ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଏଥର ପୂଜା ମଣ୍ଡପ ଫ୍ରି
Advertisement
Article Detail0/zeeodisha/odisha1873466

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଏଥର ପୂଜା ମଣ୍ଡପ ଫ୍ରି

ଆୟୋଜକମାନେ ପୂଜା ଆୟୋଜନ କରିବା ପାଇଁ ଯେଉଁ ଫି’ ଦେଉଥିଲେ ଏହି ପୂଜା ଋତୁରେ ତାହା ଦେବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। 

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଏଥର ପୂଜା ମଣ୍ଡପ ଫ୍ରି

ଭୁବନେଶ୍ୱର: ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ (Bhubaneswar Metropolitan Corporation) ଅଞ୍ଚଳରେ ଥିବା ସମସ୍ତ ପୂଜା ମଣ୍ଡପକୁ ମାଗଣା (Free) ଘୋଷଣା କରାଯାଇଛି। ଅର୍ଥାତ୍‍ ଆୟୋଜକମାନେ ପୂଜା ଆୟୋଜନ କରିବା ପାଇଁ ଯେଉଁ ଫି’ ଦେଉଥିଲେ ଏହି ପୂଜା ଋତୁରେ ତାହା ଦେବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।  ‘ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ ’ ବୋଲି ଏଥିରେ ଉଲ୍ଲେଖ ରହିଛି।

ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକ (Local MLA)ମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ (Chief Minister) ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଏଥିରେ କୁହାଯାଇଛି।  କେବଳ ଦୁର୍ଗାପୂଜା ନୁହେଁ ପୂଜାକମିଟି ମାନଙ୍କୁ ସରକାରୀ ଜାଗାରେ ପୂଜା ମଣ୍ଡପ ଲାଗି ଆୟୋଜନ କରିବା ବେଳେ ସରକାରଙ୍କୁ ଭଡ଼ା ଦେବାକୁ ପଡ଼ୁଥିଲା। ଚଳିତ ବର୍ଷ ଗଣେଶ ପୂଜା, ଦୂର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଓ କାର୍ତ୍ତିକେଶ୍ୱର ପୂଜା ଆଦି ପୂଜା ପାଇଁ ଆଉ କୌଣସି ଗ୍ରାଉଣ୍ଡ ଭଡ଼ା ଦେବାକୁ ପଡ଼ିବ ନାହିଁ।

Also Read- Cauliflower: ଅଧିକ ଫୁଲକୋବି ଖାଉଛନ୍ତି କି? ହୋଇପାରେ ଏହି ଅସୁବିଧା

Also Read- 200MP Camera Smartphone ସହିତ ବଜାରକୁ ଜବରଦସ୍ତ ଏଣ୍ଟ୍ରି କରୁଛି Honor