Puri News: ନୂଆବର୍ଷରେ ପୁରୀ ଯାଉଛନ୍ତି କି? ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା
Advertisement

Puri News: ନୂଆବର୍ଷରେ ପୁରୀ ଯାଉଛନ୍ତି କି? ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା

Puri News: ଆସନ୍ତାକାଲି ନୂଆବର୍ଷ (New year)। ଏ-ନେଇ ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମ ହେବ। ନୂଆବର୍ଷରେ ବଡ଼ ଠାକୁରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ନୂଆବର୍ଷରେ ପ୍ରବଳ ଭକ୍ତଙ୍କ ସମାଗମକୁ ଆଶଙ୍କା କରି ଡିସେମ୍ବର ୩୧ରେ ମହାପ୍ରଭୁଙ୍କ ପହୁଡ ନକରିବାକୁ ନିତି ସବକମିଟି ବୈଠକରେ ନିସ୍ପତି ନିଆଯାଇଥିଲା।  ହେଲେ ...

Puri News: ନୂଆବର୍ଷରେ ପୁରୀ ଯାଉଛନ୍ତି କି? ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା

Puri News: ଆସନ୍ତାକାଲି ନୂଆବର୍ଷ (New year)। ଏ-ନେଇ ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମ ହେବ। ନୂଆବର୍ଷରେ ବଡ଼ ଠାକୁରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ନୂଆବର୍ଷରେ ପ୍ରବଳ ଭକ୍ତଙ୍କ ସମାଗମକୁ ଆଶଙ୍କା କରି ଡିସେମ୍ବର ୩୧ରେ ମହାପ୍ରଭୁଙ୍କ ପହୁଡ ନକରିବାକୁ ନିତି ସବକମିଟି ବୈଠକରେ ନିସ୍ପତି ନିଆଯାଇଥିଲା। ଏମିତିକି ବୈଠକ ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ନୂଆବର୍ଷ ପାଇଁ ମହାପ୍ରଭୁଙ୍କ ନିତି କାହିଁକି ବନ୍ଦ ହେବ। ମହାପ୍ରଭୁ କାହିଁକି ରାତି ଉଜାଗର ରହିବେ ବୋଲି ଭକ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା। ହେଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତିକୁ ପରିବର୍ତ୍ତନ କରିବା ସହ ମହାପ୍ରଭୁଙ୍କ ରାତ୍ର ପହୁଡ  ବନ୍ଦ ନ କରିବାକୁ ନିସ୍ପତି ନିଆଯାଇଛି। ଡିସେମ୍ବର ୩୧ ରାତ୍ର ପ୍ରାୟ ୧୧ଟା ସୁଦ୍ଧା ମହାପ୍ରଭୁଙ୍କ ପହୁଡ ହେବା ସହ ରାତି ଗୋଟାଏ ସୁଦ୍ଧା ଦ୍ୱାର ଫିଟା ଯାଇ ଦର୍ଶନ ଆରମ୍ଭ କରିବାକୁ ଲକ୍ଷ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। 

କେବଳ ସେତିକି ନୁହେଁ, ଜାନୁଆରୀ ୧ରୁ ଜଗା ଦର୍ଶନ ନେଇ ଭକ୍ତଙ୍କ ପାଇଁ ନୂଆ ବ୍ଯବସ୍ଥା ହେବ। ବାଡଦାଣ୍ଡରେ ଆସୁଥିବା ଭକ୍ତମାନେ ଏସି ଟନେଲ ଦେଇ ଶ୍ରୀମନ୍ଦିର କାର୍ଯ୍ଯାଳୟର ଗ୍ରାଉଣ୍ଡ ଫ୍ଲୋରରେ ବିଶ୍ରାମ କରିବେ। ସେଠାରୁ ସାନଛତା ମଠ ଦେଇ ଏସି ଜର୍ମାନ ହ୍ଯାଙ୍ଗରରେ ୬ଟି ଧାଡିରେ ମନ୍ଦିରକୁ ଯିବେ। ସେହିଭଳି ଶ୍ରୀଦାଣ୍ଡର ଭକ୍ତମାନେ ସାନଛତା ମଠ ନିକଟରେ ପହଞ୍ଚିବା ପରେ ଏସି ଜର୍ମାନ ହ୍ଯାଙ୍ଗରରେ ବିଶ୍ରାମ ନେବେ। ସେଠାରୁ ଚାରୋଟି ଧାଡିରେ ମନ୍ଦିରକୁ ଯିବାର ବ୍ଯବସ୍ଥା କରାଯାଇଛି। ତେବେ ଏଥର ଭକ୍ତ ଏସି ଟନେଲ ସହ ଏସି ଜର୍ମାନ ହ୍ଯାଙ୍ଗର ସିଷ୍ଟମର ସୁବିଧା ପାଇବେ। ଜର୍ମାନ ହ୍ଯାଙ୍ଗର ବ୍ଯବସ୍ଥାରେ ମଧ୍ୟ ରହିଛି ରେଲିଂ, ଏସି , ସିସିଟିଭି, ବସିବା ପାଇଁ ବେଞ୍ଚ, ପିଇବାପାଣି ,ଜୋତା ଷ୍ଟାଣ୍ଡ, ଟଏଲେଟ ବ୍ଯବସ୍ଥା। ସେପଟେ ଏସି ଟର୍ନେଲରେ ମଧ୍ୟ ଭକ୍ତ ମାନଙ୍କୁ ସର୍ବାଧିକ ସୁରକ୍ଷିତ ଓ ସୃଙ୍ଖଳିତ ଦର୍ଶନ ମିଳିବ। ତେବେ ଏହି ଏସି ଟନେଲରେ ଏକ କାଳିନ ପ୍ରାୟ ଅଢେଇ ହଜାର ଭକ୍ତ ରହିପାରିବେ। ଚଉଡା ୧୨ମିଟର ଓ ଲମ୍ବ ୮୪ମିଟର ରହିଛି ।

ମରଚିକୋଟ ଛକରୁ ଶ୍ରୀକୃଷ୍ଣ ସିନେମାହଲ ଛକ ମଧ୍ୟରେ ରହିଛି। ଏଥିରେ ଭକ୍ତଙ୍କ ପାଇଁ ୧୨ଟି ଧାଡି ରହିବା ସହ ବସିବା ପାଇଁ ରହିଛି ଷ୍ଟିଲ୍ ବେଞ୍ଚର ବ୍ଯବସ୍ଥା। ଆବଶ୍ୟକ ସ୍ଥଳେ ଭକ୍ତ ମାନେ ଏହି ବେଞ୍ଚ ବ୍ଯବହାର କରିପାରିବେ। ଟନେଲକୁ ସମ୍ପୂର୍ଣ୍ଣ ସେଣ୍ଟ୍ରାଲ ଏସି କରାଯାଇଛି। ଟନେଲର ଉପର ଅଂଶକୁ ଫେବ୍ରୀକ ହ୍ୱଇଟ ସହିତ ରଥଚକର ସିମ୍ବଲ ଦିଆଯାଇଛି। ସେପଟେ ପ୍ରତି କଲମରେ ଗୋଟିଏ ଲେଖାଏଁ ଫେନ୍ ରହିବ। ଏଥିସହିତ ଏସି ଟନେଲ ମଧ୍ୟରେ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ସିସିଟିଭି, ଏୟାର କଟନ୍ ର ବ୍ଯବସ୍ଥା କରାଯାଇଛି। ସବୁଠାରୁ ବଡ କଥା ହେଉଛି ଭକ୍ତମାନଙ୍କ ସୁବିଧା ପାଇଁ ଟନେଲରେ ସ୍ପେସ୍ ମେନେଜମେଣ୍ଟ ସିଷ୍ଟମର ପ୍ରୟୋଗ କରାଯାଇଛି। ଫଳରେ ଗହଳି ଅନୁଭବ ହେବନାହିଁ। କାରଣ ପ୍ରତି ରେଲିଂର ଚଉଡା ଏକ ମିଟର ରହିଛି। ସେପଟେ ଯଦି କୌଣସି କାରଣରୁ ଦର୍ଶନ ବନ୍ଦ ଥାଏ ତେବେ ଭକ୍ତ ମାନେ ଆବଶ୍ୟକ ମନେ କଲେ ପ୍ରତି ରେଲିଂରେ ଥିବା ଏକ ଫୁଟର ଷ୍ଟିଲ୍ ବେଞ୍ଚ ବ୍ଯବହାର କରିପାରିବେ। ତେବେ ଭକ୍ତମାନଙ୍କ ପାଇଁ ଏହି ଏସି ଟର୍ନେଲ ବେଶ୍ ସୁବିଧା ଦାୟକ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି।