ଜନସମ୍ପର୍କ ଯାତ୍ରାରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘୋଷଣା 'ଶ୍ରୀମୟୀ ମିଶ୍ର ଯିବେ ଲୋକସଭା'
Advertisement

ଜନସମ୍ପର୍କ ଯାତ୍ରାରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘୋଷଣା 'ଶ୍ରୀମୟୀ ମିଶ୍ର ଯିବେ ଲୋକସଭା'

କହୁ କହୁ ଭୁଲରେ କହିଦେଲେ କି ଦଳର ଗୁମର କଥା ?

ଜନସମ୍ପର୍କ ଯାତ୍ରାରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘୋଷଣା 'ଶ୍ରୀମୟୀ ମିଶ୍ର ଯିବେ ଲୋକସଭା'

ଭୁବନେଶ୍ୱର: କହୁ କହୁ ଭୁଲରେ କହିଦେଲେ କି ଦଳର ଗୁମର କଥା ? ୨୦୨୪ ସାଧାରଣ ନିର୍ବାଚନକୁ ନେଇ କୌଣସି ଦଳ ପକ୍ଷରୁ କିଏ କେଉଁଠି ପ୍ରାର୍ଥୀ ହେବ ସେନେଇ ସୂଚନା ମିଳିନଥିବା ସମୟରେ ଆଜି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବୟାନକୁ ନେଇ ଜନସାଧାରଣ ଚର୍ଚ୍ଚା ଆଲୋଚନା ଆରମ୍ଭ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଶ୍ରୀମୟୀ ମିଶ୍ରଙ୍କୁ ଲୋକସଭାକୁ ପଠାଇବ ବିଜେଡି ।

ଖବର ମୁତାବକ, ରାଜଧାନୀର ୫୬ ନମ୍ୱର ୱାର୍ଡ ନିକଟରେ ଥିବା ଲେବର କଲୋନୀରେ ବିଜେଡି ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ପଦଯାତ୍ରାରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହିତ ଶ୍ରୀମୟୀ ମିଶ୍ର ଏବଂ ବିଏମସି ମେୟର ସୁଲଚନା ଦସ ଯୋଗ ଦେଇଥିଲେ । ମନ୍ତ୍ରୀ ଅଶୋକ ପଣ୍ଡା ପଦଯାତ୍ରାରେ ଲୋକଙ୍କୁ କହିଥିଲେ ଯେ, ଆସନ୍ତା ନିର୍ବାଚନରେ ଶ୍ରୀମୟୀ ମିଶ୍ର ହେବେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ । ତେଣୁ ତାଙ୍କୁ ଭୋଟ୍ ଦେଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନକୁ ବଜାୟ ରଖିବେ ଆପଣମାନେ । କେବଳ ସେତିକି ନୁହେଁ ସିଧାସଳଖ ନହେଲେ ମଧ୍ୟ ନାଁ ନନେଇ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସମାଲୋଚନା କରିଥିଲେ ମନ୍ତ୍ରୀ ।

Also Read- ଯାଜପୁରରେ ବୁଲୁଥିଲା କଶ୍ମୀର ସନ୍ଦିଗ୍ଧ ଆତଙ୍କୀ, ମାଡି ବସିଲା STF

Also Read- RRB Group D Eligibility: ୩୮ ବର୍ଷ ବୟସରେ ପାଇପାରିବେ ରେଲୱେ ଚାକିରି, ଜାଣନ୍ତୁ ଏହି ବିବରଣୀ