Maharashtra Politics: ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ କହୁଛି ମହାୟୁତିର ସମୀକରଣ
Advertisement
Article Detail0/zeeodisha/odisha2531025

Maharashtra Politics: ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ କହୁଛି ମହାୟୁତିର ସମୀକରଣ

Maharashtra Politics: ଦୁଇ ଜଣ ଡେପୁଟି ସିଏମ୍ କରିବାର ସମୀକରଣ କାର୍ଯ୍ୟକାରୀ କରାଯିବ। ବାସ୍ତବରେ ମହାଯୁତି ଭିତରେ ତିନୋଟି ପ୍ରମୁଖ ଉପାଦାନ ରହିଛି, ତେଣୁ ଦୁଇ ଜଣ ଡେପୁଟି ମୁଖ୍ୟମନ୍ତ୍ରୀଙ୍କ ସମୀକରଣ ଫଳପ୍ରଦ ସାବ୍ୟସ୍ତ ହେବ। ଗୋଟିଏ ଦଳକୁ ସିଏମ କରାଯିବ ଏବଂ ଅନ୍ୟ ଦୁଇ ଦଳକୁ ଡେପୁଟି ସିଏମ କରାଯିବ । ଏହି ସମୀକରଣ ରେ ସମସ୍ତ ସହଯୋଗୀ ଦଳକୁ ମୁକାବିଲା କରାଯାଇପାରିବ ।

 

Maharashtra Politics: ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ କହୁଛି ମହାୟୁତିର ସମୀକରଣ

Maharashtra Politics: ମହାରାଷ୍ଟ୍ରରେ ମହାୟୁତି ବଡ଼ ବିଜୟ ହାସଲ କରିଛି। ରାଜ୍ୟରେ ମୋଟ ୨୮୮ଟି ବିଧାନସଭା ଆସନ ରହିଛି। ଏଥିରୁ ଶାସକ ମହାୟୁତି ମେଣ୍ଟକୁ ୨୩୬ଟି ଆସନ ମିଳିଛି। ବିଜେପି ୧୩୨ଟି ଆସନରେ ବିଜୟୀ ହୋଇଛି। ଶିବସେନା, ସିନ୍ଦେ ଗୋଷ୍ଠୀ ୫୭ଟି ଆସନରେ ବିଜୟୀ ହୋଇଛନ୍ତି। ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ୪୧ଟି ଆସନରେ ବିଜୟୀ ହୋଇଛି। ରାଜ୍ୟରେ ନୂଆ ସରକାର କେମିତି ରହିବ ତାକୁ ନେଇ ମହାଯୁତି ନିରନ୍ତର ସମୀକରଣ ପ୍ରସ୍ତୁତ କରୁଛି। 

କିଏ ହେବେ ମୁଖ୍ୟମନ୍ତ୍ରୀ ?
କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏହାକୁ ନେଇ ସହଯୋଗୀ ଦଳମାନଙ୍କ ମଧ୍ୟରେ ଆଲୋଚନା ଚାଲିଛି। ବିଶେଷଜ୍ଞଙ୍କ ମତରେ ଉଭୟ ବିଜେପି ଓ ଶିବସେନା ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ବିଶେଷଜ୍ଞଙ୍କ ମତରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେନ୍ଦ୍ର ଫଡନାଭିସ ଓ ଏକନାଥ ସିନ୍ଦେଙ୍କ ନାମ ସବୁଠୁ ଆଗରେ ରହିଛି। ଏକନାଥ ସିନ୍ଦେ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଦେବେନ୍ଦ୍ର ଫଡନାଭିସ ଡେପୁଟି ସିଏମ ଅଛନ୍ତି । ତେବେ ଅଜିତ ପାୱାରଙ୍କ ନାମ ମଧ୍ୟ ଏନସିପି ମୁଖ୍ୟମନ୍ତ୍ରୀ ପଦ ପାଇଁ ହଟାଇ ଦେଇଛି ।  

