ଭିଜିଲାନ୍ସ ହାତରେ ବନ୍ଧା ହେଲେ ଉପଜିଲ୍ଲାପାଳ, ଭୁବନେଶ୍ବରରୁ ଭଦ୍ରକ ଯାଏ ଲମ୍ବିଛି ସମ୍ପତ୍ତି
Advertisement
Article Detail0/zeeodisha/odisha2521012

ଭିଜିଲାନ୍ସ ହାତରେ ବନ୍ଧା ହେଲେ ଉପଜିଲ୍ଲାପାଳ, ଭୁବନେଶ୍ବରରୁ ଭଦ୍ରକ ଯାଏ ଲମ୍ବିଛି ସମ୍ପତ୍ତି

Sub collector arrested: ଭିଜିଲାନ୍ସର ୧୦ଟି ଟିମ୍‌ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଘର, ସରକାରୀ ବାସଭବନ ସମେତ ପୃଥକ ପୃଥକ ୧୦ଟି ଠିକଣାରେ କାଲି ସକାଳୁ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିଲେ। ଏହି ଚଢ଼ାଉରେ ୧୦ ଜଣ ଡିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ। 

ଭିଜିଲାନ୍ସ ହାତରେ ବନ୍ଧା ହେଲେ ଉପଜିଲ୍ଲାପାଳ, ଭୁବନେଶ୍ବରରୁ ଭଦ୍ରକ ଯାଏ ଲମ୍ବିଛି ସମ୍ପତ୍ତି

କାମାକ୍ଷାନଗର: ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ସୋମବାର ତାଙ୍କ କାର୍ଯ୍ୟାଳୟ ସରକାରୀ କ୍ୱାର୍ଟର ଓ ଭୁବନେଶ୍ୱର ଘର ସମେତ ରାଜ୍ୟର ୧୦ ସ୍ଥାନରେ ଭିଜିଲାନ୍ସର ୧୦ଟି ଟିମ୍ ଚଢ଼ାଉ କରିଥିଲା। ତେବେ ଏହି କୁବେର ଉପ-ଜିଲ୍ଲାପାଳଙ୍କର ବିଭିନ୍ନ ସ୍ଥାନରେ ବିଶାଳକାୟ ଅଟ୍ଟାଳିକା ମାନ ଠାବ କରିଥିଲା ଭିଜିଲାନ୍ସ। ଏହା ସହିତ ଭୁବନେଶ୍ୱର ଓ ବିଭିନ୍ନ ସ୍ଥାନରେ ବହୁମୂଲ୍ୟର ୧୪ଟି ପ୍ଲଟ୍, ସୁନାଗହଣା, ୩୪ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟାଙ୍କ ଡିପୋଜିଟ୍ ଓ ପ୍ରାୟ ଦେଢ ଲକ୍ଷ ନଗଦ ଟଙ୍କା ଆଦି ଜବତ କରାଯାଇଛି। ଫଳରେ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଧରାପଡିବା ପରେ ଶେଷରେ ନାରାୟଣ ଚନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। 

ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠଳୁ ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗତକାଲି ଚଢ଼ାଉ ଆରମ୍ଭ ହୋଇଥିଲା। ଭିଜିଲାନ୍ସର ୧୦ଟି ଟିମ୍‌ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଘର, ସରକାରୀ ବାସଭବନ ସମେତ ପୃଥକ ପୃଥକ ୧୦ଟି ଠିକଣାରେ କାଲି ସକାଳୁ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିଲେ। ଏହି ଚଢ଼ାଉରେ ୧୦ ଜଣ ଡିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।