Makar Sankranti 2024: ଆଜିଠୁ ବରୁଣେଶ୍ୱର ମେଳା, ପୀଠରେ ପ୍ରବଳ ଭିଡ
Advertisement
Article Detail0/zeeodisha/odisha2060635

Makar Sankranti 2024: ଆଜିଠୁ ବରୁଣେଶ୍ୱର ମେଳା, ପୀଠରେ ପ୍ରବଳ ଭିଡ

Makar Sankranti 2024: ପବିତ୍ର କୁଶଭଦ୍ରା ନଦୀରେ ବୁଡ ପକାଇ ବାବାଙ୍କ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ବାବା ବରୁଣେଶ୍ୱରଙ୍କ ନିକଟରେ ଲଗାତାର ୫ ଦିନ ଧରି ରୁଦ୍ରାଭିଷେକ ହୋଇଥାଏ । 

Makar Sankranti 2024: ଆଜିଠୁ ବରୁଣେଶ୍ୱର ମେଳା, ପୀଠରେ ପ୍ରବଳ ଭିଡ

Makar Sankranti 2024:  ଆଜି ତଥା ମକର ସଂକ୍ରାନ୍ତିରୁ ଆରମ୍ଭ ହେଲା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଯାଜପୁର ବରୁଣେଶ୍ୱର ମେଳା (Famous Baruneswar mela) । ସମଗ୍ର ରାଜ୍ୟରେ ମକର ସଂକ୍ରାନ୍ତିକୁ ଏକ ବଡ ପର୍ବ ଭାବରେ ପାଳନ କରାଯାଉଥିବା ସମୟରେ ଶୈବପୀଠ ବାବା ବରୁଣେଶ୍ୱର କ୍ଷେତ୍ରରେ ଏହାକୁ ଅତି ଆଡମ୍ୱର ସହିତ ପାଳନ କରାଯାଏ । ଏହି କ୍ରମରେ ଆଜି ରାତ୍ରୀ ସମୟରୁ ବାବାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି । ପବିତ୍ର କୁଶଭଦ୍ରା ନଦୀରେ ବୁଡ ପକାଇ ବାବାଙ୍କ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ବାବା ବରୁଣେଶ୍ୱରଙ୍କ ନିକଟରେ ଲଗାତାର ୫ ଦିନ ଧରି ରୁଦ୍ରାଭିଷେକ ହୋଇଥାଏ । 

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମେଳା ପାଇଁ ଯାଜପୁର ସମେତ ଆଖପାଖ ଜିଲ୍ଲା ଗୁଡିକ ମଧ୍ୟ ଚଳଚଞ୍ଚଳ ହୋଇପଡିଛି । ଏହି ମେଳା ୧୦ ଦିନ ଧରି ଚାଲୁଥିବାରୁ ପ୍ରାୟ ପ୍ରତ୍ୟକ ଦିନ ଲକ୍ଷ ଲକ୍ଷ ଲୋକଙ୍କ ଗହଳି ଲାଗିଥାଏ । ଛୁଞ୍ଚିଠାରୁ ଶାବଳ ପର୍ଯ୍ୟନ୍ତ ସବୁକିଛି ସହଜ ଓ ସୁଲଭ ଦରରେ ମେଳାରୁ ମିଳୁଥିବା କାରଣରୁ ଲୋକମାନେ କିଣାକିଣି ପାଇଁ ପ୍ରବଳ ଭିଡ ଲଗାଇଥାନ୍ତି । ସେହିପରି ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ, ପଲ୍ଲିଶ୍ରୀ ମେଳା ଦୋଳୀ, ଅପେରା ପାର୍ଟି ମେଳାର ମୁଖ୍ୟ ଆକର୍ଷଣ ସାଜିଥାଏ । ଚଳିତଥର ମେଳା ଜାନୁଆରୀ  ୧୫ରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । 

ସୂଚନାଯୋଗ୍ୟ, ପବିତ୍ର ମକର ସଂକ୍ରାନ୍ତି ଆସିଲେ ବିଞ୍ଚାରପୁର ବ୍ଲକର ଅରେଇ ଠାରେ ଥିବା ପ୍ରସିଦ୍ଧ ଶୈବପୀଠ ବରୁଣେଶ୍ୱର କ୍ଷେତ୍ର ହୋଇଉଠେ ଚଳଚଞ୍ଚଳ । ସଂକ୍ରାନ୍ତିର ରାତିରୁ ହିଁ କୁଶଭଦ୍ରା ନଦୀରେ ସ୍ନାନକରି ମହାପ୍ରଭୁ ବରୁଣେଶ୍ୱରଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଥାନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଏହାସହ ପୂଜାର୍ଚ୍ଚନା କରି ବରୁଣେଶ୍ୱରଙ୍କ ନିକଟରେ ମାନସିକ ରଖିଥାନ୍ତି ଭକ୍ତମାନେ ।

