Odisha News: ନୂଆ ବାଚସ୍ପତିଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ: ୨ ବିଜେପି ବିଧାୟକ ସସ୍ପେଣ୍ଡ
Advertisement
Article Detail0/zeeodisha/odisha1891884

Odisha News: ନୂଆ ବାଚସ୍ପତିଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ: ୨ ବିଜେପି ବିଧାୟକ ସସ୍ପେଣ୍ଡ

ଭୁବନେଶ୍ୱର: ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଦୁଇଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ଚଳିତ ଅଧିବେଶନର ଶେଷ ଯାଏ ସେମାନଙ୍କୁ ଗୃହ କାର୍ଯ୍ୟରୁ ବାରଣ କରାଯାଇଛି। ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଶ୍ରୀମତି ମଲ୍ଲିକଙ୍କ ଏହା ହେଉଛି ପ୍ରଥମ କାର୍ଯ୍ୟାନୁଷ୍ଠାନ।  ନିଲମ୍ବିତ ହୋଇଥିବା ଦୁଇ ବିଧାୟକ ହେଉଛନ

Odisha News: ନୂଆ ବାଚସ୍ପତିଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ: ୨ ବିଜେପି ବିଧାୟକ ସସ୍ପେଣ୍ଡ

Odisha News: ଭୁବନେଶ୍ୱର: ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଦୁଇଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ଚଳିତ ଅଧିବେଶନର ଶେଷ ଯାଏ ସେମାନଙ୍କୁ ଗୃହ କାର୍ଯ୍ୟରୁ ବାରଣ କରାଯାଇଛି। ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଶ୍ରୀମତି ମଲ୍ଲିକଙ୍କ ଏହା ହେଉଛି ପ୍ରଥମ କାର୍ଯ୍ୟାନୁଷ୍ଠାନ। 

ନିଲମ୍ବିତ ହୋଇଥିବା ଦୁଇ ବିଧାୟକ ହେଉଛନ୍ତି ମୋହନ ମାଝି ଏବଂ ମୁକେଶ ମହାଲିଙ୍ଗ। ସେମାନଙ୍କ ବିରୁଦ୍ଧରେ ବାଚସ୍ପତିଙ୍କ ପୋଡିୟମ୍‍ ଉପରକୁ ଡାଲିମାଡ କରିଥିବା ଅଭିଯୋଗ ରହିଛି। 

ଚଳିତ ଅଧିବେଶନ ସେପ୍ଟେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଛି। ଏହା ଅକ୍ଟୋବର ୪ ତାରିଖ ଯାଏ ଚାଲିବ। ଏହି ଅଧିବେଶନରେ ବିଧାନସଭାରେ ନୂତନ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକଙ୍କୁ ସର୍ବସମ୍ମତ୍ତି କ୍ରମେ ନିର୍ବାଚିତ କରାଯାଇଛି। ତାଙ୍କୁ ଶପଥ କରାଇବା ସହ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଦିନ ବିଧାନସଭା ସ୍ୱାଭାବିକ ରହିଥିଲେ ମଧ୍ୟ ଦ୍ବିତୀୟ ଓ ତୃତୀୟ ଦିନ ଆରମ୍ଭରୁ ବିରୋଧୀଙ୍କୁ ଯୁକ୍ତିକୁ ଯଥାର୍ଥ ଉତ୍ତର ଦେବାରେ ସରକାର ଅସମର୍ଥ  ହେଉଥିବାରୁ ପ୍ରଶ୍ନୋତ୍ତର କାଳ ମଧ୍ୟ ବାଧା ହୋଇଥିଲା।  

ତା'ପର ଦୁଇଦିନରେ ପ୍ରଶ୍ନୋତ୍ତର କାର୍ଯ୍ୟ ଚାଲୁଥିଲେ ମଧ୍ୟ ଶୂନ୍ୟକାଳ ପରେ ବିଧାନସଭାରେ ହୋ ହଲ୍ଲା ହେତୁ ଗୃହ ଅସ୍ୱଭାବିକ ପରିସ୍ଥିତି ଆଡ଼କୁ ମୁହାଇଁଛି। ଏଣୁ ବାଚସ୍ପତିଙ୍କୁ ବାରମ୍ବାର ଗୃହ ମୁଲତବୀ କରିବାକୁ ପଡ଼ିଛି। ଆଜି ମଧ୍ୟ ଶୂନ୍ୟକାଳ ପରେ ଦୁଇଥର ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଥିଲା। ଏହାପରେ ଦୁଇ ବିଧାୟକଙ୍କୁ ନିଲମ୍ବନ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଶୃଙ୍ଖଳିତ ଆଇନ ଶୃଙ୍କଳା ପରିସ୍ଥିତି ନେଇ ମନ୍ତବ୍ୟ ରଖିଥିଲେ। ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରେ ଅସନ୍ତୁଷ୍ଟ ହୋଇ କକ୍ଷତ୍ୟାଗ କରିଥିଲେ।

Also Read: Free Ticket: ବଲିଉଡ୍ କିଙ୍ଗ୍ ଖାନ୍ ଶାହାରୁଖଙ୍କ ଉପହାର, ଏହି ଦିନ ପାଇଁ ମାଗଣା 'ଜୱାନ' ଟିକେଟ୍