khordha News: NGT ଛାଟ ସତ୍ୱେ ନିଷ୍କିୟ ପ୍ରଶାସନ, ଦୈନିକ କୋଟି କୋଟି ଚଙ୍କାର ହରିଲୁଟ୍
Advertisement
Article Detail0/zeeodisha/odisha1793219

khordha News: NGT ଛାଟ ସତ୍ୱେ ନିଷ୍କିୟ ପ୍ରଶାସନ, ଦୈନିକ କୋଟି କୋଟି ଚଙ୍କାର ହରିଲୁଟ୍

khordha News: ସ୍ପଷ୍ଟ ଦିବାଲୋକରେ ୧୬ ଓ ୫୭ ନମ୍ବର ଜାତୀୟ ରାଜପଥ ଦେଇ ପଥର ଚୋରା ଚାଲାଣ ଚାଲିଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ପ୍ରଶାସନ ଓ ପୋଲିସ ବିଭାଗର କେତେ ଜଣ ଅଧିକାରୀ ମୋଟା ଅଙ୍କ ନେଇ ଏହି ଚୋରା ଚାଲାଣକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛନ୍ତି । ଏପରିକି ଗତ କିଛି ମାସ ତଳେ ପଥର ଖନନ କ୍ଷତିଭରଣା ଲାଗି ଏନଜିଟି ଜିଲ୍ଲା ପ୍ରଶାସନକୁ ୧୨ କୋଟି ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ । 

khordha News: NGT ଛାଟ ସତ୍ୱେ ନିଷ୍କିୟ ପ୍ରଶାସନ, ଦୈନିକ କୋଟି କୋଟି ଚଙ୍କାର ହରିଲୁଟ୍

khordha News: ଖୋର୍ଦ୍ଧା (khurda) ଜିଲ୍ଲାରେ ଶହ ଶହ ଏକର ଜଗନ୍ନାଥ ଜମି ଓ ପଥର ଖଣିରୁ ଚାଲିଛି ହରିଲୁଟ । ଦୈନିକ ଶତାଧିକ ଟ୍ରକରେ ମାଙ୍କଡା ପଥର ଓ ମୋରମ ଚାଲାଣ କରାଯାଉଛି । ପରେ ବିଭିନ୍ନ ସ୍ଥାନକୁ ବେଆଇନ ଭାବେ ଏହି ପଥର ଚାଲାଣ ହେଉଛି । ପଥର ଚାଲାଣ ନେଇ ଏକାଧିକ ଖଣିକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମଧ୍ଯ ଦିଆଯାଇନାହିଁ । ଖାଲି ଏତିକି ନୁହେଁ, ପ୍ରଶାସନ ପକ୍ଷରୁ ବ୍ଳାଷ୍ଟିଙ୍ଗ ଅନୁମତି ମଧ୍ୟ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଖୋର୍ଦ୍ଧା ଓ ବେଗୁନିଆ ବ୍ଳକରେ ୧୫୨ କ୍ରସର ୟୁନିଟରୁ ୫୭ ସଂସ୍ଥାକୁ ବାଦ ଦେଲେ ଅନ୍ୟ ସଂସ୍ଥା ବିରୋଧରେ କାର୍ଯ୍ୟନୁଷ୍ଠାନ ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ପଥର ଖନନକୁ ଅନୁମତି ନଥିବା ବେଳେ ଦିନରାତି ବ୍ଳାଷ୍ଟିଙ୍ଗ (stone blasting) ଚାଲିଛି । ଦୈନିକ ୨ ହଜାରରୁ ଉର୍ଦ୍ଧ୍ୱ ଟ୍ରକରେ ଚୋରା ଚାଲାଣ ମଧ୍ଯ ହେଉଛି । ମଧୁଚନ୍ଦ୍ରିକାରେ ଚାଲିଛି ଏସବୁ କାରବାର । ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର । ଜିଲ୍ଲାରେ ବେଆଇନ ପଥର ଖନନକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (NGT) ପୂର୍ବରୁ କ୍ଷୋଭ ପ୍ରକାଶ କରିବା ସହ ଚୋରାଚାଲାଣ ରୋକିବା ନେଇ ଗୃହ ସଚିବ, ପୋଲିସ ଡିଜି, ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ, ପରିବେଶ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟ, ରାଜ୍ୟ ପ୍ରଦୂଷଣ ବୋର୍ଡ, ସିପିସିବି ଏସଇଆଇଏଏର ଜଣେ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କୁ ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବେଆଇନ ପଥର ଖନନ ବନ୍ଦ, ମାଫିଆଙ୍କୁ ଚିହ୍ନଟ ଓ ପରିବେଶ କ୍ଷତି ଭରଣା ଆଦାୟ ନେଇ ଖୋଲା ଯାଇଥିବା ସ୍ଥାନର ପୁନରୁଦ୍ଦାର ପାଇଁ କମିଟି କାମ କରିବ ବୋଲି ଏନଜିଟି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ତେବେ ଏନଜିଟିର ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି ପ୍ରଶାସନ ।  େସପଟେ ବେଆଇନ ପଥର ଖନନ ରୋକିବା ପାଇଁ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ହୋଇଥିଲେ ମଧ୍ଯ ଏହି ନିର୍ଦ୍ଦେଶନାମାକୁ ଦୀର୍ଘ ମାସ ବିତିଲାଣି । ବର୍ତମାନ ସୁଦ୍ଧା ଏନଜିଟିର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇନାହିଁ । ପ୍ରଶାସନ ପକ୍ଷରୁ ଗଠିତ ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି । ବେଆଇନ ଲଘୁ ଖଣିଜ ଚୋରା ଚାଲାଣ, ମାଙ୍କଡା ଚାଲାଣକୁ ନେଇ ଜରିମାନା ଆଦାୟ ସହ ବ୍ୟବହୃତ ଯାନକୁ ଜବତ କରାଯାଉଛି । ତେବେ ଜିଲ୍ଲାରେ ପ୍ରାକୃତିକ ଖଣିଜ ସମ୍ପଦ ସୁରକ୍ଷା ଓ ଚୋରା ଚାଲାଣ ନେଇ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି, ସେ ସମ୍ପର୍କରେ କୌଣସି ଅଧିକାରୀ ମୁହଁ ଖୋଲି ନାହାଁନ୍ତି । ତେବେ ଲଘୁ ଖଣିଜ ଚୋରା ଚାଲାଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ ।

