Odisha Election 2024: ଆପଣଙ୍କ ଅଞ୍ଚଳରେ କେବେ ହେବ ଭୋଟ୍ ଗ୍ରହଣ, ଗୋଟିଏ କ୍ଲିକରେ କରି ନିଅନ୍ତୁ ଚେକ୍
Advertisement
Article Detail0/zeeodisha/odisha2160167

Odisha Election 2024: ଆପଣଙ୍କ ଅଞ୍ଚଳରେ କେବେ ହେବ ଭୋଟ୍ ଗ୍ରହଣ, ଗୋଟିଏ କ୍ଲିକରେ କରି ନିଅନ୍ତୁ ଚେକ୍

Odisha Election 2024 Schedule:  ନିର୍ବାଚନ ଆୟୋଗ ଅନୁଯାୟୀ ୧୩, ୨୦, ୨୫ ମେ' ଓ ୧ ଜୁନରେ ଓଡି଼ଶାରେ ମତଦାନ ଅନୁଷ୍ଠିତ ହେବାକୁ ନେଇ ଘୋଷଣା କରିଛି। ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଓଡିଶାରେ ଭୋଟ୍ ଗ୍ରହଣ କରାଯିବ ବୋଲି ECI ସୂଚନା ଦେଇଛି।

 

Odisha Election 2024 Schedule

Odisha Election 2024: ନିର୍ବାଚନ ଆୟୋଗ ଓଡି଼ଶାରେ ଏକକାଳୀନ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଏକ ସାମ୍ୱାଦିକ ସମ୍ମିଳନୀରେ ECI ସୂଚନା ଦେଇଛି ଯେ ଓଡିଶାରେ ନିର୍ବାଚନ ୧୩ ମଇ ୨୦୨୪ ରୁ ଚାରିଟି ପର୍ଯ୍ୟାୟରେ ହେବ। ନିର୍ବାଚନ ଆୟୋଗ ଅନୁଯାୟୀ ୧୩, ୨୦, ୨୫ ମେ' ଓ ୧ ଜୁନରେ ଓଡି଼ଶାରେ ମତଦାନ ଅନୁଷ୍ଠିତ ହେବାକୁ ନେଇ ଘୋଷଣା କରିଛି। ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଓଡିଶାରେ ଭୋଟ୍ ଗ୍ରହଣ କରାଯିବ ବୋଲି ECI ସୂଚନା ଦେଇଛି।

ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ ଓ ୨୩ ମେ ୨୦୨୪ ରେ ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟରେ, ୨୦ ମେ ୨୦୨୪ ରେ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ଭୋଟ୍ ୨୫ ମେ'ରେ ଅନୁଷ୍ଠିତ ହେବ ଓ ଶେଷ ତଥା ଚତୁର୍ଥ ପର୍ଯ୍ୟାୟରେ ଅବଶିଷ୍ଟ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ୧ ଜୁନ୍ ୨୦୨୪ ରେ ଅନୁଷ୍ଠିତ ହେବ।

୧୩ ମେ ୨୦୨୪ ରେ କେଉଁଠି ହେବ ମତଦାନ
ନୂଆପଡ଼ା, ଖଡ଼ିଆଳ, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର, କୋରାପୁଟ, ପଟାଙ୍ଗୀ, ମାଲକାନଗିରି, ଚିତ୍ରକୋଣ୍ଡା

୨୦ ମେ' ୨୦୨୪ ରେ କେଉଁଠି ହେବ ମତଦାନ
ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ଼, କଣ୍ଟାବାଂଜି, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଂଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଂଜିଳି

୨୫ ମେ' ୨୦୨୪ ରେ କେଉଁଠି ହେବ ମତଦାନ
କୁଚିଣ୍ଡା, ରେଂଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ କଟକ, ଚୌଦ୍ୱାର କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼

୧ ଜୁନ୍‌ ୨୦୨୪ ରେ କେଉଁଠି ହେବ ମତଦାନ
ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବଡ଼ସାହି, ବାରିପଦା, ମୋରଡ଼ା, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି, ବିଂଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ନିଆଳୀ, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା

ଓଡ଼ିଶାର ଲୋକସଭା ଆସନ ପାଇଁ କେଉଁଠି ଓ କେଉଁଦିନ ହେବ ମତଦାନ
୧୩ ମେ' ୨୦୨୪- କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ
୨୦ ମେ' ୨୦୨୪- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକା
୨୫ ମେ' ୨୦୨୪- ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର
୧ ଜୁନ୍‌ ୨୦୨୪- ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର