Odisha News: ରାଜ୍ୟରେ ଆହୁରି ୧୦ ହଜାର କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, ଜାଣନ୍ତୁ କେବେ?
Advertisement
Article Detail0/zeeodisha/odisha2141343

Odisha News: ରାଜ୍ୟରେ ଆହୁରି ୧୦ ହଜାର କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, ଜାଣନ୍ତୁ କେବେ?

Odisha News: ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର (Odisha Government) । ଏନେଇ ରାଜ୍ୟରେ ଆହୁରି ୧୦ ହଜାର କନିଷ୍ଠ ଶିକ୍ଷକଙ୍କୁ (junior teachers) ନିଯୁକ୍ତି ଦେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁଯାୟୀ, ଏହି ନିଯୁକ୍ତି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଜଲଦି ବିଜ୍ଞପ୍ତି ପ୍ରକାଶ ପାଇବ । ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ବହୁ କନିଷ୍ଠ ଶିକ୍ଷକ ପଦବି ଖାଲି ପଡ଼ିଛି । ଏହି ପଦବି ପୂରଣ ପାଇଁ ଗତ ୨୦୨୩ ଅଗଷ୍ଟ ମାସରେ ରାଜ୍ୟରେ ୨୦ ହଜାର ସ୍କିମାଟିକ୍ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରେ ସେପ୍ଟେମ୍ବର ମାସରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାର ପରୀକ୍ଷା ଶେଷ ହୋଇ ଜାନୁଆରୀ ମାସରୁ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ହାଇକୋର୍ଟରେ କେସ୍ ଚାଲିଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ବିଭାଗ ପକ୍ଷରୁ ୧୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Also Read- Plastic Ban: ଏପ୍ରିଲ ୧ରୁ ଅଭୟାରଣ୍ୟକୁ ପ୍ଲାଷ୍ଟିକ ମନା, ଉଲ୍ଲଂଘନ କଲେ..

 ରାଜ୍ୟରେ ବର୍ତ୍ତମାନ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଅର୍ଥାତ୍ ଚଳିତ ବର୍ଷ ମୋଟ ୩୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇବେ । ଜିଲ୍ଲା ପରିଷଦ ଅଧୀନରେ ଏକ ବର୍ଷିଆ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦିଆଯିବ । ଶିକ୍ଷକଙ୍କ ପ୍ରଦର୍ଶନକୁ ଆଧାର କରି ଏହାର ଅବଧିକୁ ବଢାଯିବ । ଏନେଇ ବିଭାଗ ପକ୍ଷରୁ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରାଯିବ ।

ପ୍ରକାଶ ଥାଉ କି, ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଓ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ୭,୪୦୦ ଟଙ୍କାରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।