Nuakhai 2023: ଆସନ୍ତାକାଲି ନୂଆଁଖାଇ (Nuakhai 2023)। ଏନେଇ ଚଳଚଞ୍ଚଳ ପଶ୍ଚିମ ଓଡି଼ଶା । ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ନୂଆଁଖାଇ ଅବସରରେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ (Samleswari) ଠାରେ ଲାଗି ହେବ ନବାନ୍ନ। ମା’ଙ୍କ ନିକଟରେ ପିଠାମିଠା, ଖିରି ପ୍ରଭୃତି ବ୍ୟାଞ୍ଜନ ଭୋଗ ଲାଗିଥାଏ।
Trending Photos
Nuakhai 2023: ଆସନ୍ତାକାଲି ନୂଆଁଖାଇ (Nuakhai 2023)। ଏନେଇ ଚଳଚଞ୍ଚଳ ପଶ୍ଚିମ ଓଡି଼ଶା । ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ନୂଆଁଖାଇ ଅବସରରେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ (Samleswari) ଠାରେ ଲାଗି ହେବ ନବାନ୍ନ। ଆସନ୍ତାକାଲି ଦିନ ୧୦ଟା ୨୭ ମିନିଟରୁ ୧୦ ଟା ୪୨ ମିନିଟ ମଧ୍ୟରେ (Lagna For Offeri Navanna) ମା ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି କରାଯିବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ମା’ଙ୍କ ନିକଟରେ ପିଠାମିଠା, ଖିରି ପ୍ରଭୃତି ବ୍ୟାଞ୍ଜନ ଭୋଗ ଲାଗିଥାଏ। ପରେ ସେହି ଭୋଗ ଶ୍ରଦ୍ଧାଳୁ ପାଇ ସୌଭାଗ୍ୟ ଅର୍ଜନ କରିଥାନ୍ତି। ତା ପରେ ସମସ୍ତେ ନିଜ ନିଜ ଘରେ ନୂଆଁଧାନକୁ ପୂଜା କରି ନୂଆଁଖାଇ ପାଳନ କରିଥାଆନ୍ତି। ସମସ୍ତେ କାଲି ନୂଆ ଖାଇବେ ନୂଆ ପିନ୍ଧିବେ।
Also Read: Weather Update: ଆଜି ୧୫ ଜିଲ୍ଲାରେ ପ୍ରବଳ ବର୍ଷିବ!
ନୂଆଖାଇରେ, ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ଏହାକୁ ନବାନ୍ନ ଭକ୍ଷଣ ବା ପଶ୍ଚିମ ଓଡ଼ିଶା (Western Odisha) ର ଆଞ୍ଚଳିକ ଭାଷାରେ ନୂଆଁଖାଇ (Nuakhai) କୁହାଯାଏ। ନୂଆଁଖାଇ ପର୍ବ ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଧୁମଧାମରେ ପାଳନ ହୋଇଥାଏ। ନୂଆଁଖାଇ ପରମ୍ପରା ବହୁ ପରାତନ କାଳରୁ ଚାଲି ଆସୁଛି। ପିଢ଼ି ପରେ ପିଢ଼ି ସମସ୍ତେ ଏହି ପରମ୍ପରାକୁ ଅନୁକରଣ କରୁଛନ୍ତି। ନୂଆଁଖାଇ ପର୍ବର ସ୍ୱତନ୍ତ୍ରତା ରହିଛି। ଏହି ଦିନ ସମସ୍ତେ ଏକାଠି ହୋଇ ମଜା ମସ୍ତି କରିଥାଆନ୍ତି। ଏହି ପର୍ବ ନିଜ ପରିବାର ସହିତ ସମୟ ବିତାଇବାର ଅବସର ଦିଏ। ନୂଆଁଖାଇରେ ବିଭିନ୍ନ ସ୍ଥାନରେ ଭେଟଘାଟ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏଥିରେ ଡାଲଖାଇ, ରଙ୍ଗବତୀ ଭଳି ସମ୍ବଲପୁରୀ ଗୀତରେ ଲୋକେ ଝୁମନ୍ତି। ନୂଆଁଖାଇର ପରଦିନକୁ ନୂଆଁଖାଇ ବାସି ବା ବାସି ନୂଆଁଖାଇ କୁହାଯାଏ। ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ। ନୂଆଁଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରାଯାଉଥିବାରୁ ସେଦିନ ପ୍ରାୟତଃ କେହି ଆମିଷ ଖାଆନ୍ତି ନାହିଁ। ସେଥିପାଇଁ ଏହି ଦିନ ସଭିଏଁ ଆମିଷ ଖାଇଥାନ୍ତି।