ଦୁଇ ଜଣ ଡେପୁଟି ସିଏମ୍ ରହିବାର ଚାଲିଛି ଯୋଜନା
ରାଜ୍ୟରେ ଦୁଇ ଜଣ ଡେପୁଟି ସିଏମ୍ ରହିପାରନ୍ତି। ଏହା ପୂର୍ବରୁ ମଧ୍ୟ ସେଠାରେ ଦୁଇ ଜଣ ଡେପୁଟି ମୁଖ୍ୟମନ୍ତ୍ରୀଙ୍କ ସମୀକରଣ କାର୍ଯ୍ୟକାରୀ ହୋଇଛି। ବିଶେଷଜ୍ଞଙ୍କ ମତରେ ମହାୟୁତି ତରଫରୁ ଦୁଇ ଜଣ ଡେପୁଟି ସିଏମ୍ କରିବାର ସମୀକରଣ କାର୍ଯ୍ୟକାରୀ କରାଯିବ। ବାସ୍ତବରେ ମହାଯୁତି ଭିତରେ ତିନୋଟି ପ୍ରମୁଖ ଉପାଦାନ ରହିଛି, ତେଣୁ ଦୁଇ ଜଣ ଡେପୁଟି ମୁଖ୍ୟମନ୍ତ୍ରୀଙ୍କ ସମୀକରଣ ଫଳପ୍ରଦ ସାବ୍ୟସ୍ତ ହେବ। ଗୋଟିଏ ଦଳକୁ ସିଏମ କରାଯିବ ଏବଂ ଅନ୍ୟ ଦୁଇ ଦଳକୁ ଡେପୁଟି ସିଏମ କରାଯିବ । ଏହି ସମୀକରଣ ରେ ସମସ୍ତ ସହଯୋଗୀ ଦଳକୁ ମୁକାବିଲା କରାଯାଇପାରିବ ।

ସୂଚନାଯୋଗ୍ୟ, ମଙ୍ଗଳବାର ଅର୍ଥାତ୍ କାଲି ଶେଷ ହେଉଛି ମହାରାଷ୍ଟ୍ରର ବର୍ତ୍ତମାନର ସରକାରର କାର୍ଯ୍ୟକାଳ । ମଙ୍ଗଳବାର ସୁଦ୍ଧା ହିଁ ନୂଆ ସରକାର ଗଠନ ହେବା କଥା। କିନ୍ତୁ ଏଯାଏଁ ଚିତ୍ର ସ୍ପଷ୍ଟ ହୋଇ ପାରୁନି । ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଆଲୋଚନା ହୋଇଛି ତେବେ, ଖୁବ ଶୀଘ୍ର ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି । ଆଉ ଖୁବଶୀଘ୍ର ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀ ଚେହେରା ଦେଖିବାକୁ ମିଳିବ ବୋଲି ଆଲୋଚନା ଜାରି ରହିଛି। ସେପଟେ ରେଜଲ୍ଟ ପ୍ରକାଶ ପାଇବା ଦିନ ଦେବେନ୍ଦ୍ର ଫଡନାଭିସଙ୍କ ମା ଦୃଢୋକ୍ତି ପ୍ରକାଶ କରିଥିଲେ ଯେ, ତାଙ୍କୁ ପୁଅ ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟ। ଏହା ସହ ତାଙ୍କ ପୁଅ ଉପରେ ଖୁବ ଭରସା ଅଛି ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। 

Also Read: IPL 2025 Mega Auction: ନିରାଶ ହେଲେ ଏହି ୪ ଭାରତୀୟ ଖେଳାଳି, ନିଲାମୀରେ ଛିଣ୍ଡିଲାନି ଦର

Also Read: Grah Gochar: ଡିସେମ୍ବରରେ ଏକାସାଥୀରେ ୭ଟି ବଡ଼ ଗ୍ରହର ନକ୍ଷତ୍ର ସହ ରାଶି ପରିବର୍ତ୍ତନ, ୩ ରାଶି ହେବେ ଧନବାନ