ଆନନ୍ଦପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷଙ୍କ ହତ୍ୟା ଘଟଣା, ୫ ଦୋଷୀଙ୍କୁ ଫାଶି ଦଣ୍ଡ
Advertisement

ଆନନ୍ଦପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷଙ୍କ ହତ୍ୟା ଘଟଣା, ୫ ଦୋଷୀଙ୍କୁ ଫାଶି ଦଣ୍ଡ

Crime News: ହତ୍ୟାର ୫ ବର୍ଷ ପରେ ୫ ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ । ଆନନ୍ଦପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ଅତିରିକ୍ତ ଜିଲ୍ଲା ଦୌରାଜାଜ ଆଜି ରାୟ ଶୁଣାଇଛନ୍ତି। ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ହୋଇଛି ।

ସୂଚନା ଯୋଗ୍ୟ, ୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖ ଦିନ ଘରେ ଥିବା ଅବସ୍ଥାରେ ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା କରାଯାଇଥିଲା । ଏକତାଳି ଗାଁର ୫ଜଣ ଯୁବକ ଅଜିତ ପୃଷ୍ଟି, ସଞ୍ଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ଦୋଳ ବୋଇତେଇ ରାତି ପ୍ରାୟ ୧୦ଟା ସମୟରେ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ପଶିଥିଲେ । ବିଭିନ୍ନ କଥା କହିବା ସହ ତାଙ୍କୁ ଘରୁ ବାହାରକୁ ଆଣି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । କେବଳ ସେତିକି ନୁହେଁ ହତ୍ୟା କରିବା ପରେ ହାତ ଓ ଗୋଡ଼କୁ କାଟିଦେଇଥିଲେ । କଟା ହାତ ଗୋଡକୁ ଧରି ଗାଁରେ ବୁଲିବା ସହ ଲୋକଙ୍କୁ ଡରାଇଥିଲେ । ଏନେଇ ରାମଚନ୍ଦ୍ରଙ୍କ ଝିଅ ଘଷିପୁରା ଥାନାରେ ଏଫଆଇଆର ଦେବା ସହ ବାପାଙ୍କ ହତ୍ୟାର ହତ୍ୟାକାରୀକୁ ଧରିବା ପାଇଁ ଅନୁରୋଧ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୫୩ ଜଣ ସାକ୍ଷୀ ଥିବା ବ୍ୟକ୍ତି ଏହି ମାମଲାରେ ସାକ୍ଷୀ ଦେଇଥିଲେ । ଏଥିସହ ସମସ୍ତ ଡକ୍ୟୁମେଣ୍ଟ୍ ଏବଂ ପ୍ରମାଣ ଦିଆଯାଇଥିଲା । ପ୍ରମାଣ ଆଧାରରେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜାଜ ରାୟ ପ୍ରକାଶ କରିଛନ୍ତି । ବାପାଙ୍କ ହତ୍ୟାର ନ୍ୟାୟ ପାଇବା ପରେ ସ୍ୱର୍ଗତଃ ରାମଚନ୍ଦ୍ର ବେହେରାଙ୍କ ପରିବାର ସଦସ୍ୟ ଖୁସିବ୍ୟକ୍ତ କରିଛନ୍ତି ।

Also Read- ଭୟଙ୍କର ସଡ଼କ ଦୁର୍ଘଟଣା, ନଦୀରେ ଖସିପଡିଲା ଯାତ୍ରୀବାହୀ ବସ୍, ୬ ଜଣ ମୃତ, ଉଦ୍ଧାର କାର୍ଯ୍ୟ ଜାରି

Also Read- Bollywood News: ଆଲିଆ ଭଟ୍ଟଙ୍କ ସହ ଯାହା କରିଥିଲେ ଦୀପିକାଙ୍କ ସହ ତାହା କଲେ କରନ ଜୋହର...