Siali Beach: ଶିଆଳୀ ବେଳାଭୂମିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼, ନାଚ ଗୀତରେ ମସଗୁଲ ଲୋକେ
Advertisement

Siali Beach: ଶିଆଳୀ ବେଳାଭୂମିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼, ନାଚ ଗୀତରେ ମସଗୁଲ ଲୋକେ

Siali Beach:  ନୂତନ ବର୍ଷ ପାଇଁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ସେହିପରି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପର୍ଯ୍ୟଟନ ସ୍ଥଳୀ ହେଉଛି ଜଗତସିଂହପୁର ଜିଲ୍ଲା ଶିଆଳୀ ବେଳାଭୂମି । ନୂଆ ବର୍ଷ ସହ ଶୀତୁଆ ଦିନର ମଜା ନେବା ପାଇଁ ଏଠାରେ ପ୍ରତ୍ୟେକ ଦିନ ଜମୁଛି ପର୍ଯ୍ୟଟକଙ୍କ ଖଚାଖଚ ଭିଡ଼।

ସୌ(ସୋସିଆଲ ମିଡିଆ)

Jagatsinghpur Siali Beach: ବିଦାୟ ନେଇଛି ପୁରୁଣା ବର୍ଷ । ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ସବୁଠି ଏବେ ବି ଜାରି ରହିଛି ସେଲିବ୍ରେସନ୍ । ଏନେଇ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ସେହିପରି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପର୍ଯ୍ୟଟନ ସ୍ଥଳୀ ହେଉଛି ଜଗତସିଂହପୁର ଜିଲ୍ଲା ଶିଆଳୀ ବେଳାଭୂମି । ନୂଆ ବର୍ଷ ସହ ଶୀତୁଆ ଦିନର ମଜା ନେବା ପାଇଁ ଏଠାରେ ପ୍ରତ୍ୟେକ ଦିନ ଜମୁଛି ପର୍ଯ୍ୟଟକଙ୍କ ଖଚାଖଚ ଭିଡ଼।

ଶିଆଳୀ ସମୁଦ୍ର ବେଳାଭୂମିର ପ୍ରାକୃତିକ ଦୃଶ୍ୟକୁ ମନଭରି ଉପଭୋଗ କରିବା ସହ ବଣଭୋଜିର ମଜା ଉଠାଉଛନ୍ତି ଶହ ଶହ ପର୍ଯ୍ୟଟକ। ଖାଲି ସେତିକି ନୁହେଁ, ଡିଜେ ସାଉଣ୍ତର ତାଳେ ତାଳେ ସମୁଦ୍ର ମୁହାଣ ଓ ଝାଉଁ ଜଙ୍ଗଲରେ ବେଶ ଜମୁଛି ନାଚ ଗୀତାର ଆସର। ଏହାର ବିସ୍ତୀର୍ଣ୍ଣ ବେଳାଭୂମି ଓ ଝାଉଁ ଜଙ୍ଗଲ ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି । ତେବେ ପିକିନିକ ଋତୁରେ ଏହି ବେଳାଭୂମିକୁ ବଣଭୋଜି ପାଇଁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ବେଳେ ଗମନାଗମନ ପାଇଁ ଭଲ ରାସ୍ତା, ପିଇବା ପାଣି ଓ ଶୌଚାଳୟର ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ। ସେପଟେ କିନ୍ତୁ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡା଼କଡ଼ି କରାଯାଇଛି ।

Also Read-Hitech Hospital ଟ୍ରାଜେଡ଼ି: ଭୁଲ୍‍ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ଗଲା ୨ ଜୀବନ

ପ୍ରକାଶ ଥାଉ କି, ଶିଆଳୀ ବେଳାଭୂମିର ପ୍ରାକୃତିକ ଓ ମନୋରମ ଦୃଶ୍ୟ ଦେଖିବାକୁ ବର୍ଷ ସାରା ଏଠାରେ ଲୋକଙ୍କ ଭିଡ଼ ଜମେ। ତେଣୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଗଲେ ଅଧିକ ପର୍ଯ୍ୟଟକ ମାନେ ଏଠାକୁ ଆସିପାରନ୍ତେ ବୋଲି ଲୋକେ ମତ ଦେଇଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାକୁ ଆହୁରି ଆକର୍ଷଣୀୟ କରିବା ନେଇ ଦାବି କରାଯାଇଛି ।