Barricade System for Srimandir Darshan: ଦର୍ଶନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ୧୦ ଧାଡ଼ି ବିଶିଷ୍ଟ ବିରାଟ ବ୍ୟାରିକେଡ଼ ବ୍ଯବସ୍ଥା।
Trending Photos
Jagannath Temple Darshan System: ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଏବଂ ଆନନ୍ଦ ବଜାରରେ ମହାପ୍ରସାଦ ବ୍ଯବସ୍ଥାକୁ ନେଇ ଅନେକ ସମୟରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିଲା। ମାତ୍ର ଏଭଳି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଶ୍ରୀମନ୍ଦିର ପ୍ରଶାସନ ସବୁବେଳେ ନିଦାବିଷ୍ଣୁ ପାଲଟି ଯାଉଥିଲା। ହେଲେ ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗିଛି। ଏବେ ଆଉ ୩ ଧାଡିଆ ବ୍ୟାରିକେଡ୍ ଭିତରେ ଯାଉନାହାଁନ୍ତି ଭକ୍ତ। ଦର୍ଶନ ପାଇଁ ବଡ଼ ଦାଣ୍ଡରେ ଲଗାଯାଇଥିବା ବ୍ୟାରିକେଡ ପାଇଁ କେତେବେଳେ ଭକ୍ତର ନାକ ଫାଟୁଥିଲା ଆଉ କେତେବେଳେ ଦର୍ଶନ ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା। ଗହଳି ଭିତରେ ନାକେଦମ ହେଇଯାଉଥିଲେ ଭକ୍ତ।
ହେଲେ ପ୍ରଶାସନ (Srimandir Administration) ପକ୍ଷରୁ ଭକ୍ତଙ୍କ ଲାଗି ଏକ ୧୦ ଧାଡ଼ି ବିଶିଷ୍ଟ ବିରାଟ ବ୍ୟାରିକେଡ଼ ବ୍ଯବସ୍ଥା (Barricade System for Srimandir Darshan) କରାଯାଇଛି। ଯେଉଁଥିରେ ସେବାୟତ ଏବଂ ବରିଷ୍ଠ ନାଗରିକଙ୍କ ଲାଗି ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ଧାଡ଼ି ରହିଥିବା ବେଳେ ଅବଶିଷ୍ଟ ୮ ଧାଡ଼ିରେ ସାଧାରଣ ଭକ୍ତଙ୍କ ପାଇଁ ରହିଛି। ଏହି ସ୍ୱତନ୍ତ୍ର ୩ ଥାକିଆ ବ୍ୟାରିକେଡ ମାଧ୍ୟମରେ ଦର୍ଶନ ଆରମ୍ଭ ହୋଇଛି। ଯେଉଁଥିରେ ବହୁ ସଂଖ୍ୟାକ ଦ୍ରୁତ ବେଗରେ ଚାଲୁଥିବା ପଙ୍ଖା ଲଗାଯାଇଛି। ଏହା ସହିତ ଶୁଦ୍ଧ ପାନୀୟ ଜଳର ବ୍ଯବସ୍ଥା କରାଯାଇଛି। ଓଆରଏସ (ORS) ପାଣି ମଧ୍ୟ ବ୍ୟାରିକେଡ ଠାରେ ଉପଲବ୍ଧ ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ନିକଟରେ ପିଇବା ପାଣି ପହଞ୍ଚାଇ ଦିଆଯାଉଛି। ଏହି ୩ ଥାକିଆ ସ୍ୱତନ୍ତ୍ର ବ୍ୟାରିକେଡ ମଧ୍ୟରେ ଏକକାଳୀନ ୪ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ରହିପାରିବେ। ଝଡ ବର୍ଷାରୁ ମଧ୍ୟ ଭକ୍ତ ସୁରକ୍ଷିତ ରହି ପାରିବେ। ଆବଶ୍ୟକ ସ୍ଥଳେ ବ୍ୟାରିକେଡ ମଧ୍ୟରେ ବସିବା ପାଇଁ ବ୍ଯବସ୍ଥା ରହିଛି। ଯାହାକୁ ବରିଷ୍ଠ ନାଗରିକ ବ୍ଯବହାର କରିପାରିବେ।
Also Read: Abhada Rate Chart: ଆନନ୍ଦ ବଜାରରେ ଲାଗି ପାରିଲା ନାହିଁ ମହାପ୍ରସାଦ ଦର ତାଲିକା, ଜାଣନ୍ତୁ କାରଣ
କେବଳ ସେତିକି ନୁହଁ ଅଘଟଣ ପାଇଁ ଦମକଳ (Fire Service) ଏବଂ ଆମ୍ବୁଲାନ୍ସ (Ambulance) ସହ ଫାଷ୍ଟ ଏଡ୍ ସେଣ୍ଟର (Fast Aid Center) ବ୍ଯବସ୍ଥା ମଧ୍ୟ କରାଯାଇଛି। ପୂର୍ବ ଅପେକ୍ଷା ଅଧିକ ଆରାମଦାୟକ ହୋଇଛି ଦର୍ଶନ ବ୍ଯବସ୍ଥା। ସେପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା କୌଣସି ଭକ୍ତ କିମ୍ବା ଦର୍ଶନାର୍ଥୀ କିଭଳି ସୁରକ୍ଷିତ ଏବଂ ସୃଙ୍ଖଳିତ ଭାବେ ଦର୍ଶନ କରିବେ ତାହାକୁ ନେଇ ଅଧିକ ଯତ୍ନବାନ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ହେଲେ ଦିବ୍ଯାଙ୍ଗ ଭକ୍ତଙ୍କ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଉ। ତୁରନ୍ତ ପରମ୍ପରା ଭିତ୍ତିରେ ଯାହା ସମ୍ଭବ ସେହି ଆଧାରରେ ସେମାନଙ୍କୁ ଦର୍ଶନ କରିବାର ଅଧିକାର ଦିଆଯିବା ଜରୁରୀ।