Laxmi Bus: କେବଳ ମାଲକାନଗିରି ନୁହେଁ, ଏହି ୫ ଜିଲ୍ଲାରେ ଗଡି଼ବ ‘ଲକ୍ଷ୍ମୀ’ବସ୍
Advertisement
Article Detail0/zeeodisha/odisha1907694

Laxmi Bus: କେବଳ ମାଲକାନଗିରି ନୁହେଁ, ଏହି ୫ ଜିଲ୍ଲାରେ ଗଡି଼ବ ‘ଲକ୍ଷ୍ମୀ’ବସ୍

Laxmi Bus Service: ଖୁବଶିଘ୍ର ରାଜ୍ୟର ଦକ୍ଷିଣାଞ୍ଚଳରେ ଗଡି଼ବ ‘ଲକ୍ଷ୍ମୀ’ବସ୍ (Laxmi Bus)। ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏନେଇ ଆସନ୍ତା ଅକ୍ଟୋବର ୧୨ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ବଣ୍ତା ଘାଟିରୁ (Banda Ghati) ‘ଲକ୍ଷ୍ମୀ’ ବସ ଯୋଜନାର (laxmi Bus Scheme) ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)। କେବଳ ମାଲକାନଗିରି ନୁହେଁ, ଆଉ ପାଞ୍ଚୋଟି ଜିଲ୍ଲାରେ ମଧ୍ୟ ଏହି ବସ୍ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସୌଜନ୍ୟ- ସୋସିଆଲ ମିଡି଼ଆ

Laxmi Bus Service: ଖୁବଶିଘ୍ର ରାଜ୍ୟର ଦକ୍ଷିଣାଞ୍ଚଳରେ ଗଡି଼ବ ‘ଲକ୍ଷ୍ମୀ’ବସ୍ (Laxmi Bus)। ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।  ଏନେଇ ଆସନ୍ତା ଅକ୍ଟୋବର ୧୨ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ବଣ୍ତା ଘାଟିରୁ (Banda Ghati) ‘ଲକ୍ଷ୍ମୀ’ ବସ ଯୋଜନାର (laxmi Bus Scheme) ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)। କେବଳ ମାଲକାନଗିରି ନୁହେଁ, ଆଉ ପାଞ୍ଚୋଟି ଜିଲ୍ଲାରେ ମଧ୍ୟ ଏହି ବସ୍ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ( 5T secretary V K Pandian) ଆଜି ‘ଲକ୍ଷ୍ମୀ’ (Laxmi Bus Service) ବସ୍‌ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଏବଂ ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି ।  ଏହି ଆଲୋଚନାରେ ବସ୍‌ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜର ମାନଙ୍କୁ ମିଶାଇ ମୋଟ୍ ୬୫୦ ଜଣ କର୍ମଚାରୀ ଯୋଗ ଦେଇଥିଲେ ।

Also Read: Mo Bus: 'ମୋ ବସ' ରେ ଯାତ୍ରା କରୁଥିଲେ ସାବଧାନ୍ ! ଆପଣ ବି ହୋଇପାରନ୍ତି ...

ସୂଚନାଯୋଗ୍ୟ ଯେ , ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ ‘ଲକ୍ଷ୍ମୀ’ବସ  ଚଳାଚଳ ଆରମ୍ଭ କରିବ । ଏହି ଜିଲ୍ଲା ଗୁଡିକ ହେଲା – ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ।  ଚଳିତ ମାସ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମାଲକାନଗିରି ଗସ୍ତ କରି ଏହି ଯୋଜନାର ଶୁଭାରମ୍ଭ କରିବେ।  ‘ଲକ୍ଷ୍ମୀ’ବସ ଯୋଜନାରେ ବସ୍‌ ଗୁଡିକ ପଞ୍ଚାୟତରୁ ବ୍ଲକ୍‌ ଓ ବ୍ଲକ୍‌ରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବା ପାଇଁ ଯୋଜନା ରହିଛି ।

ଏହାସହ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ସମ୍ବୋଧନ କରି ୫ଟି ସଚିବ ଭିକେ ପାଣ୍ତିଆନ୍ ପାଣ୍ଡିଆନ କହିଥିଲେ ଯେ, ଯୋଗାଯୋଗ ହେଉଛି ଅର୍ଥନୈତିକ ଓ ସାମାଜିକ ଉନ୍ନତିର ମୌଳିକ ଆଧାର।  ତେଣୁ ଲୋକମାନଙ୍କୁ ଉଚ୍ଚମାନର ସେବା ଯୋଗାଇ ଦେବା ଆମର ପ୍ରଥମ ଦାୟିତ୍ବ ହେବା ଉଚିତ। ଏହି ବସ୍‌ ଯୋଜନାରେ ଛୋଟ ପିଲା ଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ, ମିଶନ ଶକ୍ତି ମାଆ ମାନଙ୍କ ସହ ସାଧାରଣ ଲୋକେ ଉପକୃତ ହେବେ । ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇପାରିବେ । ଚାଷୀ ତାର ଉତ୍ପାଦିତ ଦ୍ରବ୍ୟକୁ ନେଇ ବଜାରରେ ବିକ୍ରି ବଟା କରିପାରିବ। ବ୍ୟବସାୟୀମାନେ ସୁରୁଖୁରୁରେ ବ୍ୟବସାୟ କରିପାରିବେ। ରୋଗୀମାନେ ଡାକ୍ତରଖାନାରେ ସୁବିଧାରେ ପହଞ୍ଚିପାରିବେ। ମିଶନ ଶକ୍ତି ମାଆ ମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ପାଇଁ ଯାତାୟତ କରିବା ସହଜ ହେବ।

ସେ ଆହୁରୀ କହିଛନ୍ତି ଯେ, ‘ଲକ୍ଷ୍ମୀ’ ସମୃଦ୍ଧିର ପ୍ରତୀକ । ତେଣୁ ଏହି ପରିବହନ ସେବା ଗାଁ ଗାଁରେ ସମୃଦ୍ଧି ଆଣିବ। ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବ। ଗ୍ରାମାଞ୍ଚଳ କ୍ଷେତ୍ରକୁ ରୂପାନ୍ତରିତ କରିବ । ତେଣୁ ବସ୍‌ର କର୍ମଚାରୀ ମାନେ ଯାତ୍ରୀମାନଙ୍କୁ ସେମାନଙ୍କ ନିଜ ପରିବାରର ସଦସ୍ୟ ଭାବେ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିରେ ସେ ୩-ଏସ୍‌ ଉପରେ ଗୁରୁତ୍ବ ଦେଇଥିଲେ । ଏହି ତିନୋଟି ଏସ୍‌ ହେଲା –ସୁରକ୍ଷା, ସୁବିଧା ଓ ସମ୍ମାନ। ସମସ୍ତଙ୍କ ସୁରକ୍ଷା, ଯାତ୍ରୀଙ୍କ ସୁବିଧା ଓ ପ୍ରତ୍ୟେକ ଯେପରି ସମ୍ମାନର ସହିତ ଯାତାୟତ କରିବେ, ସେଥିପ୍ରତି ଧ୍ୟାନ ଦେବା ହେଉଛି କର୍ମଚାରୀ ମାନଙ୍କ କର୍ତ୍ତବ୍ୟ ବୋଲି କହିଥିଲେ।