ତ୍ରିଶୂଳିଆ ବଦଳରେ ନେତାଜୀ ବସ୍ ଟର୍ମିନାଲକୁ ସଂଯୋଗ ହେବ ମେଟ୍ରୋ
Advertisement
Article Detail0/zeeodisha/odisha2030422

ତ୍ରିଶୂଳିଆ ବଦଳରେ ନେତାଜୀ ବସ୍ ଟର୍ମିନାଲକୁ ସଂଯୋଗ ହେବ ମେଟ୍ରୋ

ମେଟ୍ରୋ ପ୍ରକଳ୍ପ ନେଇ ହୋଇଥିବା ନିଷ୍ପତ୍ତିରେ ମଧ୍ୟ ପରିବର୍ତ୍ତନ ହୋଇଛି । ତ୍ରିଶୂଳିଆ ବଦଳରେ କଟକ ସହର ଭିତରକୁ ମେଟ୍ରୋ ଗଡିବା ନେଇ ଜଣେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି ।

ତ୍ରିଶୂଳିଆ ବଦଳରେ ନେତାଜୀ ବସ୍ ଟର୍ମିନାଲକୁ ସଂଯୋଗ ହେବ ମେଟ୍ରୋ

କଟକ: ଜୁଡିସିଆଲ ଏକାଡେମି ଏବଂ ତ୍ରିଶୂଳିଆକୁ ଯୋଗାଯୋଗ ବ୍ରିଜ୍ ନିକଟରେ ଏକ ନୂଆ ସେତୁ ତିଆରି ହେବା ନେଇ ହୋଇଥିବା ନିଷ୍ପତ୍ତି ବଦଳିଛି । ପୂର୍ବରୁ ନୂଆ ସେତୁ ପାଇଁ ୨୨୦ କୋଟି ଟଙ୍କା ଟେଣ୍ଡର ହୋଇଥିବାବେଳେ ବର୍ତ୍ତମାନ ତାହାକୁ ବାତିଲ କରିଦିଆଯାଇଛି । ପୁଣିଥରେ ସାନି ଟେଣ୍ଡର ଡକାଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ଯେଉଁ ନିଷ୍ପତ୍ତି ହୋଇଥିଲା ତାହାକୁ ବାତିଲ କରିବା ସହ ବର୍ତ୍ତମାନ କାଠଯୋଡି ନଦୀ ଉପରେ ୭ଶହ କୋଟି ଟଙ୍କା ଖର୍ଚ୍ଚ କରି ସେତୁ ହେବ ବୋଲି ଜଣାପଡିଛି । ଯେଉଁ ସେତୁରେ ପରିବହନ ବ୍ୟବସ୍ଥା ମଧ୍ୟ ସଠିକ୍ ଭାବରେ ହୋଇପାରିବ । ତେବେ ମେଟ୍ରୋ ପ୍ରକଳ୍ପ ନେଇ ହୋଇଥିବା ନିଷ୍ପତ୍ତିରେ ମଧ୍ୟ ପରିବର୍ତ୍ତନ ହୋଇଛି । ତ୍ରିଶୂଳିଆ ବଦଳରେ କଟକ ସହର ଭିତରକୁ ମେଟ୍ରୋ ଗଡିବା ନେଇ ଜଣେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି ।

ଯେବେ ମେଟ୍ରୋ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା ସେତେବେଳେ ଭୁବନେଶ୍ୱର ଅନ୍ତଜାତୀୟ ବିମାନ ବନ୍ଦରରୁ କଟକ ତ୍ରିଶୂଳିଆ ପର୍ଯ୍ୟନ୍ତ ପ୍ରଥମେ ମେଟ୍ରୋ ପ୍ରକଳ୍ପ ହେବ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ତାହାକୁ ପରିବର୍ତ୍ତନ କରାଯିବା ସହ କଟକ ନେତାଜୀ ବସ ଟର୍ମିନାଲ ପର୍ଯ୍ୟନ୍ତ ଯୋଡିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । କାଠଯୋଡି ଉପରେ ହେବାକୁ ଥିବା ନୂଆ ସେତୁଟି ୬ ଲେନ୍ ର ହେବ ଏବଂ ଏଥିରେ ମେଟ୍ରୋ ପାଇଁ ରେଳ ଲାଇନ ରହିବ । ଉକ୍ତ ରେଳଲାଇନ୍ ତଳେ ଅନ୍ୟ ଯାନବାହନ ମଧ୍ୟ ଚଳାଚଳ କରିବ । ଏନେଇ ବର୍ତ୍ତମାନ ସ୍ୱତନ୍ତ୍ର ପ୍ରୋଜେକ୍ଟ ରିପୋର୍ଟ ତିଆରି କରାଯାଉଛି । ଏହି ରିପୋର୍ଟ ସମ୍ପୁର୍ଣ୍ଣ ଶେଷ ହେବା ପରେ ଯାଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଉଛି । ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ଶିଶୁଭବନ ଛକ ଦେଇ ନେତାଜୀ ବସ ଟର୍ମିନାଲକୁ ମେଟ୍ରୋ ସଂଯୋଗ ହେବ ବୋଲି ଜଣାପଡିଛି ।

Also Read- ଆଇରନ ବୋଝେଇ ଟ୍ରକ ଧକ୍କାରେ ହାତୀର ମୃତ୍ୟୁ

Also Read- Rahu Makes You Rich: ଆପଣଙ୍କୁ ଧନୀ କରିବେ ରାହୁ !