Flight Service: ମାଲକାନଗିରିବାସୀଙ୍କ ପାଇଁ ଖୁସି ଖବର, ଏହି ଦିନ ଜିଲ୍ଲାରେ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ
Advertisement

Flight Service: ମାଲକାନଗିରିବାସୀଙ୍କ ପାଇଁ ଖୁସି ଖବର, ଏହି ଦିନ ଜିଲ୍ଲାରେ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ

Malkangiri Flight Service: ନୂତନ ବର୍ଷରେ ମାଲାକାନଗିରି ବିମାନବନ୍ଦରକୁ ଉଦ୍ଦଘାଟନ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ଯମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିନୀଲ କ୍ରିଷା ସୋସିଆଲ ମିଡିଆକେ ସୂଚନା ଦେଇଛନ୍ତି । 

ସୌ(ସୋସିଆଲ ମିଡିଆ)

Malkangiri Flight Service: ମାଲାକାନଗିରିବାସୀଙ୍କୁ ମୁଖ୍ଯମନ୍ତ୍ରୀଙ୍କ ନୂଆବର୍ଷ ବଡ଼ ଭେଟି । ୨୦୨୪ରେ ଜିଲ୍ଲାରୁ ଉଡାଣ ଭରିବ ବିମାନ । ଏନେଇ ବିମାନବନ୍ଦର ରନୱେ କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ଟର୍ମିନାଲଠାରୁ ଆରମ୍ଭ କରି ଯାତ୍ରୀ ବିଶ୍ରାମାଗାର କାମ ମଧ୍ଯ ଏକ ପ୍ରକାର ଶେଷ ହେବାକୁ ଯାଉଛି ।

ସୂଚନାଯୋଗ୍ୟ, ନୂତନ ବର୍ଷରେ ମାଲାକାନଗିରି ବିମାନବନ୍ଦରକୁ ଉଦ୍ଦଘାଟନ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ଯମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିନୀଲ କ୍ରିଷ୍ଣା ସୋସିଆଲ ମିଡିଆକେ ସୂଚନା ଦେଇଛନ୍ତି । ଏନେଇ ସହର ଉପକଣ୍ଠ କୋଟଲିଗୁଡ଼ାଠାରେ ବିମାନବନ୍ଦର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିମାନବନ୍ଦରର ରନୱେ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏବେ ରନୱେରେ ହ୍ବାଇଟ ମାର୍କିଂ ଓ ଜିପିଏସ୍ ପୋଜିସନିଂ କାମ ଜାରି ରହିଛି । ଡିସେମ୍ବର ଶେଷ ସୁଧ୍ୟା ରନୱରେ ଟ୍ରାଏଲ ରନ୍ କରିବା ଲାଗି ସ୍ଥିର ହୋଇଛି । ନୂଆବର୍ଷରୁ ମାନକାନଗିରି ବିମାନବନ୍ଦରରୁ ପ୍ରଥମ ଥର ଲାଗି ବିମାନ ଉଡିବା ନେଇ ୫ଟି ଅଧ୍ଯକ୍ଷ ଘୋଷଣା କରିଥିଲେ । ମାଲକାନଗିରି ବିମାନବନ୍ଦରରେ ରନୱେ ୧୬୨୦ ମିଟର ଲମ୍ବ ହୋଇଥିବା ବେଳେ ଓସାର ୩୦ ମିଟର । ଆବଶ୍ୟକ ସ୍ଥଳେ, ଏହାକୁ ୩ ହଜାର ମିଟର ବା ୩ କିଲୋମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ । ଆଗାମୀ ଦିନର ଡିଜିସିଏ ପକ୍ଷରୁ ଟ୍ରାଏଲ ରନ୍ କରାଯିବା ବୋଲି ଜଣାପଡିଛି । ନୂଆବର୍ଷ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନବନ୍ଦରର ଉଦ୍ଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି ।

Also Read-Covid-19: ରାଜ୍ୟରେ ବଢିଚାଲିଛି କରୋନା ଗ୍ରାଫ, ଆଉ ଜଣେ ପଜିଟିଭ ଟିହ୍ନଟ

Also Read: Weather Update: ରାଜ୍ୟରେ ଆହୁରି କମିବ ଶୀତ, ବଢିବ କୁହୁଡ଼ି

ପ୍ରକାଶ ଥାଉ କି, ମଙ୍ଗଳବାର ରାଉରକେଲାରୁ କୋଲକତାକୁ ସିଧାସଳଖ ଆରମ୍ଭ ହୋଇଛି ବିମାନ ସେବା । ଆଲାଏନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯିବ । ସପ୍ତାହକୁ କେବଳ ୩ ଦିନ ଅର୍ଥାତ୍ ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନ (Flight) ଚଳାଚଳ କରିବ ବୋଲି ସୂଚନା ମିଳିଛି । ବିମାନଟି ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ କୋଲକତାରୁ (Kolkata) ପ୍ରଥମ ବିମାନଟି ବାହାରି ରାଉରକେଲାରେ ଅପରାହ୍ନ ସାଢେ ୧୨ଟାରେ ପହଁଞ୍ଚିବ । ସେହିଭଳି ରାଉରକେଲାରୁ ଅପରାହ୍ନ ୫ଟା ୨୦ରେ ପହଁଞ୍ଚିବ । ଏହି ବିମାନ ସେବା ପାଇଁ ଟିକେଟ୍ ଦାମ ୧,୯୯୯ ଥିବା ଜଣାପଡ଼ିଛି ।