MP Anubhav Mohanty: ଅନୁଭବଙ୍କ ସୌଜନ୍ୟତା, ସଂସଦ ଭିତରେ ପାଣି ଗ୍ଲାସ୍‍ ନେଇ ପହଞ୍ଚିଲେ ଓଲିଉଡ୍‍ ସୁପରଷ୍ଟାର
Advertisement
Article Detail0/zeeodisha/odisha1878379

MP Anubhav Mohanty: ଅନୁଭବଙ୍କ ସୌଜନ୍ୟତା, ସଂସଦ ଭିତରେ ପାଣି ଗ୍ଲାସ୍‍ ନେଇ ପହଞ୍ଚିଲେ ଓଲିଉଡ୍‍ ସୁପରଷ୍ଟାର

ଓଡ଼ିଶା ସିନେପ୍ରମୀଙ୍କ ଭିତରେ ବାଳୁଙ୍ଗାଟୋକା ଭାବେ ପରିଚିତ ଅନୁଭବ ମହାନ୍ତିଙ୍କର କିନ୍ତୁ ଭିନ୍ନ ରୂପ ସଂସଦ ଭିତରେ ଦେଖିବାକୁ ମିଳେ। ତାଙ୍କ ବ୍ୟବହାର, ଚାଲିଚଳଣ ଏବଂ କଥାବାର୍ତ୍ତା ସଂସଦର ଷ୍ଟାଫ୍‍ ତଥା ସମସ୍ତ ସାଂସଦଙ୍କୁ ଅଭିଭୂତ କରେ। ଗତକାଲି ଏମିତି ଏକ ସୌଜନ୍ୟତା ସମସ୍ତଙ୍କୁ ଆକର୍ଷିତ କରିଥିଲା। 

MP Anubhav Mohanty: ଅନୁଭବଙ୍କ ସୌଜନ୍ୟତା, ସଂସଦ ଭିତରେ ପାଣି ଗ୍ଲାସ୍‍ ନେଇ ପହଞ୍ଚିଲେ ଓଲିଉଡ୍‍ ସୁପରଷ୍ଟାର

MP Anubhav Mohanty: ନୂଆଦିଲ୍ଲୀ: ଓଡ଼ିଶା ସିନେପ୍ରମୀଙ୍କ ଭିତରେ ବାଳୁଙ୍ଗାଟୋକା ଭାବେ ପରିଚିତ ଅନୁଭବ ମହାନ୍ତିଙ୍କର କିନ୍ତୁ ଭିନ୍ନ ରୂପ ସଂସଦ ଭିତରେ ଦେଖିବାକୁ ମିଳେ। ତାଙ୍କ ବ୍ୟବହାର, ଚାଲିଚଳଣ ଏବଂ କଥାବାର୍ତ୍ତା ସଂସଦର ଷ୍ଟାଫ୍‍ ତଥା ସମସ୍ତ ସାଂସଦଙ୍କୁ ଅଭିଭୂତ କରେ। ଗତକାଲି ଏମିତି ଏକ ସୌଜନ୍ୟତା ସମସ୍ତଙ୍କୁ ଆକର୍ଷିତ କରିଥିଲା। ସଂସଦର କ୍ୟାମରାରେ ତାହା ରେକର୍ଡ ହୋଇ ସବୁଦିନ ପାଇଁ ରହିଗଲା। ଯଦିଓ କେହି ଆଲୋଚନା କରି ନାହାନ୍ତି କିନ୍ତୁ ବୋଧହୁଏ ପୂର୍ବରୁ ଏମିତି କେବେ ହୋଇ ନଥିବ।
 
ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଲୋକସଭାରେ ଭାରତର ସାମ୍ବିଧାନିକ ଯାତ୍ରାର ୭୫ ବର୍ଷ ସମ୍ପର୍କରେ ସାଂସଦମାନେ ତାଙ୍କ ସ୍ମୃତି, ଅଭିଜ୍ଞତା ବ୍ୟାଖ୍ୟା କରୁଥାଆନ୍ତି। ଏହି କ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ଭାଷଣ ରଖୁଥାଆନ୍ତି। ଜାତି, ଧର୍ମ, ଭାଷା, କଳା ସଂସ୍କୃତି ନୁହେଁ, ସମ୍ବିଧାନ କିପରି ଦେଶକୁ ଏକତା ସୂତ୍ରରେ ବାନ୍ଧିଛି ତାହାକୁ ପ୍ରତିପାଦନ କରୁଥାଆନ୍ତି। ଏତିକିବେଳେ ମହତାବଙ୍କ ତଣ୍ଟିରେ କଥା ଲାଗିଗଲା। ଆଉ ସେ କଥା କହିବାକୁ କଷ୍ଟ ଅନୁଭବ କଲେ। ପରିସ୍ଥିତିକୁ ପଛରେ ପକାଇ ଭାଷଣକୁ ଜାରି ରଖୁଥିବା ବେଳେ ତାଙ୍କ ସ୍ୱର ଟିକେ କମ୍‍ ଶୁଭୁଥିଲା। ସେ ପାଣି ଖୋଜୁ ଥାଆନ୍ତି କିନ୍ତୁ ପାଣି ପାଖରେ ନଥିଲା। ପାଖ ଆଖରେ ବସିଥିବା ସାଂସଦମାନେ ମଧ୍ୟ ପାଖରେ ପାଣି ରଖି ନଥାଆନ୍ତି। ପାଖରେ ଅନୁଭବ ମହାନ୍ତି ବସି ଥାଆନ୍ତି ଆଉ ସେ ଏହାକୁ ଅନୁଭବ କଲେ। 

ସଙ୍ଗେ ସଙ୍ଗେ ଷ୍ଟାଫ୍‍ଙ୍କ ଆଡ଼କୁ ପାଣି ପାଇଁ ଇଙ୍ଗିତ କଲେ। କିନ୍ତୁ ଏହା ବିଳମ୍ବ ହେଲା।  ଦୁଇଥର ଇଙ୍ଗିତ କରିବା ପରେ ସେ ନିଜେ ଆସନରୁ ଉଠି ବାହାରକୁ ଗଲେ। ଆଉଁ ଗ୍ଲାସ୍ ରେ ପାଣି ନେଇ ଭର୍ତ୍ତୃହରିଙ୍କ ପାଖରେ ପହଞ୍ଚିଲେ। ଭର୍ତ୍ତୃହରି ଏହି ଗ୍ଲାସ୍‍କୁ ଧରି ଢୋକେ ପାଣି ପିଇଲେ। ଏବଂ ଏହାଦ୍ୱାରା ସେ ଆଶ୍ୱସ୍ତି ଅନୁଭବ କଲେ।
ଅନୁଭବଙ୍କ ଏହି ସୌଜନ୍ୟତାକୁ କେହି ଆଲୋଚନା କରି ନାହାନ୍ତି ସତ କିନ୍ତୁ ଏହା ଯେ ତାଙ୍କ ବ୍ୟକ୍ତିତ୍ୱର ଏକ ଝଲକ ତାହାକୁ କେହି ଅସ୍ବୀକାର କରିବେ ନାହିଁ।

Also Read: Ganjam News: ମା' ଓ ଦୁଇ ଛୁଆଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ, ବିଶାକ୍ତ ଖାଦ୍ୟ ଖାଇ ନୁହେଁ...

Also Read: India-Canada: ପାଲଟା ଅଭିଯୋଗ କଲା ଭାରତ; କହିଲା ଭାରତ ବିରୋଧୀ ତତ୍ତ୍ୱଙ୍କୁ ପ୍ରଶ୍ରୟ ଦେଇଛି କାନାଡ଼ା

Also Read: Odisha News: ସମ୍ବାଦରେ EOW ଚଢାଉ ଘଟଣା, ବର୍ଷିଲେ ବିଜେପି ନେତା