିନ ଓଡ଼ିଶାର ରାଜଧାନୀ ଭାବେ ନୂଆ ପରିଚୟ ପାଇଥିଲା ଭୁବନେଶ୍ବର (Bhubaneswar) । ସେତେବେଳେ ୩ଟି ରାଜସ୍ବ ଗାଁ ଓ ୧୫ ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ବିଜ୍ଞାପିତ ଅଞ୍ଚଳକୁ ମିଳିଥିଲା ରାଜ୍ୟର ରାଜଧାନୀ (capital of odisha) ମାନ୍ୟତା । ତେବେ ପ୍ରାୟ ୭୬ ବର୍ଷ ପରେ ଏକ ବିଶାଳ ସହରରେ ପରିଣତ ହୋଇଛି ଭୁବନେଶ୍ବର । ଏହି ସମୟରେ ମଧ୍ଯରେ ବଦଳିଛି ଏକାମ୍ର କ୍ଷେତ୍ରର ରୂପ ରେଖ । ସ୍ମାର୍ଟ ସିଟି (Smart City) ସହ ପୂର୍ବ ଭାରତର ଶିକ୍ଷା ବ୍ୟବସ୍ଥାର ଏକ ଉତ୍ତମ କେନ୍ଦ୍ର ପାଲଟିଛି ରାଜଧାନୀ ଭୁବନେଶ୍ବର । ଅନେକ ବାଧାବିଘ୍ନ ଅତିକ୍ରମ କରି ରାଜଧାନୀ ସମୃଦ୍ଧ ହେଉଥିବା ବେଳେ ପାଲଟିଛି ସ୍ବପ୍ନର ସହର । ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟରେ ଭରପୂର ଭୁବନେଶ୍ବର ଆଜି ବିଶ୍ବ ଦରବାରରେ ପରିଚୟ ସୃଷ୍ଟି କରିଛି । ସେହପରି ସ୍ବାସ୍ଥସେବା କ୍ଷେତ୍ରକୁ ଦେଖିଲେ ସହରରେ ରହିଛି ବହୁ ଉନ୍ନତମାନର ଡାକ୍ତରଖାନା । ଅନ୍ୟପଟେ ଏହିସବୁ ଉନ୍ନତି ଭିତରେ ବର୍ଷା ବେଳେ କୃତ୍ରିମ ବନ୍ୟା, ପରିମଳ ବ୍ୟବସ୍ଥାକୁ ନେଇ ଅପବାଦ ମୁଣ୍ତାଇଛି ଭୁବନେଶ୍ବର ।

Also Read- Weather Update: ଆଜିଠୁ ବଢିବ ତାତି, ଏହି ଜିଲ୍ଲାରେ ବର୍ଷା ସମ୍ଭାବନା!

ତେବେ ଦେଶର ଶତକଡ଼ା ୯୫ ଭାଗ ରାଜ୍ୟର ରାଜଧାନୀ ଜିଲ୍ଲା ମାନ୍ୟତା ପାଇଥିବା ଭୁବନେଶ୍ବର ଏଥିରୁ ବଞ୍ଚିତ ରହିଛି । ଏନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଭୁବନେଶ୍ବରକୁ ଜିଲ୍ଲା ମାନ୍ୟତା ନେଇ ଦାବି ଜୋରି ଧରିଛି  । ରାଜଧାନୀକୁ ଜିଲ୍ଲା ମାନ୍ୟତା ଦିଆଗଲେ ଭୁବନେଶ୍ବର ସମେତ ଉପକଣ୍ଠ ଅଞ୍ଚଳବାସୀ ଉପକୃତ ହେବେ ।