MSME:ଏମ୍‍ଏସ୍‍ଏମ୍ଇ ନିଯୁକ୍ତିରେ ମହାରାଷ୍ଟ୍ର ଆଗୁଆ, ତେଲେଙ୍ଗାନା, ଆନ୍ଧ୍ରଠୁ ଓଡ଼ିଶା ପଛରେ
Advertisement
Article Detail0/zeeodisha/odisha2114401

MSME:ଏମ୍‍ଏସ୍‍ଏମ୍ଇ ନିଯୁକ୍ତିରେ ମହାରାଷ୍ଟ୍ର ଆଗୁଆ, ତେଲେଙ୍ଗାନା, ଆନ୍ଧ୍ରଠୁ ଓଡ଼ିଶା ପଛରେ

MSME: ଭାରତରେ ଅଣୁ ମଧ୍ୟମ ତଥା କ୍ଷୁଦ୍ର ବର୍ଗର ଉଦ୍ୟୋଗ ପ୍ରତିଷ୍ଠା କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଯେଉଁ ପଦକ୍ଷେପ ନିଆଯାଇଛି ତାହା ଦ୍ୱାରା ୧୬ କୋଟି ୮୭ ଲକ୍ଷ ୧୦ ହଜାର ୭୨୬ଜଣଙ୍କୁ ନିଯୁକ୍ତି ମିଳିଛି। ଲୋକସଭାରେ ସରକାର ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ, ଉଦ୍ୟମ ପୋର୍ଟାଲ୍‍ ଏବଂ ଉଦ୍ୟମ ଆରମ୍ଭ ଦିନ ଠାରୁ ଜାନୁୟାରୀ ସୁଦ୍ଧା ୩ କୋଟି ୬୪ ଲକ୍ଷ ୮୨ ହଜାର ୪୫୬ଟି ଏମ୍‍ଏସ୍‍ଏମ୍‍ଇ (MSME) ସୃଷ୍ଟି ହୋଇଛି। ଏହାଦ୍ୱାରା ୧୬ କୋଟି ୮୭ ଲକ୍ଷ୧୦ ହଜାର ୭୨୬ଜଣଙ୍କୁ ନିଯୁକ୍ତି ମିଳିଛି। 

MSME:ଏମ୍‍ଏସ୍‍ଏମ୍ଇ ନିଯୁକ୍ତିରେ ମହାରାଷ୍ଟ୍ର ଆଗୁଆ, ତେଲେଙ୍ଗାନା, ଆନ୍ଧ୍ରଠୁ ଓଡ଼ିଶା ପଛରେ

ଭୁବନେଶ୍ୱର: ଭାରତରେ ଅଣୁ ମଧ୍ୟମ ତଥା କ୍ଷୁଦ୍ର ବର୍ଗର ଉଦ୍ୟୋଗ ପ୍ରତିଷ୍ଠା କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଯେଉଁ ପଦକ୍ଷେପ ନିଆଯାଇଛି ତାହା ଦ୍ୱାରା ୧୬ କୋଟି ୮୭ ଲକ୍ଷ ୧୦ ହଜାର ୭୨୬ଜଣଙ୍କୁ ନିଯୁକ୍ତି ମିଳିଛି। ଲୋକସଭାରେ ସରକାର ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ, ଉଦ୍ୟମ ପୋର୍ଟାଲ୍‍ ଏବଂ ଉଦ୍ୟମ ଆରମ୍ଭ ଦିନ ଠାରୁ ଜାନୁୟାରୀ ସୁଦ୍ଧା ୩ କୋଟି ୬୪ ଲକ୍ଷ ୮୨ ହଜାର ୪୫୬ଟି ଏମ୍‍ଏସ୍‍ଏମ୍‍ଇ (MSME) ସୃଷ୍ଟି ହୋଇଛି। ଏହାଦ୍ୱାରା ୧୬ କୋଟି ୮୭ ଲକ୍ଷ୧୦ ହଜାର ୭୨୬ଜଣଙ୍କୁ ନିଯୁକ୍ତି ମିଳିଛି। 

