Fire Mishap: ଜଳିଗଲା ତେଲ ବୋଝେଇ କଣ୍ଟେନର୍ ସହ ଦୁଇଟି ଟ୍ରକ, କାରଣ ଅସ୍ପଷ୍ଟ
Advertisement
Article Detail0/zeeodisha/odisha1972139

Fire Mishap: ଜଳିଗଲା ତେଲ ବୋଝେଇ କଣ୍ଟେନର୍ ସହ ଦୁଇଟି ଟ୍ରକ, କାରଣ ଅସ୍ପଷ୍ଟ

Paradeep: ହୁ ହୁ ହୋଇ ଜଳିଗଲା ତେଲ ବୋଝେଇ କଣ୍ଟେନର୍ ସହ ଦୁଇଟି ଟ୍ରକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପାରାଦୀପ ଲକ ଥାନା ଅଧିନ ପିପିଏଲ୍ ଛକ ନିକଟ ଏକ ଗ୍ୟାରେଜରେ। ବିଳମ୍ବିତ ରାତିରେ ଏହି ଅଘଟଣା ଘଟିଥିବା ଜଣାପଡ଼ିଛି।

Fire Mishap: ଜଳିଗଲା ତେଲ ବୋଝେଇ କଣ୍ଟେନର୍ ସହ ଦୁଇଟି ଟ୍ରକ, କାରଣ ଅସ୍ପଷ୍ଟ

Paradeep News: ହୁତୁହୁତୁ ହୋଇ ଜଳିଗଲା ତେଲ ବୋଝେଇ କଣ୍ଟେନର୍ ସହ ଦୁଇଟି ୧୨ ଚକିଆ ଟ୍ରକ୍। ଏଭଳି ଘଟଣା ଘଟିଛି ଲକ ଥାନା ଅଧିନ ପିପିଏଲ୍ ଛକ ନିକଟରେ ଥିବା ଏକ ଗ୍ୟାରେଜରେ। ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ବିଳମ୍ବିତ ରାତିରେ କୌଣସି କାରଣ ବଶତଃ ପିପିଏଲ୍ ଛକ ନିକଟ ଗ୍ୟାରେଜରେ ଥିବା କଣ୍ଟେନର୍ ରେ ନିଆଁ ଲାଗିଯାଇଥିଲା । କଣ୍ଟେନରରେ ଲାଗିଥିବା ନିଆଁ କ୍ରମଶଃ ପାଖରେ ଥିବା ଦୁଇଟି ଟ୍ରକ ଆଡ଼କୁ ମଧ୍ଯ ବ୍ୟାପିଯାଇଥିଲା । ଫଳରେ ଜଳିଉଠିଥିଲା ତେଲ ବୋଝେଇ କଣ୍ଟେନର୍ ସମେତ ଦୁଇଟି ଟ୍ରକ୍ । ଖବର ପାଇ କୁଜଙ୍ଗ ଅଗ୍ନିଶମ ବିଭାଗ ଓ ପାରାଦୀପ ଅଗ୍ନିଶମ ବିଭାଗର ୬ଟି ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡିଥିଲା। ଦୀର୍ଘ ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।   

କୁହାଯାଉଛି ଯେ, ଦୀର୍ଘ ଦିନ ହେବ ଉକ୍ତ କଣ୍ଟେନରରେ ଚୋରା ତେଲ ଗଛିତ ରଖାଯାଉଥିଲା। ଅଗ୍ନିକାଣ୍ଡ ପରେ ଚୋରା ତେଲ କାରବାର ହେଉଥିବା ଘଟଣା ସାମ୍ନାକୁ ଆସିଛି। ଖବର ପାଇ ଲକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗ୍ୟାରେଜରେ କେହି ନଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।

Also Read-Horoscope: ୫ ରାଶିଙ୍କ ପାଇଁ ଶୁଭ ରହିବ ଆଜିର ଦିନ, ୩ ରାଶିଙ୍କ ବିଗିଡ଼ିପାରେ କାମ!