Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ। କେବଳ ଘନ କୁହୁଡି ନେଇ ସତର୍କତା ଜାରି ହୋଇଛି। ରାଜ୍ୟରେ ୪୮ ଘଣ୍ଟା ଘନ କୁହୁଡି ନେଇ ସତର୍କତା ଜାରି ହୋଇଛି। ଆଜି ବିଶେଷକରି, ୧୦ ଜିଲ୍ଲା ପାଇଁ ଘନ କୁହୁଡି ସତର୍କତା ଜାରି ହୋଇଛି। ଏହା-ସହ ଟ୍ବିନ୍-ସିଟିରେ ବି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ। ଆଜି ବିଶେଷକରି, ଯାଜପୁର, କେନ୍ଦୁଝର ,ଖୋର୍ଦ୍ଧା, ଅନୁଗୋଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି।
ସେପଟେ, ଆସନ୍ତା ୪ ଦିନ ପରେ ଉପକୂଳରୁ ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଛି। ଭୁବନେଶ୍ବର ଓ କଟକରେ ଏବେ ୧୪ ରୁ ୧୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତାକାଲି ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ ରାଜ୍ୟର ୫ଟି ସହରରେ ଶୀତ ଲହରୀ ଅନୁଭୁତ ହୋଇଛି । କୋରାପୁଟ ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି। ସେଠାରେ ତାପମାତ୍ରା ୭.୫ ଡିଗ୍ରୀ ସହ ଫୁଲବାଣୀରେ ୧୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।