ଆଜି ବି ବେଶ ସରଗରଣ ରହିପାରେ ଗୃହ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, ଏମ୍ଏସଏମ୍ଇ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି।
Trending Photos
ଭୁବନେଶ୍ଵର: ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ। ଆଜି ବି ବେଶ ସରଗରଣ ରହିପାରେ ଗୃହ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, ଏମ୍ଏସଏମ୍ଇ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି।
ସେହିପରି ଆଜି ମଧ୍ୟ ଉଠିପାରେ ମିଶନ ଶକ୍ତି ଜିପିଏଲଏଫ୍ କର୍ମୀଙ୍କ ଦରମା ବନ୍ଦ ପ୍ରସଙ୍ଗ। ଦୁଇ ଦିନ ହେଲାଣି ଦିନ ରାତି ଭୋକ ଉପାସରେ ଧାରଣା ଦେଇଛନ୍ତି ମିଶନ ଶକ୍ତି କର୍ମୀ। ନିଜର ହକ୍ ପାଇଁ ଏତେ ଶୀତ କାକରରେ ସେମାନେ ରାଜରାସ୍ତା ଉପରେ ଖୋଲା ଛାତ ତଳେ ଶୋଇବାକୁ ବାଧ୍ଯ ହୋଇଛନ୍ତି। ଏମାନଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛି ବିଜେଡି। ତେଣୁ ଆଜି ମଧ୍ୟ ଗୃହରେ ଏହି ପ୍ରସଙ୍ଗ ବିଜେଡି ଉଠାଇପାରେ। ଗତକାଲି ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ।
ଅନ୍ୟପଟେ ଗତକାଲି ବିଧାନସଭା ପ୍ରଶ୍ନୋତ୍ତର ଆରମ୍ଭରୁ ହଟ୍ଟଗୋଳ ହୋଇଥିଲା। ସିଆରପି, ବ୍ୟାଙ୍କ ମିତ୍ରଙ୍କ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିଜେଡି ଓ ବ୍ୟାଙ୍କ ମିତ୍ରଙ୍କ ଆନ୍ଦୋଳନ ଓ ସେମାନଙ୍କ ନାର୍ଯ୍ୟ ଦାବି କଥା ଉଠାଇ ବାଚସ୍ପତିଙ୍କ ପୋଡିଅମ୍ ପାଖକୁ ଯାଇ ହୋହାଲ୍ଲା କରିଥିଲେ ବିରୋଧୀ ଦଳ। ମୋସନ ଜରିଆରେ ପ୍ରସଙ୍ଗ ବାବଦରେ ଆଲୋଚନା କରିବାକୁ ବାଚସ୍ପତି କହିଥିଲେ ବି କିଛି ଶୁଣିନଥିଲେ ବିରୋଧୀ। ଫଳରେ ବାଧ୍ୟ ହୋଇ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ।