Paradip Port Light House: ଗତ ୧୯୮୨ ମସିହାରେ ପାରାଦୀପ ବନ୍ଦରରେ ଭାରତ ସରକାରଙ୍କ ବନ୍ଦର ଏବଂ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ବତୀଘର ଆରମ୍ଭ କରାଯାଇଥିଲା। ଯାହା ୧୯୮୮ ମସିହା ମାର୍ଚ୍ଚ ୨୫ ତାରିଖରେ ଲୋକାର୍ପଣ ହୋଇଥିଲା। ପ୍ରାୟ ୪୦ ମିଟର ଉଚ୍ଚତା ବିଶିଷ୍ଟ ବତୀ ଘରେ ବ୍ୟବହୃତ ହେଉଥିବା ଆଲୋକରେ ଏକ ପ୍ରକାର ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି। ଏହି ଲାଇଟ୍ ପ୍ରତି ୫ ସେକେଣ୍ଡରେ ଧପ୍ ଧପ୍ ହୋଇଥାଏ।
Trending Photos
Light House of Paradip Port: ରାଜ୍ୟର ବନ୍ଦର ନଗରୀ କୁହାଯାଉଥିବା ପାରାଦୀପ ସମୁଦ୍ର କୂଳରେ ରହିଛି ବତୀଘର ଅର୍ଥାତ ଲାଇଟ୍ ହାଉସ୍। ଏହି ବତୀଘରକୁ ଦେଖି ଜାହାଜର କ୍ୟାପଟେନ୍ କିମ୍ବା ନାବିକ ପାରାଦୀପର ଭୌଗୋଳିକ ଅବସ୍ଥିତ ସମ୍ପର୍କରେ ଜାଣିପାରନ୍ତି। ପାରଦୀପ ବନ୍ଦରରେ ଅବସ୍ଥିତ ରହିଥିବା ବତୀଘର ଜାହାଜର ନାବିକଙ୍କ ପାଇଁ ଏକ ପ୍ରତୀକ ଅର୍ଥାତ ଲ୍ୟାଣ୍ଡ ମାର୍ଗ ବୋଲି ଜଣାଯାଏ। ହେଲେ ଯେଉଁ ଉଦ୍ଦେଶ୍ୟ ନେଇ ଭାରତ ସରକାରଙ୍କ ପକ୍ଷରୁ ପାରଦୀପ ବନ୍ଦରରେ ବତୀ ଘର ସ୍ଥାପନ କରାଯାଇଥିଲା ତାହା ପୂର୍ବ ଭଳି କାମରେ ଲାଗୁନାହିଁ।
କାରଣ ଏବେ ପ୍ରତ୍ୟେକ ଜାହାଜରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ସରଞ୍ଜାମ ରହିଛି। ଯେପରିକି ଗ୍ଲୋବାଲ ପୋଜିଶନିଂ ସିଷ୍ଟମ (Global Positioning System) ଠାରୁ ଆରମ୍ଭ କରି ବହୁବିଧ ନାଭିଗେଶନ ସିଗ୍ନାଲ ବ୍ୟବସ୍ଥା ଜାହାଜରେ (Multipurpose Navigation Signal Systems in Ship) ଉପଲବ୍ଧ ହେଲାଣି। ଆଜିର ଦିନରେ ନିର୍ମିତ ହେଉଥିବା ଜାହାଜର ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ସରଞ୍ଜାମ ରହିଥିବାରୁ ବତୀଘର (Light House at Port) ଉପରେ ଜାହାଜର ନାବିକଙ୍କୁ (Sailor of Ship) ଏତେ ମାତ୍ରାରେ ନିର୍ଭର କରିବା ପାଇଁ ପଡୁନାହିଁ। ହେଲେ ଏହି ବତୀଘର ଏବେ ସମୁଦ୍ରରେ ମାଛ ଧରିବାକୁ ଯାଉଥିବା ବୋଟ୍ (Fishing Boats in Sea) କର୍ମଚାରୀଙ୍କ ପାଇଁ କାମରେ ଲାଗୁଥିବା ବେଳେ ଗଭୀର ସମୁଦ୍ର ମଝିକୁ ଯାଉଥିବା ବୋଟ୍ କିମ୍ବା ଟ୍ରଲର ଚାଳକଙ୍କ (Driver of Fishing Trawler) ପାଇଁ ବହୁ ସହାୟତା କରୁଛି ବୋଲି ପାରାଦୀପ ବନ୍ଦର ବତୀଘର ଷ୍ଟେସନ (Paradip Port Light House Station) ପକ୍ଷରୁ କୁହାଯାଇଛି।
ଗତ ୧୯୮୨ ମସିହାରେ ପାରାଦୀପ ବନ୍ଦରରେ ନୌ ପରିବହନ (Boat Transportation at Paradip Port) ପାଇଁ ଭାରତ ସରକାର ବନ୍ଦର ଏବଂ ଜଳମାର୍ଗ ମନ୍ତ୍ରଣାଳୟ (Ministry of Ports and Waterways India) ପକ୍ଷରୁ ବତୀଘର ଆରମ୍ଭ କରାଯାଇଥିଲା। ଯାହା ୧୯୮୮ ମସିହା ମାର୍ଚ୍ଚ ୨୫ ତାରିଖରେ ଲୋକାର୍ପଣ ହୋଇଥିଲା। ପ୍ରାୟ ୪୦ ମିଟର ଉଚ୍ଚତା ବିଶିଷ୍ଟ ବତୀ ଘରେ ବ୍ୟବହୃତ ହେଉଥିବା ଆଲୋକରେ ଏକ ପ୍ରକାର ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି। ଏହି ଲାଇଟ୍ ପ୍ରତି ୫ ସେକେଣ୍ଡରେ ଧପ୍ ଧପ୍ ହୋଇଥାଏ। ଯାହାକୁ ଦେଖିବା ପରେ ଜାହାଜର ନାବିକ କିମ୍ବା ମାଛଧରା ଟ୍ରଲର ପାରାଦୀପ ବନ୍ଦର (Paradip Port) ସମ୍ପର୍କରେ ଜାଣିପାରନ୍ତି। ବତୀ ଘରର ଆଲୋକ ସିଗ୍ନାଲ (Paradip Port Light House Signal) ସମୁଦ୍ର ମଧ୍ୟରେ ପ୍ରାୟ ୧୦ ନଟିକାଲ ମାଇଲ ଅର୍ଥାତ ୧୮କିଲୋମିଟର ଦୂରତା ପର୍ଯ୍ୟନ୍ତ ଦେଖା ଯାଇଥାଏ। ଲ୍ୟାଣ୍ଡ ମାର୍କ ପାଇଁ ପାଣି ଜାହାଜର ନାବିକ ବତୀ ଘରର ଆଲୋକ ଦେଖି ଏହା କେଉଁ ସ୍ଥାନରେ ଅବସ୍ଥିତ ତାହା ଜାଣି ପାରନ୍ତି।
ସାରା ବିଶ୍ବରେ ଏପରି ଲାଇଟ୍ ହାଉସ୍ ରହିଥିବା ବେଳେ ପ୍ରତ୍ୟେକ ଜାହାଜରେ ସମସ୍ତ ଲାଇଟ୍ ହାଉସ୍ ତାଲିକା ରହିଛି। ଲାଇଟ୍ ଧପ ଧପ୍ ହେବା ଦେଖି ଜାହାଜର ନାବିକ ସ୍ଥାନ ବିଷୟରେ ଜାଣିପାରନ୍ତି। ଝଡବାତ୍ୟା ହେଲେ ଯଦି ଜାହାଜର କୌଣସି କାରଣରୁ ସଙ୍କେତ ବିଫଳ ହୋଇଯାଏ, ତାହେଲେ ବତୀ ଘର ଆଲୋକ ଜାହାଜ ନାବିକଙ୍କ କାମରେ ଲାଗିଥାଏ। ରାଜ୍ୟର ଏପରି ୬ ସ୍ଥାନରେ ବତୀଘର ରହିଛି। ହେଲେ ପାରାଦୀପ ବନ୍ଦରରେ ରହିଥିବା ବତୀ ଘରର ରଙ୍ଗ ଧଳା-କଳା ଚିହ୍ନ ରହିଥିବା ବେଳେ ପାଖ ପଡୋଶୀ କେନ୍ଦ୍ରାପଡା ସ୍ଥିତ ହୁକିତୋଳା ଠାରେ ରହିଥିବା ବତୀ ଘର (Hukitola Light House Odisha) ଧଳା-ଲାଲ୍ ରଙ୍ଗର ଚିହ୍ନ ରହିଛି। ଏପରି ଗୋଟିଏ ସ୍ଥାନରେ ଧଳା-କଳା ରଙ୍ଗ ଚିହ୍ନଟ ହୋଇଥିବା ବେଳେ ତାହାର ଡାହାଣ ଏବଂ ବାମ ପାର୍ଶ୍ଵରେ କଲର୍ ପରିବର୍ତ୍ତନ କରାଯାଇଛି। ଯାହାକ ଜାହାଜର ନାବିକଙ୍କୁ ସ୍ଥାନ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ।
ସବୁଠାରୁ ପୁରୁଣା ଲାଇଟ୍ ହାଉସ୍ କେନ୍ଦ୍ରାପଡା ସ୍ଥିତ ହୁକିତୋଳା ଠାର ୧୮୩୪ ମସିହାରେ ଇଂରେଜ ସରକାର କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଏବଂ ପ୍ରୟାଗୀ (Gopalpur and Prayagi Light House Odisha), ପୁରୀ ଜିଲ୍ଲାର ପୁରୀ ଏବଂ ଚନ୍ଦ୍ରଭାଗା ଉପକୂଳ (Puri and Chandrabhaga Light House), ଜଗତସିଂହପୁର ଜିଲ୍ଲାର ପାରାଦୀପ ବନ୍ଦର ରାଜ୍ୟର ଏପରି ମୋଟ ୬ ସ୍ଥାନରେ ବତୀ ଘର ରହିଛି। ସମଗ୍ର ବିଶ୍ବରେ ରହିଥିବା ବତୀ ଘରେ ଏପରି ସଙ୍କେତ ରହିଥିବା ବେଳେ ସମସ୍ତ ସରକାରୀ ତଥା ବେସରକାରୀ ଲୋଗୋ ରେ ବତୀ ଘର ଫଟୋ ରହିଛି।
ପାରାଦୀପ ବନ୍ଦରର ବତୀ ଘର ପ୍ରତ୍ୟେକ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ହୋଇଥିବାରୁ ପ୍ରତ୍ୟେକ ଦିନ ଶହ ଶହ ପର୍ଯ୍ୟଟକ ଏହା ଉପରେ ଏହାକୁ ବୁଲି ଦେଖିଥାନ୍ତି। ପ୍ରତ୍ୟେକ ଦିନ ଅପରାହ୍ନ ଚାରିଟାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ବୁଲି ଦେଖିବା ପାଇଁ ସମୟ ଧାର୍ଯ୍ୟ ରହିଥିବା ବେଳେ ଟିକେଟ ମୂଲ୍ୟ ୧୦ଟଙ୍କା ରହିଛି। ବତୀ ଘର ଉପରକୁ ଚଢିବା ପାଇଁ ୧୮୦ ପାହାଚ ରହିଥିବା ବେଳେ ଏହାର ତତ୍ବାବଧାନ ପାଇଁ ୬ ଜଣ କର୍ମଚାରୀ ଅଛନ୍ତି। ପାରାଦୀପ ବନ୍ଦରର ପ୍ରତୀକ ଭାବରେ ପରିଚିତ ବତୀ ଘରକୁ ବୁଲି ଦେଖିବା ପାଇଁ ପର୍ଯ୍ୟଟକ ଆସୁଥାନ୍ତି। ବହୁ ଦୂରଦୂରାନ୍ତରୁ ସ୍କୁଲ କଲେଜ ଛାତ୍ରଛାତ୍ରୀ ଅନେକ ଜ୍ଞାନ ଆହରଣ କରିଥାନ୍ତି।