Maheswar Mohanty: ମୁଖାଗ୍ନୀ ଦେଲେ ପୁଅ ସୁନିଲ, ସ୍ୱର୍ଗଦ୍ୱାରରେ ଶେଷ ହେଲା ଶେଷ କୃତ୍ୟ
Advertisement
Article Detail0/zeeodisha/odisha1949314

Maheswar Mohanty: ମୁଖାଗ୍ନୀ ଦେଲେ ପୁଅ ସୁନିଲ, ସ୍ୱର୍ଗଦ୍ୱାରରେ ଶେଷ ହେଲା ଶେଷ କୃତ୍ୟ

ପୁରୀ: ସ୍ୱର୍ଗଦ୍ୱାରରେ ଶେଷ ହୋଇଛି ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଶେଷକୃତ୍ୟ। ଆଜି ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ବିଲୀନ ହୋଇଛନ୍ତି ମହେଶ୍ୱର। ପୁଅ ସୁନିଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି । ଶେଷ ଦର୍ଶନ ପାଇଁ ସ୍ବର୍ଗଦ୍ବାରରେ ଲାଗିଛି ଲୋକଙ୍କ ଭିଡ଼ । ଏକ ଶୋକାକୂଳ ପରିବ

Maheswar Mohanty: ମୁଖାଗ୍ନୀ ଦେଲେ ପୁଅ ସୁନିଲ, ସ୍ୱର୍ଗଦ୍ୱାରରେ ଶେଷ ହେଲା ଶେଷ କୃତ୍ୟ

Maheswar Mohanty: ପୁରୀ: ସ୍ୱର୍ଗଦ୍ୱାରରେ ଶେଷ ହୋଇଛି ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଶେଷକୃତ୍ୟ। ଆଜି ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ବିଲୀନ ହୋଇଛନ୍ତି ମହେଶ୍ୱର। ପୁଅ ସୁନିଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି । ଶେଷ ଦର୍ଶନ ପାଇଁ ସ୍ବର୍ଗଦ୍ବାରରେ ଲାଗିଛି ଲୋକଙ୍କ ଭିଡ଼ । ଏକ ଶୋକାକୂଳ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ ।

ସୂଚନାଯୋଗ୍ୟ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଦୀର୍ଘଦିନ ଧରି ଚିକିତ୍ସାଧିନ ରହିଥିଲେ ବିଜେଡ଼ିର ବରିଷ୍ଠ ନେତା ମହେଶ୍ୱର। ଆଜି ଭୋର ପ୍ରାୟ ସାଢେ ୩ଟା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ଏହି ସମୟରେ ତାଙ୍କ ଦୁଇପୁଅଙ୍କ ସହ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ଗତ ମଙ୍ଗଳବାର ଦିନ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗ ଦେବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ଯାବସ୍ଥାରେ ସୁଧାର  ଆସିନଥିଲା। ଆଜି ଭୋର ପ୍ରାୟ ୩ଟା ୩୦ମିନିଟରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି ସମୟରେ ତାଙ୍କ ପରିବାର ଓ ପରିଜନ ଉପସ୍ଥିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିବା ସୂଚନା ରହିଛି। 

ମହେଶ୍ୱରଙ୍କ ଦେହାନ୍ତ ଖବର ଶୁଣି ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ସମଗ୍ର ପୁରୀ ସ୍ତବ୍ଧ ପାଲଟି ଯାଇଛି। ମହେଶ୍ୱର ମହାନ୍ତିଙ୍କର ଦୁଇପୁଅ ଅଛନ୍ତି। ମହେଶ୍ୱର ୧୯୮୫ରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପ୍ରଥମେ ୧୯୮୫ରେ ପ୍ରଥମେ   ପୁରୀ ପୌରସଂସ୍ଥାର ଚେୟାରମ୍ୟାନ ଥିଲେ। ତାପରେ ୧୯୯୨ରେ ଦ୍ୱିତୀୟ ଥର ପାଇଁ ଚେୟାରମ୍ୟାନ ହୋଇଥିଲେ। ତାପରଠାରୁ ସେ ପଛକୁ ଚାହିଁ ନାହାନ୍ତି। ୧୯୯୫ରୁ ଜନତା ଦଳରୁ ବିଧାୟକ ହୋଇଥିଲେ। ତାପରେ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ  ୧୯୯୫ରୁ ୨୦୧୯ ପର୍ଯ୍ୟନ୍ତ ୪ଥର ବିଧାୟକ ବିଧାୟକ ହୋଇଥିଲେ। ପ୍ରଥମେ ବାଚସ୍ପତି ତାପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହି ରାଜ୍ଯବାସୀଙ୍କର ସେବା କରିଛନ୍ତି। ତେବେ ୨୦୧୯ ନିର୍ବାଚନରେ ଜୟନ୍ତ ଷଡଙ୍ଗୀଙ୍କ ଠାରୁ ୪ହଜାର ଭୋଟ ବ୍ଯବଧାନରେ ପରାସ୍ତ ହୋଇଥିଲେ। ଏବେ ପୁରୀ ଜିଲ୍ଲା ବିଜେଡି ସଭାପତି ରହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକର ବେଶ୍ ପ୍ରୀୟ ଥିଲେ ମହେଶ୍ୱର। ତାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।

କେବଳ ଜୟନ୍ତ ନୁହନ୍ତି, ଦଳଗତ ନିର୍ବିଶେଷରେ ରାଜ୍ୟର ପ୍ରମୁଖ ତୁଙ୍ଗନେତାମାନେ ତାଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଥିଲେ। ହସପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ବଶିଷ୍ଟ ବ୍ୟକ୍ତି ବିଶେଷ । ମେଡିକାଲରୁ ମହେଶ୍ବରଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନକୁ ନିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହେଶ୍ବରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିପରି ଦଳୀୟ ନେତା ଓ କର୍ମୀ ମଧ୍ୟ ଶେଷ ଦର୍ଶନ କରିଥିଲେ । ଶଙ୍ଖ ଭବନ ପରେ ବିଧାନସଭାରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ବିଧାନସଭାରେ ବହୁ ମନ୍ତ୍ରୀ, ସରକାରୀ ମୁଖ୍ୟ ସଚେତକଙ୍କ ସମେତ ସବୁ ଦଳର ବିଧାୟକ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତିଚାରଣ କରିଥିଲେ । ଏହାପରେ ପିପିଲିରେ ଶେଷ ଦର୍ଶନ କରିଥିଲେ ସ୍ଥାନୀୟ ନେତା ଓ ଜନତା । ପରେ ସତ୍ୟବାଦୀ ସହ ଅନ୍ୟ ଅଞ୍ଚଳରେ ମଧ୍ୟ ଶେଷ ଦର୍ଶନ କରିଥିଲେ ଜନତା ।