National Sports Day : କ୍ରୀଡ଼ାକୁ ସାରା ଦେଶରେ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ପକ୍ଷରୁ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ କିମ୍ବଦନ୍ତୀ ‘ମେଜର ଧ୍ୟାନଚାନ୍ଦ’ଙ୍କ ଜନ୍ମଦିନକୁ ସାରା ଭାରତ ବର୍ଷରେ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଏ । ତେବେ ଆସନ୍ତୁ ଏହି ଅବସର ଜାଣିବା ଧ୍ୟାନଚାନ୍ଦଙ୍କୁ ନେଇ କିଛି ଖାସ କଥା ।
Trending Photos
National Sports Day 2023: ଆମ ଦେଶରେ ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ‘ଜାତୀୟ କ୍ରୀଡ଼ା ଦିବସ’ (National Sports Day) ଭାବେ ପାଳନ କରାଯାଏ । କ୍ରୀଡ଼ାକୁ ସାରା ଦେଶରେ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ପକ୍ଷରୁ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ କିମ୍ବଦନ୍ତୀ ‘ମେଜର ଧ୍ୟାନଚାନ୍ଦ’ଙ୍କ ଜନ୍ମଦିନକୁ ସାରା ଭାରତ ବର୍ଷରେ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଏ । ତେବେ ଆସନ୍ତୁ ଏହି ଅବସର ଜାଣିବା ଧ୍ୟାନଚାନ୍ଦଙ୍କୁ ନେଇ କିଛି ଖାସ କଥା ।
‘ଜାତୀୟ କ୍ରୀଡ଼ା ଦିବସ’ ପାଳନ ପଛର ଇତିହାସ
'ମେଜର ଧ୍ୟାନଚାନ୍ଦ' ୧୯୦୫ ମସିହା ଅଗଷ୍ଟ ୨୯ ତାରିଖ ଦିନ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ । ଏହି ମହାନ ଖେଳାଳି ୧୯୨୮,୧୯୩୨ ଓ ୧୯୩୨ ମସିହାରେ ଅଲିମ୍ପିକରେ ଭାରତ ଲାଗି ପ୍ରତିନିଧିତ୍ବ କରିବା ସହ ତିନି ତିନି ଥର ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଥିଲେ । ତେଣୁ ତାଙ୍କ ଜନ୍ମଦିନ ଅବସରରେ ଅର୍ଥାତ୍ ଅଗଷ୍ଟ ମାସ ୨୯ ତାରିଖକୁ ପ୍ରତିବର୍ଷ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରାଯାଏ। ୨୦୧୨ ମସିହାଠାରୁ ଏହି ଦିନକୁ ‘ଜାତୀୟ କ୍ରୀଡା ଦିବସ’ ପାଳନ କରାଯାଉଛି । ଏହି ଦିନ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ବେଷ୍ଟ ଷ୍ଟିକ୍ ୱାର୍କ ଓ ବଲ୍ ଉପରେ ନିୟନ୍ତ୍ରଣ ହେତୁ ମେଜର ଧ୍ୟାନଚାନ୍ଦଙ୍କୁ ହକିର 'ଯାଦୁଗର' ବୋଲି କୁହାଯାଇଥାଏ । ୧୯୪୮ ମସିହାରେ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୪୦୦ରୁ ଅଧିକ ଗୋଲ୍ ସ୍କୋର କରିଛନ୍ତି। ଭାରତ ସରକାର ତାଙ୍କୁ ୧୯୫୬ ମସିହାରେ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରିଥିଲେ। ମାତ୍ର ୨୬ ବର୍ଷ ବୟରେ ଭାରତୀୟ ସେନାରେ ଭର୍ତ୍ତି ହୋଇଥିବା ଧ୍ୟାନଚାନ୍ଦଙ୍କ ପ୍ରକୃତ ନାମ ଧ୍ୟାନ ସିଂହ ଅଟେ ।
ଧ୍ୟାନଚାନ୍ଦଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଘଟଣା