LAccMI Bus: ଆଜି ଏହି ଜିଲ୍ଲାର ୫୦ଟି ରୁଟରେ ଗଡ଼ିବ ଲକ୍ଷ୍ମୀ ବସ୍
Advertisement
Article Detail0/zeeodisha/odisha2009813

LAccMI Bus: ଆଜି ଏହି ଜିଲ୍ଲାର ୫୦ଟି ରୁଟରେ ଗଡ଼ିବ ଲକ୍ଷ୍ମୀ ବସ୍

LAccMI Bus: ‘ଲକ୍ଷ୍ମୀ’ ବସରେ (LAccMI Bus) ଲୋକଙ୍କୁ ୟୁପିଆଇ (UPI) ବ୍ୟବସ୍ଥାରେ ଟିକଟ୍ କିଣିବାକୁ ସୁଯୋଗ ଉନ୍ମୁକ୍ତ କରାଯାଇଛି। ରାଜ୍ୟ ପରିବହନ ବିଭାଗ (Odisha Transport Department) ପକ୍ଷରୁ ବୁଧବାର ଏହି ସେବା ଆରମ୍ଭ ହୋଇଛି। ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ଏକ ସ୍ୱତନ୍ତ୍ର ‘ୟୁପିଆଇ କ୍ୟୁଆର କୋଡ’ର ଶୁଭାରମ୍ଭ କରାଯାଇଛି । 

ସୌ(ସୋସିଆଲ ମିଡିଆ)

LAccMI Bus: ଆଜି କୋରାପୁଟ (koraput) ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ (LAccMI Bus) । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଆଜି ଏହାର ଶୁଭାରମ୍ଭ କରିବେ । ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୫୦ଟି ରୁଟରେ ଏହି ବସ (Bus) ଚଳାଚଳ କରିବ ।

ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ (LAccMI Bus) ଚଳାଚଳ ପାଇଁ ଯୋଜନା ରଖିଛନ୍ତି ସରକାର (Government)। ଏହି ଯୋଜନାରେ ଫଳରେ ଗ୍ରାମାଞ୍ଚଳରେ ପରିବହନ ସେବାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର (Odisha Government) । ଏଥିପାଇଁ ୩ ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ। ଅତିରିକ୍ତ ବଜେଟରେ ଯୋଜନା ପାଇଁ ୫୫୬ କୋଟି ଟଙ୍କାର ଅର୍ଥ ବରାଦ ହୋଇଛି । ପୂର୍ବରୁ ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ଗଜପତି ଓ କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇସାରିଛି । ଏହା ଫଳରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। କୋରାପୁଟରେ ଚାଲିବାକୁ ଥିବା ୬୩ଟି ଲକ୍ଷ୍ମୀ ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ। ଏହାଦ୍ବାରା ପ୍ରାୟ ୧୩ ଲକ୍ଷ ଲୋକେ ଉପକୃତ ହେବେ ବୋଲି ଜଣାପଡ଼ିଛି ।

Also Read-Sambalpur News: ରେଙ୍ଗାଲି ବୋରୱେଲରୁ ଉଦ୍ଧାର ନବଜାତ ଶିଶୁକନ୍ୟାକୁ ସଂକ୍ରମଣ...

ପ୍ରକାଶ ଥାଉ କି, ‘ଲକ୍ଷ୍ମୀ’ ବସରେ (LAccMI Bus) ଲୋକଙ୍କୁ ୟୁପିଆଇ (UPI) ବ୍ୟବସ୍ଥାରେ ଟିକଟ୍ କିଣିବାକୁ ସୁଯୋଗ ଉନ୍ମୁକ୍ତ କରାଯାଇଛି। ରାଜ୍ୟ ପରିବହନ ବିଭାଗ (Odisha Transport Department) ପକ୍ଷରୁ ବୁଧବାର ଏହି ସେବା ଆରମ୍ଭ ହୋଇଛି। ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ଏକ ସ୍ୱତନ୍ତ୍ର ‘ୟୁପିଆଇ କ୍ୟୁଆର କୋଡ’ର ଶୁଭାରମ୍ଭ କରାଯାଇଛି । ଯାହାଫଳରେ ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ଼ (UPI Qr Code) ସ୍କାନ୍ କରି ଟଙ୍କା ଦେଇପାରିବେ।