Odisha News: ଫାଇଲେରିଆ ନିରାକରଣ ପାଇଁ ଆସନ୍ତା ୧୦ରୁ ୭ ଜିଲ୍ଲାରେ ସାମୂହିକ ଔଷଧ ସେବନ
Advertisement
Article Detail0/zeeodisha/odisha2097997

Odisha News: ଫାଇଲେରିଆ ନିରାକରଣ ପାଇଁ ଆସନ୍ତା ୧୦ରୁ ୭ ଜିଲ୍ଲାରେ ସାମୂହିକ ଔଷଧ ସେବନ

Odisha News: ଆସନ୍ତା ୧୦ ତାରିଖରୁ ଦଶ ଦିନ ବ୍ୟାପୀ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ୭ ଜିଲ୍ଲା ଯଥା, ବଲାଙ୍ଗୀର, ଖୋର୍ଦ୍ଧା, କଟକ, କନ୍ଧମାଳ, କଳାହାଣ୍ତି , ନୟାଗଡ଼ ଓ ରାୟଗଡ଼ା ଆଦି ୭ଟି ଜିଲ୍ଲାରେ କାର୍ଯ୍ୟକ୍ରମ ଜାରି ରହିବ ।

ସୌଜନ୍ୟ-ସୋସିଆଲ ମିଡିଆ

Mass Drug Administration: ବାତଜ୍ବର ନିରାକରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୦ ତାରିଖରୁ ଦଶ ଦିନ ବ୍ୟାପୀ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ୭ ଜିଲ୍ଲା ଯଥା, ବଲାଙ୍ଗୀର, ଖୋର୍ଦ୍ଧା, କଟକ, କନ୍ଧମାଳ, କଳାହାଣ୍ତି , ନୟାଗଡ଼ ଓ ରାୟଗଡ଼ା ଆଦି ୭ଟି ଜିଲ୍ଲାରେ କାର୍ଯ୍ୟକ୍ରମ ଜାରି ରହିବ ।

ବିଶେଷ କରି, ଏହି ୭ ଜିଲ୍ଲାର ୫୬ଟି ବ୍ଲକ୍ ଓ ସହରାଞ୍ଚଳର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଯେଉଁଠାର ବାତଜ୍ବର ଅଧିକ ପ୍ରଭାବ ରହିଛି ସେହି ସ୍ଥାନଗୁଡ଼ିକରେ ଏମଡ଼ିମ କାର୍ଯ୍ୟକ୍ରମ କରାଯିବ । ଖାସ କରି ବଲାଙ୍ଗୀର, କଳାହାଣ୍ତି. ଓ ରାୟଗଡ଼ା ଜିଲ୍ଲାରେ ତିନି ପ୍ରକାର ବଟିକା ଡିଇସି, ଆଲବେଣ୍ତାଜୋଲ ଓ ଆଇଭରମେକ୍ଟିନ୍ ଖାଇବାକୁ ଦିଆଯିବ । ସେହିପରି ଖୋର୍ଦ୍ଧା, କଟକ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ ଦୁଇ ପ୍ରକାର ଔଷଧ  ଯଥା, ଡି.ଇ.ସି ଓ ଆଲବେଣ୍ତାଜୋଲ ପ୍ରଦାନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫାଇଲେରିଆ ଏକ ଗୁରୁତର ଜନସ୍ବସ୍ଥ୍ୟା ସମସ୍ୟା ଅଟେ । ଯାହା ମଶା କାମୁଡ଼ା ଦ୍ବାରା ବ୍ୟାପିଥାଏ । ୭ଟି ଜିଲ୍ଲାରେ ପ୍ରାୟ ୪୫ ଲକ୍ଷ ୮୯ ହଜାର ୭୯୪ ଲୋକଙ୍କୁ ଔଷଧ ଖାଇବାକୁ ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡଃ ନିରଞ୍ଜନ ମିଶ୍ର କହିଛନ୍ତି ।  

ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ୧୬୭୪୭ ଡ୍ରଗ ଆଡ଼ମିନିଷ୍ଟ୍ରେଟର ବା ସେଚ୍ଛାସେବୀଙ୍କୁ ତାଲିମ ଦିଆଯାଇ ନିୟୋଜିତ କରାଯାଇଛି । ସଠିକ୍ ଭାବରେ ତଦାରଖ ପାଇଁ ୧୭୧୨ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି । ତାଲିମପ୍ରାପ୍ତି ସେଚ୍ଛାସେବୀ ଘରକୁ ଘର ବୁଲି ଔଷଧ  ଖୁଆଇବେ । ଭ୍ରାମ୍ୟମାଣ ଟିମ୍ ଗୁଡ଼ିକ ବିଭିନ୍ନ ସ୍କୁଲ, କଲେଜ ଓ ଅଫିସକୁ ଯାଇ ଖୁଆଇବେ । ଦୁଇ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତର ଅସୁସ୍ଥ ଲୋକଙ୍କୁ ଛାଡ଼ି ସମସ୍ତଙ୍କୁ ଆଶା ତଥା ଅନ୍ୟ ସ୍ବେଚ୍ଛାସେବୀଙ୍କ ସାମ୍ନାରେ ଫାଇଲେରିଆ ନିରାକରଣ ଔଷଧ ଗୁଡ଼ିକ ସେବନ କରିବାକୁ ହେବ ।

Also Read- Weather Update: ଫେବୃଆରୀରୁ ଆରମ୍ଭ ହେଲାଣି ତାତି, ଆଗକୁ ସ୍ଥିତି ଅସମ୍ଭାଳ!