Mahashivratri 2024: ଦିନକ ପରେ ମହାଶିବରାତ୍ରୀ, ଶ୍ରୀଲିଙ୍ଗରାଜ ମନ୍ଦିରରେ ଜୋରଦାର ପ୍ରସ୍ତୁତି
Advertisement
Article Detail0/zeeodisha/odisha2144407

Mahashivratri 2024: ଦିନକ ପରେ ମହାଶିବରାତ୍ରୀ, ଶ୍ରୀଲିଙ୍ଗରାଜ ମନ୍ଦିରରେ ଜୋରଦାର ପ୍ରସ୍ତୁତି

Mahashivratri 2024: ଦିନକ ପରେ ମହାଶିବରାତ୍ରୀ ।ଏନେଇ ସଜେଇ ହେବାରେ ଲାଗିଛି ଶ୍ରୀଲିଙ୍ଗରାଜ ମନ୍ଦିର । ସଫେଇଠାରୁ ଆରମ୍ଭ କରି ଫୁଲ ସଜ୍ଜା ଓ ରଙ୍ଗୀନ ଆଲୋକ ସଜ୍ଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମୁଖ୍ୟ ଦ୍ବାର ସହ ଫୁଲରେ ସଜେଇ ହେବ ଲିଙ୍ଗରାଜ ମନ୍ଦିର ।

ସେପଟେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ପାଇଁ ବିଏମସିର ପ୍ରସ୍ତୁତି ଆରମ୍ଭ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ  ଦର୍ଶନ ସହ ସହିତ ପରିମଳ ବ୍ୟବସ୍ଥା ଉପରେ ଫୋକସ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ୨୪ ଘଣ୍ଟିଆ ସଫେଇ ବ୍ୟବସ୍ଥା କରାଯିବ । ଏନେଇ ୩ ସିଫ୍ଟରେ କର୍ମଚାରୀ ମାନେ ନିୟୋଜିତ ହେବେ । ଅନ୍ୟପଟେ ଲାଇନ ଗେଟ, ଭୋଗ ମଣ୍ତପ, ଜଗମୋହନ, ଚାହାଣୀ ମଣ୍ତପ, ଉତ୍ତର ଦ୍ବାର, କେଦାରଗୌରୀ, ମୁକେଶ୍ବର ମନ୍ଦିର ଓ ଦକ୍ଷିଣ ଦ୍ବାର ମଧ୍ଯ ସଜେଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଏମସି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ ଯୋଗାଣକୁ ଗୁରୁତ୍ବ ଦିଆଯାଇଛି । ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପରମାଣର ପାଣି ସହ ଶୌଚାଳୟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଅଘଟଣ ରୋକିବା ପାଇଁ ବିଏମସି ହସ୍ପିଟାଲରେ ଆବଶ୍ୟକ ଡ଼ାକ୍ତରଙ୍କ ସହ ପାରା ମେଡ଼ିକାଲ ଷ୍ଟାଫ, ଆମ୍ବୁଲାନ୍ସ, ରଖିବାକୁ କୁହାଯାଇଛି । ଜାଗର ଯାତ୍ରା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଅବରୋଧ ହଟାଉଛି ବିଏମସି । ଅଧିକ ଭିଡ଼ ହେବାକୁ ଥିବା ସ୍ଥାନ ଗୁଡ଼ିକୁ ଖାଲି କରାଯାଉଛି । ନୀତି ନିର୍ଘଣ୍ଟ ଅନୁଯାୟୀ, ୮ ତାରିଖ ଭୋର ଅଢେଇଟାରେ ମନ୍ଦିର ଖୋଲାଯିବା ପରେ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବ । ଏହାପରେ ସାହାଣ ମେଲା ଦର୍ଶନ ନୀତି ପରେ ଦିନର ଅନ୍ୟ ସମସ୍ତ ନୀତିକାନ୍ତି ହେବ । ପରେ ରାତି ୧୦ଟାରେ ମହାଦୀପ ଉଠିବ ।

ତେବେ ଜାଗର ଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ୩୫ତମ ଜାତୀୟ ସ୍ତରୀୟ ଭଜନ ସମାରୋହ ଅନୁଷ୍ଠିତ ହେବ । ମୁମ୍ବାଇର ଖ୍ୟାତିନାମା କଳାକାର ହେମନ୍ତ ବ୍ରିଜୱାସୀ, ହୋସିୟାର ସିଂ, ଚେତନ ବ୍ରିଜୱାସୀ, ପୁନମ୍ ଭାଟିଆ ସଙ୍ଗୀତ ପରିବେଷଣ କରିବେ ।