ରାଜ୍ୟଓ୍ୱାରୀ ତଥ୍ୟ ଉପସ୍ଥାପନ କରି ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରୀ ନାରାୟଣ ରାଣେ କହିଛନ୍ତି, ଏମ୍‍ଏସ୍‍ଏମ୍‍ଇ  କ୍ଷେତ୍ରକୁ ସଶକ୍ତ କରିବା ଲାଗି କେନ୍ଦ୍ର ସରକାର ନିକଟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ମାର୍ଚ୍ଚ ୨୦୨୩ ସୁଦ୍ଧା ୫ ଲକ୍ଷ କୋଟି ଟଙ୍କାର ଜରୁରୀକାଳୀନ ପାଣ୍ଠି ସେମାନଙ୍କୁ ଉପଲବ୍ଧ କରାଯାଇଛି। ୨୦୦ କୋଟିରୁ ଅଧିକ ମୂଲ୍ୟ ନହେଲେ ବିଶ୍ୱସ୍ତରୀୟ ଟେଣ୍ଡର ଆହ୍ୱାନ କରିବାରେ ପ୍ରତିବନ୍ଧକ ଲଗାଯାଇଛି। ଆତ୍ମ ନିର୍ଭର ଭାରତ ଯୋଜନା ଅଧୀନରେ ୫୦ ହଜାର କୋଟି ଟଙ୍କାର ଇକ୍ୱିଟି ପ୍ରଦାନ କରାଯାଇଛି। ପାଇକାରୀ ଓ ଖୁଚୁରା ବ୍ୟବସାୟୀଙ୍କୁ ଏମ୍‍ଏସ୍‍ଏମ୍‍ଇ ଅନ୍ତର୍ଭୁକ୍ତ କରାଯିବା ସହ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ସେମାନଙ୍କ ବ୍ୟବସାୟ ପ୍ରତିଦ୍ୱନ୍ଦିତା ପାଇଁ ବାଟ ଉନ୍ମୁକ୍ତ କରାଯାଇଛି। ଏହି ହେତୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦିନକୁ ଦିନ ଏମ୍‍ଏସ୍‍ମଇ କ୍ଷେତ୍ର ବଢ଼ିବା ସହ ସେଠାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏ ଫେବୃୟାରୀ ୫ ତାରିଖ ସୁଦ୍ଧା ମହାରାଷ୍ଟ୍ରରେ ସର୍ବାଧିକ ୫୦ ଲକ୍ଷ ୯୮ ହଜାର ୨୦୬ଟି ଏମ୍‍ଏସ୍‍ଏମ୍‍ଇ(Ministry of Micro, Small and Medium Enterprises) ଗଢ଼ି ଉଠିଥିବା ବେଳେ ଏହି ମାଧ୍ୟମରେ ୧ କୋଟି ୯୩ ଲକ୍ଷ ୮୧ ହଜାର ୩୪୯ଜଣଙ୍କୁ ନିଯୁକ୍ତି ମିଳିପାରିଛି। 

ଓଡ଼ିଶାରେ ଏମ୍‍ଏସ୍‍ମ୍‍ଇ ବିକାଶ ହୋଇଥିଲେ ମଧ୍ୟ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗଠାରୁ ଯଥେଷ୍ଟ ପଛରେ ପଡ଼ିଛି। ବିଭାଜନ ପରେ ମଧ୍ୟ ଆନ୍ଧ୍ର ପ୍ରଦେଶରେ ୧୫ ଲକ୍ଷ ୨୧ ହଜାର ୧୬୫ଟି ଏମ୍‍ଏସ୍‍ଏମ୍ଇ ପଞ୍ଜୀକୃତ ହୋଇଥିବାବେଳେ ୭୬ ଲକ୍ଷ ୩୪ ହଜାର ୨୫୦ ଜଣଙ୍କୁ ନିଯୁକ୍ତି ମିଳିପାରିଛି। ତେଲେଙ୍ଗାନାରେ ୧୩ ଲକ୍ଷ ୧୮ ହଜାର ୪୨ଟି  ବ୍ୟବସାୟିକ ଅନୁଷ୍ଠାନ ଏମ୍‍ଏସ୍‍ଏମ୍‍ ବର୍ଗରେ ପଞ୍ଜୀକୃତ ହୋଇଥିବାବେଳେ ୯୯ ଲକ୍ଷ ୫୧ ହଜାର ୨୭୧ଜଣଙ୍କୁ ନିଯୁକ୍ତି ମିଳିଛି। 

ପଶ୍ଚିମବଙ୍ଗରେ ଏମ୍‍ଏସ୍‍ଏମ୍‍ଇରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ହେଉଛି ୧ କୋଟି ୧୫ ଲକ୍ଷ୭୦ ହଜାର ୪୬୯। ଏଠାରେ ୨୯ ଲକ୍ଷ ୪୭ ହଜାର ୮୯୧ଟି ଅନୁଷ୍ଠାନ ଏମ୍‍ଏମ୍‍ଏମ୍‍ଇ ବର୍ଗରେ ପଞ୍ଜିକୃତ ହୋଇଛନ୍ତି। ଆମ ରାଜ୍ୟରେ ଏହି ସମୟ ସୁଦ୍ଧା ୧୦ ଲକ୍ଷ ୧୪ ହଜାର ୪୭ଟି ଅନୁଷ୍ଠାନ ଏମ୍‍ଏସ୍‍ଏମ୍‍ଇ ବର୍ଗରେ ପଞ୍ଜୀକୃତ ହୋଇ ୪୬ ଲକ୍ଷ ୫୮ ହଜାର ୪୯୪ଜଣଙ୍କୁ ନିଯୁକ୍ତି ପ୍ରଦାନରେ ସକ୍ଷମ ହୋଇଛନ୍ତି।