Odisha News: ଆଜି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ଉଦଘାଟିତ ହେବ ୪୨ଟି ଡ଼ାକଘର
Advertisement

Odisha News: ଆଜି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ଉଦଘାଟିତ ହେବ ୪୨ଟି ଡ଼ାକଘର

Odisha News: ମଙ୍ଗଳବାର ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Ashwini Vaishnaw) ଓ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) । ଏହି ଗସ୍ତ ସମୟରେ ଉଭୟ ରେଳ ବିଭାଗ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଡ଼ାକ ବିଭାଗର କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ବୁର୍ଲାସ୍ଥିତ ସମ୍ବଲପୁର ବିଶ୍ବବିଦ୍ୟାଳୟର (sambalpur university) ବିଜୁ ପଟ୍ଟନାୟକ ଅଡ଼ିଟୋରିୟମଠାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁର ରେଳ ଷ୍ଟେସନରେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଆସ୍ଥା ସ୍ବତନ୍ତ୍ର ଟ୍ରେର ଶୁଭାରମ୍ଭ କରିବେ । ଏହାପରେ ସମ୍ବଲପୁର ଭେଦିକ ଆନ୍ତର୍ଜାତିକ ସ୍କୁଲରେ ରୋବୋଟିକ୍ ସେଣ୍ଟରର ଲୋକାର୍ପଣ କରିବେ । ପରେ ମାଝିପାଲିଠାରେ ଓଡିଶାର ପ୍ରଥମ ସ୍କିଲ୍ ଇଣ୍ତିଆ ସେଣ୍ଟରର ଉଦ୍ଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଶେଷରେ ସମ୍ବଲପୁର ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରୁ ଆଭାସୀ ମାଧ୍ୟମରେ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦ୍ଦଘାଟନ ଓ ଶିଳାନ୍ୟାସ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ।

ପରେ ଉଭୟ ଓଡ଼ିଶାର କିମ୍ବଦନ୍ତୀ କବି ତଥା ପଶ୍ଚିମ ଓଡ଼ିଶାର ସାଂସ୍କତିକ ଐତିହ୍ୟ ଉପରେ ସ୍ମାରକୀ ଡ଼ାକ ଟିକେଟ (daak ticket) ଉନ୍ମୋଚନ କରିବେ । ଏହାସହ ସମ୍ବଲପୁର, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଡ଼ିଭିଜନର ୪୨ଟି ଶାଖା ପୋଷ୍ଟ ଅଫିସ (post office) ମଧ୍ଯ ଉନ୍ମୋଚନ କରିବା ନେଇ ମଧ୍ଯ କାର୍ଯ୍ୟକ୍ରମ ରହିଛି ।

ଅପରାହ୍ନ ୩ଟା ୩୦ ମିନିଟ୍ ରେ ରେଳମନ୍ତ୍ରୀ ପୂର୍ବତଟ ରେଳପଥର ମୁଖ୍ୟଳୟଠାରେ ରେଳପଥର କାର୍ଯ୍ୟଦକ୍ଷତା ବିଶେଷ କରି ପ୍ରକଳ୍ପ, ଟ୍ରାଫିକ ସୁବିଧା ଓ ଭିତ୍ତିଭୂମି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିବେ । ଶେଷରେ ସେ ଭୁବନେଶ୍ବରର କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ।