Helpline number: ସହରାଞ୍ଚଳ ଆଶ୍ରସ୍ଥଳୀ ପାଇଁ ନୂଆ ସହାୟତା ନମ୍ବର, ୪୫ ଆଶ୍ରୟସ୍ଥଳୀ ବାବଦରେ ମିଳିବ ସୂଚନା
Advertisement
Article Detail0/zeeodisha/odisha2602360

Helpline number: ସହରାଞ୍ଚଳ ଆଶ୍ରସ୍ଥଳୀ ପାଇଁ ନୂଆ ସହାୟତା ନମ୍ବର, ୪୫ ଆଶ୍ରୟସ୍ଥଳୀ ବାବଦରେ ମିଳିବ ସୂଚନା

New Helpline number for Urban homeless: ବିଜ୍ଞପ୍ତି ଅନୁସାରେ ଜାରି ହୋଇଥିବା ସହାୟତା ନମ୍ବରଟି ହେଉଛି- ୯୭୭୭୬୬୮୦୭୧। ଏହା ଏକ ମୋବାଇଲ୍‍ ନମ୍ବର। ୧୩ତମ ରାଜ୍ୟସ୍ତରୀୟ ସହରାଞ୍ଚଳ ଆଶ୍ରୟସ୍ଥଳୀ ମନିଟରିଂ କମିଟିର ରିପୋର୍ଟ ଅନୁସାରେ ଏହି ସହାୟତା ନମ୍ବର ଜାରି କରାଯାଇଛି। ଏହି ନମ୍ବରରେ ସମ୍ପୃକ୍ତ  ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀ ବାବଦରେ ସୂଚନା ମିଳିପାରିବ।

New Helpline number for Urban homeless in Odisha

ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ବାସହୀନଙ୍କ ପାଇଁ ନୂଆ ସହାୟକ ନମ୍ବର ଜାରି କରିଛନ୍ତି ସରକାର। ଏହି ନମ୍ବରକୁ ବ୍ୟବହାର କରି କୌଣସି ବି ବାସହୀନ ତାଙ୍କ ଆଖପାଖରେ ଥିବା ସହରାଞ୍ଚଳ ଆଶ୍ରୟସ୍ଥଳୀ ବାବଦରେ ସୂଚନା ପାଇପାରିବେ। କୌଣସି ବ୍ୟକ୍ତି ମଧ୍ୟ ଏହି ସହାୟତା ନମ୍ବର ବ୍ୟବହାର କରି ବାସହୀନଙ୍କ ବାବଦରେ ସୂଚନା ଦେଇପାରିବେ ବୋଲି ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। 

ଏହି ବିଜ୍ଞପ୍ତି ଅନୁସାରେ ଜାରି ହୋଇଥିବା ସହାୟତା ନମ୍ବରଟି ହେଉଛି- ୯୭୭୭୬୬୮୦୭୧। ଏହା ଏକ ମୋବାଇଲ୍‍ ନମ୍ବର। ୧୩ତମ ରାଜ୍ୟସ୍ତରୀୟ ସହରାଞ୍ଚଳ ଆଶ୍ରୟସ୍ଥଳୀ ମନିଟରିଂ କମିଟିର ରିପୋର୍ଟ ଅନୁସାରେ ଏହି ସହାୟତା ନମ୍ବର ଜାରି କରାଯାଇଛି। ଏହି ନମ୍ବରରେ ସମ୍ପୃକ୍ତ  ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀ ବାବଦରେ ସୂଚନା ମିଳିପାରିବ। ଏଣୁ ଅଧିକରୁ ଅଧିକ ଲୋକ ଏହି ନମ୍ବର ବାବଦରେ ଜାଣିବା ଲାଗି ସହରାଞ୍ଚଳର ଜନଗହଳି ସ୍ଥାନମାନଙ୍କରେ ନମ୍ବରଟି ଉଲ୍ଲେଖ କରିବା ତଥା ବିଜ୍ଞପିତ କରିବା ଲାଗି ସଂସ୍ଥା ପକ୍ଷରୁ ସମସ୍ତ ମ୍ୟୁନିସିପାଲିଟିକୁ ସୂଚନୀତ କରାଯାଇଛି। 

ସହରାଞ୍ଚଳରେ ଲୋକଙ୍କୁ ରାତ୍ରୀ ଆଶ୍ରୟ ଯୋଗାଇବା ଲାଗି ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ୪୫ଟି ଆଶ୍ରୟସ୍ଥଳ ଖୋଲାଯାଇଛି। ଏଥିରୁ ୭ଟି ଭୁବନେଶ୍ୱରରେ ରହିଥିବାବେଳେ କଟକରେ ୫ଟି, ସମ୍ବଲପୁରରେ ୪ଟି ବ୍ରହ୍ମପୁରରେ ୧, ରାଉରକେଲାରେ ୪ଟି ସହରାଞ୍ଚଳ ଆଶ୍ରୟସ୍ଥଳ ରହିଛି। ବଲାଙ୍ଗୀର, ବାଲେଶ୍ୱର,ରାୟଗଡ଼ା, ପୁରୀ, ପାରାଦୀପ, ନୟାଗଡ଼, ନବରଙ୍ଗପୁର, ପାରଳାଖେମୁଣ୍ଡି, କେନ୍ଦୁଝର, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ, ଭବାନୀପାଟଣା, ବୌଦ୍ଧ, ଚିକିଟି, ବରଗଡ଼, ଦେବଗଡ଼, ଢେଙ୍କାନାଳ, ଜୟପୁରତାଳଚେର, ସୁନ୍ଦରଗଡ଼, ସୁନାବେଡ଼ା ରେ ଗୋଟିଏ ଲେଖାଏଁ ଆଶ୍ରୟସ୍ଥଳ ରହିଛି। ବାରିପଦାରେ ୨ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି।