Odisha News : ୧୨ ଘଣ୍ଟିଆ ବରପାଲି ବନ୍ଦ
Advertisement
Article Detail0/zeeodisha/odisha2032322

Odisha News : ୧୨ ଘଣ୍ଟିଆ ବରପାଲି ବନ୍ଦ

ଯଦି ପଦ୍ମପୁର ଜିଲ୍ଲା ହୁଏ ବରପାଲି ବ୍ଲକ ଓ NAC କୁ ନ ମିଶାଇବାକୁ ଦାବୀ କରିଛନ୍ତି। ନଚେତ ଆଗାମୀ ଦିନରେ ସରକାରଙ୍କୁ ବିରୋଧ କରାଯିବ ବୋଲି କଡା ଚେତାବନୀ ଦିଆଯାଇଛି।

Odisha News : ୧୨ ଘଣ୍ଟିଆ ବରପାଲି ବନ୍ଦ

Odisha News (ଅଜୟ କୁମାର ନାଥ): ପଦ୍ମପୁର ଜିଲ୍ଲା ହେବା ପୂର୍ବରୁ ରାଜ୍ୟ ସରକାରଙ୍କୁ କଡା ଚେତାବନୀ। ଗତକାଲି ବିଜେପୁର ୧୨ ଘଣ୍ଟିଆ ବନ୍ଦ ପରେ ଆଜି ବରପାଲି ଓକିଲ ସଂଘର ୧୨ ଘଣ୍ଟିଆ ବନ୍ଦ ଡାକରା। ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା ହେବା ପୂର୍ବରୁ ବିବାଦ ଉପରେ ବିବାଦ ସୃଷ୍ଟି ହେଉଛି। ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଜିଲ୍ଲା ଘୋଷଣା ସରିଛି ହେଲେ କାର୍ଯ୍ୟକାରୀ ପ୍ରତିଶୃତିକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ହାଇକୋର୍ଟ ଦେଇଛି ଝଟକା। ଅନ୍ୟପଟେ ଯଦି ପଦ୍ମପୁର ଜିଲ୍ଲା ହେବ ତାହେଲେ ବିଜେପୁର ଓ ବରପାଲିକୁ ନମିଶାଇବାକୁ ଦାବୀ କରି ବନ୍ଦ ଡାକରା ଦେବାସହ ସରକାରଙ୍କୁ ଦେଇଛନ୍ତି କଡା ଚେତାବନୀ। ଆଜି ବରପାଲି ଓକିଲ ସଂଘ ପକ୍ଷରୁ ବରପାଲି ବନ୍ଦ ଡାକରା ଦିଆଯାଇଛି। ଗାଡି ମୋଟର ଦୋକାନ ବଜାର ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ବେଳେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବରପାଲିବାସୀ।ଯଦି ପଦ୍ମପୁର ଜିଲ୍ଲା ହୁଏ ବରପାଲି ବ୍ଲକ ଓ NAC କୁ ନ ମିଶାଇବାକୁ ଦାବୀ କରିଛନ୍ତି। ନଚେତ ଆଗାମୀ ଦିନରେ ସରକାରଙ୍କୁ ବିରୋଧ କରାଯିବ ବୋଲି କଡା ଚେତାବନୀ ଦିଆଯାଇଛି।