Love Sex Cheating: ଗାଁ ନିକଟ ମେଳାରେ ଜଣେ ନାବାଳିକାଙ୍କ ସହିତ ଯୁବକ ବିଶ୍ୱନାଥଙ୍କର ଦେଖା ସାକ୍ଷାତ । ପ୍ରଥମ ଦେଖା ଓ କଥାବାର୍ତ୍ତାରେ ଉଭୟେ ଉଭୟଙ୍କ ପ୍ରେମରେ ପଡିଥିଲେ । କିନ୍ତୁ ମିଛ ପ୍ରେମର ଲୋଭ ଦେଖାଇ ବିବାହର ପ୍ରତିଶୃତି ଦେଇ ଦୈହିକ ସୁଖ ନେବା ପରେ ନାବାଳିକାଙ୍କୁ ଧୋକା ଦେଇଛି ପ୍ରେମିକ ।
Trending Photos
Love Sex Cheating: କଅଁଳ ବୟସରେ ମିଛି ମିଛିକା ପ୍ରତିଶୃତିକୁ ସତ ବୋଲି ଭାବିନେଇଥିବା ନାବାଳିକା ପ୍ରେମିକାର ଭବିଷ୍ୟତ ଏବେ ଅନ୍ଧାରରେ । ମିଛ ପ୍ରେମ କେତେ ସାଂଘାତିକ ହୋଇପାରେ ତାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ନୟାଗଡରେ । ମିଛୁଆ ପ୍ରେମିକ ବିଶ୍ୱନାଥର ମିଠା ମିଠା କଥାରେ ଫସିଯାଇଥିଲେ ୧୪ ବର୍ଷୀୟ ନାବାଳିକା । ଆଉ ଏବେ ନାବାଳିକାଙ୍କ କାନ୍ଦ ଶୁଣିବାକୁ ପାଖରେ କେହିଁ ନାହିଁ । ନା ଏକୂଳର ହେଲେ ନା ସେକୂଳର । ମିଥ୍ୟା ପ୍ରତିଶୃତି ଦେଇ ଫୁଲରୁ ମହୁ ସାରିଦେବା ପରେ ପ୍ରେମିକ ଏବେ ଧରା ଛୁଆଁ ଦେଉନାହିଁ ।
ଗାଁ ନିକଟରେ ହେଉଥିବା ଏକ ମେଳାକୁ ବୁଲିବାକୁ ଯାଇଥିଲେ ୧୪ ବର୍ଷୀୟ ନାବାଳିକା । ସେଠାରେ ସେ ବିଶ୍ୱନାଥଙ୍କ ସହିତ ଭେଟ ହୋଇଥିଲେ । ଉଭୟେ କଥାବାର୍ତ୍ତା ମଧ୍ୟରେ ପରସ୍ପରଙ୍କୁ ପସନ୍ଦ କରିଥିଲେ । ବିଶ୍ୱନାଥଙ୍କ ମିଠା କଥାରେ ବେଶ୍ ପ୍ରଭାବିତ ହୋଇଥିଲେ କଅଁଳ ବୟସର କିଶୋରୀ । ନୂଆ ନୂଆ ଫଗୁଣରେ ପାଦ ଦେଇଥିବା ନାବାଳିକା ଜୀବନକୁ ରଙ୍ଗୀନ କରିବାର ପ୍ରତିଶୃତି ପାଇବା ପରେ ପ୍ରେମିକର ପ୍ରେମ ନିବେଦନ ଆଗରେ ହାର ମାନି ହଁ କହିଥିଲେ । ଆଉ ପରେ ପ୍ରେମରେ ଅନ୍ଧ ହୋଇ ଘର ଛାଡି ପ୍ରେମିକର ହାତ ଧରି ଘରୁ ଫେରାର୍ ହୋଇଥିଲେ ନାବାଳିକା ପ୍ରେମିକା ।
ଘରୁ ଫେରାର୍ ହେବା ପରେ କିଛିଦିନ ବାହାରେ ରହି ପରେ ପ୍ରେମିକ ବିଶ୍ୱନାଥଙ୍କ ଘରେ ପହଞ୍ଚିଥିଲେ ଉଭୟେ । ବିବାହ ନକରି ମଧ୍ୟ ସ୍ୱାମୀ ସ୍ତ୍ରୀ ପରି ଘରେ ରହୁଥିଲେ ଦୁଇ ଜଣ । ଏହାରି ମଧ୍ୟରେ ଉଭୟଙ୍କ ଭିତରେ ଗଢି ଉଠିଥିଲା ଶାରୀରିକ ସମ୍ପର୍କ । ବାରମ୍ୱାର ଦୈହିକ ସମ୍ପର୍କ ରଖିବା ପରେ ନାବାଳିକା ପ୍ରେମିକାଙ୍କୁ ନିଯ୍ୟାତନା ଦେବା ଆରମ୍ଭ କରିଥିଲା ବିଶ୍ୱନାଥ । ୧୦ ମାସ ଏକାଠି ରହିବା ପରେ ଏପରି ସ୍ଥିତି ହେଲା ଯେ, ପ୍ରେମିକାଙ୍କୁ ଘରୁ ମଧ୍ୟ ବାହାର କରିଦେଇଥିଲା । ନାବାଳିକା ପ୍ରେମିକା କିଛି ଉପାୟ ନପାଇ ଶେଷରେ ନିଜ ଘରକୁ ଫେରି ପରିବାର ଲୋକଙ୍କ ସାମ୍ନାରେ ସବୁ ସତ କଥା କହିଦେଇଥିଲେ । ପୀଡିତାଙ୍କ ସହିତ ଘର ଲୋକେ ଦଶପଲ୍ଲା ଥାନାରେ ପହଞ୍ଚି ଏତଲା ଦେଇଥିଲେ । ଏତଲା ଓ ପୀଡିତାଙ୍କ ବୟାନ ଆଧାରରେ ଦଶପଲ୍ଲା ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି ।
Also Read- UCO ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟକୁ ଆସିଲା ୮୨୦ କୋଟି, ତଦନ୍ତ କରୁଛି ସିବିଆଇ
Also Read- ଗଙ୍ଗୁଆ ଓ ଦୟା ନଦୀର ସଂଯୋଗ ସ୍ଥାନରେ ହେବ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