ବର୍ଷ ତମାମ୍ ଶୈବ ମନ୍ଦିରରେ ପାତାଳି  ଶିବଲିଙ୍ଗ ଜଳ ଭିତରେ ହିଁ ରହିଥାନ୍ତି ଯାହା ଏହି ପୀଠର ଏକ ଅନନ୍ୟ ସ୍ୱତନ୍ତ୍ରତା । କିନ୍ତୁ ପବିତ୍ର ମକର ସଂକ୍ରାନ୍ତିରେ ସେବାୟତଙ୍କ ଦ୍ୱାରା ପାଣି ବାହାର କରାଯାଇ ମନ୍ଦିରରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ସହ ଅଭିଷେକ କରାଯାଏ । ଅଭିଷେକ ସରିବା ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯାଏ ମୁଖ୍ୟ ଦ୍ୱାର  ଓ ବାବା ବରୁଣେଶ୍ୱରଙ୍କ ଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତଙ୍କର ଲାଗିଥାଏ ଲମ୍ୱା ଲାଇନ୍ । ଧୂପ, ଦୀପ, ଝୁଣାର ବାସ୍ନା ସମେତ ଘଣ୍ଟଘଣ୍ଟା ଧ୍ୱନୀ ଶୁଣାଯାଏ କାହିଁ କେତେ ଦୂରକୁ । ବାବା ବରୁଣେଶ୍ୱରଙ୍କ କୃପା ପାଇବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସହ ମାନସିକଧାରୀ ମାନେ ମାନସିକ ପୂରଣ ପରେ ବାବାଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲଗାଇ ଭକ୍ତଙ୍କୁ ବାଣ୍ଟୁଥିବାର ଦେଖିବାକୁ ମିଳେ ।

ଏହାସହ ସଂକ୍ରାନ୍ତିଠାରୁ ଆରମ୍ଭ ହୁଏ ବରୁଣେଶ୍ୱର ମେଳା ଯାହା ସ୍ଥାନୀୟ ଲୋକଙ୍କ ପାଇଁ ଏକ ବଡ଼ ପର୍ବ ପରି ମନେ ହୋଇଥାଏ । ଏହି ମେଳାରୁ ଘରର ଆବଶ୍ୟକୀୟ ସାମଗ୍ରୀ କିଣିବା ସହ ଚଟପଟା ଖାଦ୍ୟ, ବିଭିନ୍ନ ପ୍ରକାରର ଦୋଳି ଏବଂ ଏକାଧିକ ଅପେରା ପାର୍ଟିଙ୍କ ଦ୍ୱାରା ଆୟୋଜିତ ଯାତ୍ରାର ମଜା ନେଇଥାଆନ୍ତି ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନେ । କେବଳ ଏତିକି ନୂହେଁ, ପୂଜା କମିଟି ପକ୍ଷରୁ ଏଠାରେ ପ୍ରତିବର୍ଷ ଆୟୋଜିତ ହୁଏ ବରୁଣେଶ୍ୱର ମହୋତ୍ସବ ଯେଉଁଥିରେ ଦେଖିବାକୁ ମିଳେ ଅନନ୍ୟ ପରମ୍ପରା । ମକର ଚାଉଳ ବଣ୍ଟନ, ପୋଡ଼ପିଠା ତଥା ଝୋଟି ପ୍ରତିଯୋଗିତା, କବି ସମ୍ମିଳନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥାନ୍ତି ସ୍ଥାନୀୟ ଲୋକଙ୍କ ସହ ଜନ ପ୍ରତିନିଧି  ।

କେବଳ ରାଜ୍ୟରୁ ନୂହେଁ ରାଜ୍ୟ ବାହାରୁ ମଧ୍ୟ ଅନେକ ବ୍ୟବସାୟୀ ଜାନୁୟାରୀ ପ୍ରଥମ ସପ୍ତାହରୁ ବରୁଣେଶ୍ୱର ପୀଠକୁ ଚାଲି ଆସିଥାନ୍ତି ଭଲ ବ୍ୟବସାୟ ଆଶାରେ । କାରଣ ମେଳାରେ ଆଠ ଦିନ ପର୍ଯ୍ୟନ୍ତ କୋଟି କୋଟି ଟଙ୍କାର ବ୍ୟବସାୟ ହୋଇଥାଏ  । ଅଞ୍ଚଳବାସୀ ମାନେ ମଧ୍ୟ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଏହି ମେଳାକୁ ଖୁବ୍ ଆଗ୍ରହର ସହକାରେ ଅପେକ୍ଷା କରି ରହିଥାନ୍ତି , ଏହାସହ ଦୂରରେ ରହୁଥିବା ପରିବାର ସଦସ୍ୟଙ୍କ ସହ ବନ୍ଧୁବାନ୍ଧବ ମାନେ ମଧ୍ୟ ଛୁଟି ଆସିଥାନ୍ତି ବରୁଣେଶ୍ୱର ମେଳା ପାଇଁ ।

Also Read- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଜାନୁଆରୀ ୧୭ରେ ସରକାରୀ ଛୁଟି

Also Read- ୩ ବର୍ଷ ବିଧବା ରହିବା ପରେ ହିନ୍ଦୁ ପୁଅକୁ ବାହା ହେଲେ କିନ୍ତୁ ତାପରେ...