ମହିଳାଙ୍କୁ ଅତିରିକ୍ତ ସାମୟିକ ଛୁଟି ନେଇ ଅର୍ଥ ବିଭାଗର ବିଜ୍ଞପ୍ତି
Advertisement
Article Detail0/zeeodisha/odisha2510046

ମହିଳାଙ୍କୁ ଅତିରିକ୍ତ ସାମୟିକ ଛୁଟି ନେଇ ଅର୍ଥ ବିଭାଗର ବିଜ୍ଞପ୍ତି

ବିଜ୍ଞପ୍ତି ଅନୁଯାୟୀ ସମସ୍ତ ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ହେବା ପର୍ଯ୍ୟନ୍ତ ବାର୍ଷିକ ୧୨ ଦିନର ଏହି ଅତିରିକ୍ତ ସାମୟିକ ଛୁଟି ନେଇପାରିବେ।

ମହିଳାଙ୍କୁ ଅତିରିକ୍ତ ସାମୟିକ ଛୁଟି ନେଇ ଅର୍ଥ ବିଭାଗର ବିଜ୍ଞପ୍ତି

ଭୁବନେଶ୍ଵର: ମାସିକ ଋତୁସ୍ରାବ ସମୟର ମହିଳା ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ନିକଟରେ ନିଷ୍ପତ୍ତି ହୋଇଥିଲା । ଆଜି ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ସମସ୍ତ ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ହେବା ପର୍ଯ୍ୟନ୍ତ ବାର୍ଷିକ ୧୨ ଦିନର ଏହି ଅତିରିକ୍ତ ସାମୟିକ ଛୁଟି ନେଇପାରିବେ।

ପ୍ରତି ମାସର ଦିନଟିଏ ଋତୁସ୍ରାବ ଜନିତ ଛୁଟି ସେହି ମାସରେ ହିଁ ନେବାକୁ ପଡ଼ିବ। ଗୋଟିଏ ମାସର ଛୁଟି ପରବର୍ତ୍ତୀ ମାସକୁ ସ୍ଥାନାନ୍ତରିତ କରାଯାଇପାରିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।  ପ୍ରଚଳିତ ୧୦ ଦିନ ସାମୟିକ ଛୁଟି(କାଜୁଆଲ ଲିଭ) ଓ ୫ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି(ସ୍ପେଶାଲ ଲିଭ୍‌) ସହିତ ମହିଳାମାନେ ଏହି ୧୨ ଦିନ ଅତିରିକ୍ତ ଛୁଟି ପାଇପାରିବେ।

Also Read- କଳାବଜାରୀ ନିୟନ୍ତ୍ରଣରେ ସରକାର ବିଫଳ- ବିଜେଡି

Also Read- Shukra Gochar: ଶୁକ୍ରଙ୍କ ରାଶି ପରିବର୍ତ୍ତନ, ଏହି ୪ ରାଶିକୁ ମିଳପାରେ ଧନ