Ganesh Puja 2023: ସର୍ବ ପୁରାତନ ମନ୍ଦିରରେ ପାଳିତ ହେବ ଗଣେଶ ଚତୁର୍ଥୀ, ଗୋଟିଏ ପଥର ନିର୍ମିତ ହୋଇଛି ମୂର୍ତ୍ତି
Advertisement
Article Detail0/zeeodisha/odisha1877799

Ganesh Puja 2023: ସର୍ବ ପୁରାତନ ମନ୍ଦିରରେ ପାଳିତ ହେବ ଗଣେଶ ଚତୁର୍ଥୀ, ଗୋଟିଏ ପଥର ନିର୍ମିତ ହୋଇଛି ମୂର୍ତ୍ତି

Ganesh Utsav 2023: ଆସନ୍ତାକାଲି ପାଳିତ ହେବାକୁ ଯାଉଛି ଗଣେଶ ଚତୁର୍ଥୀ। ଏନେଇ ସର୍ବପୁରାତନ ଗଣେଶ ମନ୍ଦିରରେ ଚାଲିଛି ସାଜସଜ୍ଜା ସମେତ ଉନ୍ନତିକରଣ।

Ganesh Puja 2023: ସର୍ବ ପୁରାତନ ମନ୍ଦିରରେ ପାଳିତ ହେବ ଗଣେଶ ଚତୁର୍ଥୀ, ଗୋଟିଏ ପଥର ନିର୍ମିତ ହୋଇଛି ମୂର୍ତ୍ତି

Ganesh Chaturthi 2023: ସେପ୍ଟମ୍ବର ୧୯ ତାରିଖ ମଙ୍ଗଳବାର ପାଳିତ ହେବାକୁ ଯାଉଛି ଗଣେଶ ପୂଜା। ଆସନ୍ତାକାଲି ପୂଜା ହେବାକୁ ଯାଉଥିବା ବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗଣେଶ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି କୋରାପୁଟ ଜିଲ୍ଲାର ନନ୍ଦପୁର ଠାରେ ଅବସ୍ଥିତ ସର୍ବ ପୁରାତନ ଗଣେଶ ମନ୍ଦିର।  ଗଣେଶ ଚତୁର୍ଥୀ ପାଇଁ ମନ୍ଦିରର ସାଜସଜ୍ଜା ସମେତ ଉନ୍ନତିକରଣ କାମ ଜାରି ରହିଛି। 

କୋରପୁଟ ଜିଲ୍ଲାର (Koraput District) ନନ୍ଦପୁର ଅଞ୍ଚଳରେ (Nandapur Area) ରହିଥିବା ଗଣେଶ ମନ୍ଦିର (Nandapur Ganesh Mandir) ବେଶ ନିଆରା। ଏହି ମନ୍ଦିରର ରହିଥିବା ଗଣେଶ ମୂର୍ତ୍ତି (Nandapur Ganesh Temple) ଗୋଟିଏ ପଥରରେ ଗଢା ହୋଇଥିବାର କୁହାଯାଏ। ଭଗବାନ ଗଣେଶଙ୍କ ଏହି ମୂର୍ତ୍ତି ମାଟି ତଳୁ ମିଳିଥିବାର କିମ୍ବଦନ୍ତୀ (Nandapur Ganesh Mandir Legend) ପ୍ରଚଳିତ ରହିଛି। ଗୋଟିଏ ପଥରରେ ନିର୍ମିତ ଏହି ଗଣେଶ ମୂର୍ତ୍ତିର ଉଚ୍ଚତା ପ୍ରତିବର୍ଷ ବୃଦ୍ଧି ପାଉଥିବା ନେଇ ସ୍ଥାନୀୟ ଅଞ୍ଚଳର ଲୋକେ କହୁଛନ୍ତି। ବର୍ତମାନ ଗଣେଶ ମୂର୍ତ୍ତିର ଉଚ୍ଚତା ୮ ଫୁଟ ୨ ଇଞ୍ଚ ରହିଥିବା ବେଳେ, ଏହାର ଚଉଡା ପ୍ରାୟ ୬ ଫୁଟ ରହିଛି। ଏହି ସର୍ବ ପୁରାତନ ଗଣେଶ ମନ୍ଦିରର ଉନ୍ନତିକରଣ ପାଇଁ ସ୍ଥାନୀୟ ଲୋକେ ୫ଟି ସଚିବଙ୍କୁ ଏକ ଦାବି ପତ୍ର ଦେଇଥିଲେ। ୫ଟି ସଚିବ ଗଣେଷ ମନ୍ଦିର ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ଏହାର ଉନ୍ନତିକରଣ କାର୍ଯ୍ୟ ଚାଲୁ ରହିଛି। 

ହେଲେ ଐତିହାସିକ କିମ୍ବଦନ୍ତୀ ଏହି ଗଣେଶ ମନ୍ଦିର (Nandapur Ganesh Temple History) ସମ୍ପର୍କରେ କିଛି ଅଲଗା କଥା କହୁଛି। କୌଣସି  ସ୍ଥାନରେ ଲିପିବଦ୍ଧ ହୋଇନଥିଲେ ମଧ୍ୟ କିମ୍ବଦନ୍ତୀ ଅନୁଯାୟୀ କାଞ୍ଚି ଅଭିଯାନକୁ ଯିବା ସମୟରେ ରାଜା ପୁରୁଷୋତ୍ତମ ଦେବ ସାଥିରେ ନନ୍ଦପୁର ରାଜାକୁ ନେଇ ଯାଇଥିଲେ। ଫେରିବା ସମୟରେ ଏହି ପ୍ରାଚୀନ ଗଣେଶ ମନ୍ଦିର ରହିଥିବା ସ୍ଥାନରେ ଆଶ୍ରୟ ନେଇଥିଲେ। ସେଠାରେ ଜଣେ ଶିଳ୍ପୀ ଗଣେଶ ମୂର୍ତ୍ତି ପଥରରେ ତିଆରି କରିଥିଲେ। ହେଲେ କାଳକ୍ରମେ ସେହି ମୂର୍ତ୍ତି ମାଟି ତଳେ ପୋତି ହୋଇଯାଇଥିଲା। ପରେ ଜଣେ ବୃଦ୍ଧ ଦମ୍ପତ୍ତି ସେହି ସ୍ଥାନରେ ମାଟି ଖୋଲିବା ସମୟରେ ଏକ ମୂର୍ତ୍ତି ପାଇଥିଲେ। ପରେ ସେମାନେ ମୂର୍ତ୍ତି ମିଳିବା ସମ୍ପର୍କରେ ରାଜାଙ୍କୁ ଜଣାଇଥିଲେ। ଯାହା ପରେ ସେଠାରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା।

ନନ୍ଦପୁର ଅଞ୍ଚଳରେ ଅବସ୍ଥିତ ପ୍ରାଚୀନ ଗଣେଶ ମନ୍ଦିର ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଅନେକ ପର୍ଯ୍ୟଟକ ଗୋଟିଏ ପଥରରେ ଗଢା ଗଣେଶ ମୂର୍ତ୍ତି ଦେଖିବାକୁ ଆସୁଛନ୍ତି। ହେଲେ ଏହି ମନ୍ଦିରକୁ ଯିବା ପାଇଁ ଏକ ଭଲ ରାସ୍ତା ଏ ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରିନାହିଁ। ରାସ୍ତା ନିର୍ମାଣ ସହ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି। ଆସନ୍ତାକାଲି ଗଣେଷ ପୂଜା ହେବାକୁ ଯାଉଥିବା ବେଳେ ମନ୍ଦିରରେ ପ୍ରସ୍ତୁତି ଜୋରସୋରରେ ଚାଲିଛି।