ଏହା ବି ପଢନ୍ତୁ- Bhubaneswar: ଟ୍ବିନ୍ ସିଟିରେ ଖୁବଶ୍ରୀଘ ଗଡ଼ିବ ମେଟ୍ରୋ! କଟକ ଓ ପୁରୀରେ ପହଁଞ୍ଚିବା ପାଇଁ ଲାଗିବ ମାତ୍ର ଏତିକି ସମୟ

ସେପଟେ ଅନେକ ସମୟରେ ଧରପଗଡ଼ ସତ୍ୱେ ରାତିରେ ଶହ ଶହ ଟ୍ରକ, ହାଇୱାରେ ବାଲି, ମୋରମ, ପଥର ଚୋରା ଚାଲାଣ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କେବଳ ବର୍ଷ ଶେଷ ଆଡକୁ ରାଜସ୍ୱ ଆଦାୟ ରେକର୍ଡ ହାସଲ ଲାଗି ଲେଖାଦେଖାଣିଆ ଭାବେ କିଛି ମାସ ଜରିମାନା ଆଦାୟ କରାଯାଉଛି । ଅନ୍ୟ ସମୟରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ସ୍ପଷ୍ଟ ଦିବାଲୋକରେ ୧୬ ଓ ୫୭ ନମ୍ବର ଜାତୀୟ ରାଜପଥ ଦେଇ ପଥର ଚୋରା ଚାଲାଣ ଚାଲିଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ପ୍ରଶାସନ ଓ ପୋଲିସ ବିଭାଗର କେତେ ଜଣ ଅଧିକାରୀ ମୋଟା ଅଙ୍କ ନେଇ ଏହି ଚୋରା ଚାଲାଣକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛନ୍ତି । ଏପରିକି ଗତ କିଛି ମାସ ତଳେ ପଥର ଖନନ କ୍ଷତିଭରଣା ଲାଗି ଏନଜିଟି ଜିଲ୍ଲା ପ୍ରଶାସନକୁ ୧୨ କୋଟି ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏନେଇ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଟଣାଓଟଣା ଜାରି ରହିଛି । ଏନେଇ ଜିଲ୍ଲା ପ୍ରଶାସନ କହୁଛି ଯେ, ବେଆଇନ ଖଣି ଖାଦନ ଚୋରା ଚାଲାଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ନିୟମ ଉଲ୍ଲଘଂନକାରୀଙ୍କ ଅନୁମତି ବାଜ୍ୟାପ୍ତ କରାଯାଇଥିବା ବେଳେ ବେଆଇନ ଭାବେ ଖଣି ଉପରେ ରୀତିମତ ଚଢଉ ଜାରି ରହିଛି ।