LAccMI Bus: ଆଜିଠୁ ରାୟଗଡ଼ାରେ ଗଡି଼ବ ‘ଲକ୍ଷ୍ମୀ ବସ୍’,ଜାଣନ୍ତୁ କେତୋଟି ରୁଟରେ ମିଳିବ ସେବା ?
Advertisement
Article Detail0/zeeodisha/odisha1977468

LAccMI Bus: ଆଜିଠୁ ରାୟଗଡ଼ାରେ ଗଡି଼ବ ‘ଲକ୍ଷ୍ମୀ ବସ୍’,ଜାଣନ୍ତୁ କେତୋଟି ରୁଟରେ ମିଳିବ ସେବା ?

LAccMI Bus: ଏଣିକି ଗାଁରୁ ସହର ଯାତ୍ରା ହେବ ଆହୁରି ସହଜ।  ଆଦିବାସୀ ଅଞ୍ଚଳ ସହ ଯୋଡି଼ ହେବ ସହର। କାହିଁକିନା ଆଜିଠୁ ରାୟଗଡା ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ‘ଲକ୍ଷ୍ମୀ ବସ୍’ସେବା (Laxmi bus services to start in raygada from today)। 

LAccMI Bus: ଆଜିଠୁ ରାୟଗଡ଼ାରେ ଗଡି଼ବ ‘ଲକ୍ଷ୍ମୀ ବସ୍’,ଜାଣନ୍ତୁ କେତୋଟି ରୁଟରେ ମିଳିବ ସେବା ?

LAccMI Bus: ଏଣିକି ଗାଁରୁ ସହର ଯାତ୍ରା ହେବ ଆହୁରି ସହଜ।  ଆଦିବାସୀ ଅଞ୍ଚଳ ସହ ଯୋଡି଼ ହେବ ସହର। କାହିଁକିନା ଆଜିଠୁ ରାୟଗଡା ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ‘ଲକ୍ଷ୍ମୀ ବସ୍’ସେବା (Laxmi bus services to start in raygada from today)। ଜିଲ୍ଲାରେ ଏକା ସାଙ୍ଗରେ ଗଡି଼ବ ୫୨ଟି ବସ୍। ରାୟଗଡା ଜିଲ୍ଲାର ୧୧ଟି ବ୍ଲକ ମଧ୍ୟରେ‘ଲକ୍ଷ୍ମୀ ବସ୍’ଚଳାଚଳ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha cm Naveen Patnaik) ଭି଼ଡିଓ କନଫରେସିଂ ଯୋଗେ ଏହାର ଉଦଘାଟନ କରିବେ।  ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Also Read: Today Horoscope: ଆର୍ଥିକ ସମସ୍ୟାକୁ ନେଇ ଚିନ୍ତା ବଢିବ, ପାରିବାରିକ ବିବାଦ ଦେଖାଦେବ

Also Read: Guru Margi 2023: ମେଷରେ ମାର୍ଗି ହେବେ ବୃହସ୍ପତି, ନୂଆବର୍ଷରୁ ଆରମ୍ଭ ହେବେ ଏହି ତିନି ରାଶିଙ୍କ ଶୁଭଦିନ

ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ରାୟଗଡାର ୧୮୨ଟି ପଞ୍ଚାୟତର ୩୯ ଟି ରୁଟରେ ୫୨ ଗୋଟି‘ଲକ୍ଷ୍ମୀ ବସ୍’ ଯାତାୟାତ କରିବ। ଏହାଦ୍ବାରା ୯ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। କମ ଦାମରେ ଦୁଆରୁ ସହରକୁ ଯାଇପାରିବେ ଜନସାଧାରଣ। ଉଦଘାଟନୀ ଉତ୍ସବରେ  ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ସଚିବ ଉଷା ପାଢୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଡି ହେବେ ବୋଲି ଜଣାପଡିଛି।  ‘ଲକ୍ଷ୍ମୀ ବସ୍’ ପିଲାଙ୍କୁ ସ୍କୁଲ, ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ ମାନଙ୍କ ଗତିଶୀଳତା ବୃଦ୍ଧି ପାଇବ। ସବୁ ପଞ୍ଚାୟତକୁ ବସ୍ ଯିବ। ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବା ସହ ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ ବୋଲି ଆଶା ରଖିଛନ୍ତି ସରକାର।

ନିକଟରେ,  ନଭେମ୍ବର ୧ରେ କଳାହାଣ୍ଡି ଜିଲ୍ଲାରେ (Kalahandi) 'ଲକ୍ଷ୍ମୀ ବସ'ର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Cm Naveen Patnaik)।  ତେବେ, ଏହା ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରେ ‘ଲକ୍ଷ୍ମୀ ବସ୍’(LAccMI Bus services to start in Malkangiri ) ସେବା ଆରମ୍ଭ ହୋଇଥିଲା। ଯାହାକୁ ବଣ୍ଡାଘାଟିରୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik)। ଦ୍ବିତୀୟ ପର୍ଯ୍ୟାୟରେ, ଅର୍ଥାତ୍ ଅକ୍ଟୋବର ୨୦ ତାରିଖରେ ଗଜପତି ଜିଲ୍ଲାରେ ଏହି ସେବା ଆରମ୍ଭ ହୋଇଥିଲା।  ସେବା -ସୁରକ୍ଷା ଏବଂ ସମ୍ମାନ ଏହି ତିନି ଏସ୍ କୁ ଗୁରୁତ୍ବ ଦେଇ ଲକ୍ଷ୍ମୀ ବସ୍ ଯୋଜନା ରାଜ୍ୟରେ ଆରମ୍ଭ ହୋଇଛି । ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ  ଆଗାମୀ ଦିନରେ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ।