Nepal Earthquake: ନେପାଳ ଭୂକମ୍ପରେ ୧୨୮ ମୃତ, ୧୫୦ରୁ ଅଧିକ ଆହତ
Advertisement
Article Detail0/zeeodisha/odisha1943718

Nepal Earthquake: ନେପାଳ ଭୂକମ୍ପରେ ୧୨୮ ମୃତ, ୧୫୦ରୁ ଅଧିକ ଆହତ

Nepal Earthquake: ଶୁକ୍ରବାର ରାତି ପାଖାପାଖି ୧୧ଟା ୪୭ ମିନିଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଥିଲା କାଠମାଣ୍ତୁ ଠାରୁ ୫୦୦ କିମି ଦୂରରେ ଥିବା ପଶ୍ଚିମ ନେପାଳର ଜାଜରକୋଟ (Nepal Jajarkot) । ଏହି ଭୂକମ୍ପରେ ବର୍ତ୍ତମାନ ୧୨୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକେ ଆହତ ହୋଇଥିବା ଜଣାପଡ଼ିଛି। 

ସୌ(ସୋସିଆଲ ମିଡିଆ)

Nepal Earthquake: ନେପାଳରେ (Nepal) ଜୋରଦାର ଭୂକମ୍ପ (Earthquake) । ୬.୪ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା ନେପାଳ । ଏହି ଭୟଙ୍କର ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୧୨୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପାଖାପାଖି ୧୧ଟା ୪୭ ମିନିଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଥିଲା କାଠମାଣ୍ତୁ ଠାରୁ ୫୦୦ କିମି ଦୂରରେ ଥିବା ପଶ୍ଚିମ ନେପାଳର ଜାଜରକୋଟ (Nepal Jajarkot) । ଏହି ଭୂକମ୍ପରେ ବର୍ତ୍ତମାନ ୧୨୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକେ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଭୂକମ୍ପରେ (Earthquake) ଅନେକ ଘର ଭାଙ୍ଗି ମାଟିରେ ମିଶି ଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି। ଜାଜରକୋଟ ଜିଲ୍ଲାର ଭେରି, ନାଲଗାଡ଼, କୁଶେ, ବାରେକୋଟ ଓ ଛେଡାଗଦ ଆଦି ଅଞ୍ଚଳ ଭୂକମ୍ପରେ ଅଧିକ ପ୍ରଭାବିତ ହୋଇଛି । ଏହାସହ ଉତ୍ତର ଭାରତ ସମେତ ଦିଲ୍ଲୀ ଏନସିଆର, ଗୁରୁଗାଁଓ, ହରିୟାଣାର କିଛି ସ୍ଥାନରେ ମଧ୍ଯ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ।

ପ୍ରକାଶ ଥାଉ କି, ପୂର୍ବରୁ ଗତ ୨୦୧୫ ମସିହାରେ ନେପାଳରେ ୭.୮ ତୀବ୍ରତାର ଭୟଙ୍କର ଭୂକମ୍ପ ହୋଇଥିଲା । ଯେଉଁଥିରେ ପ୍ରାୟ ୯ ହଜାର ଲୋକଙ୍କର ଜୀବନ ଯାଇଥିବା ବେଳେ ପ୍ରାୟ ୨୨ ହଜାର ଆହତ ହୋଇଥିଲେ । ମାଟିରେ ମିଶିଥିଲା ଲକ୍ଷ ଲକ୍ଷ ଘର ଓ ବିଲଡିଂ ।

Also Read-Delhi Pollution: GRAP-3 କଣ? ପ୍ରଦୂଷଣ ହେବା ପରେ କ'ଣ ପାଇଁ ଲାଗୁ କରାଯାଏ ଏହି ଆକ୍ସନ ପ୍ଲାନ୍