ଭୁବନେଶ୍ବରରେ ପହଁଞ୍ଚିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ୪ ଓଡ଼ିଆ ଶ୍ରମିକ
Advertisement
Article Detail0/zeeodisha/odisha1987642

ଭୁବନେଶ୍ବରରେ ପହଁଞ୍ଚିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ୪ ଓଡ଼ିଆ ଶ୍ରମିକ

Uttarkashi Tunnel: ଓଡ଼ିଶା ଫେରିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ । ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ତେବେ ୪ ଜଣ ଶ୍ରମିକ ନିଜ ଘରକୁ ଫେରିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ନିଜ ଭାଇଙ୍କ ସହ ପରେ ଫେରିବେ ବୋଲି ସୂଚନା ମିଳିଛି ।

ସୌ(ସୋସିଆଲ ମିଡିଆ)

ସୂଚନାଯୋଗ୍ୟ, ୪ ଜଣ ଶ୍ରମିକଙ୍କୁ ନେଇ ନୂଆଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ବର ଆସିଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ । ୪ ଜଣ ଓଡ଼ିଆ ଶ୍ରମିକଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା । ଦୀର୍ଘ ୧୭ ଦିନ ଧରି ଉତ୍ତରକାଶୀର ଏକ ନିର୍ମାଣାଧୀନ ଟନେଲ ମଧ୍ୟରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଏଥିରେ ଓଡ଼ିଶାର ୫ ଜଣ ଶ୍ରମିକ ରହିଥିଲେ। ଏହି ଶ୍ରମିକମାନେ ହେଲେ ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା ଏବଂ ମୟୁରଭଞ୍ଜର ବିଶେଶ୍ବର ନାୟକ, ଧୀରେନ ନାୟକ ଓ ରାଜୁ ନାୟକ। ଗୁରୁବାର ଦିନ ୠଷିକେଶ ଏମ୍ସ ହସ୍ପିଟାଲରୁ ସମସ୍ତ ୪୧ ଶ୍ରମିକଙ୍କ ସମେତ ୫ ଓଡ଼ିଆଙ୍କୁ ଡିସଚାର୍ଜ କରାଯାଇଥିଲା । ସେଠାରୁ ପ୍ରଥମେ ଡେରାଡୁନ୍ ପରେ ଡେରାଡୁନରୁ ଦିଲ୍ଲୀରେ ପହଞ୍ଚିଥିଲେ । କାମ କରୁଥିବା ବେଳେ ମାଟି ଅତଡ଼ା ଧସିବାରୁ ଟନେଲରେ ଫସି ଯାଇଥିଲେ ୪୧ ଶ୍ରମିକ । ୧୭ ଦିନ ପରେ ଗତ ମଙ୍ଗଳବାର ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

Also Read-Matrimonial Frauds: ବାହା ହେବାକୁ କହି ୬୪ ଲକ୍ଷ ଟଙ୍କା ଠକି ନେଲା ମାଟ୍ରିମୋନି ବର

ପ୍ରକାଶ ଥାଉ କି, ପୂର୍ବରୁ ଏହି ଶ୍ରମିକମାନଙ୍କ ପରିବାର ଲୋକେ ୫-ଟି ଅଧ୍ୟକ୍ଷଙ୍କୁ ନବୀନ ନିବାସରେ ସାକ୍ଷାତ କରିଥିଲେ। ୫-ଟି ଅଧ୍ୟକ୍ଷ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଜଣାଇଥିଲେ।