କଳିଙ୍ଗନଗରରେ ମେକ୍ ଇନ୍ ଓଡ଼ିଶା ଚୂଲିକୁ... ଜମି ହାତେଇବା ପରେ ୫୯ଟି ସଂସ୍ଥା ଉଭାନ
Advertisement
Article Detail0/zeeodisha/odisha2376787

କଳିଙ୍ଗନଗରରେ ମେକ୍ ଇନ୍ ଓଡ଼ିଶା ଚୂଲିକୁ... ଜମି ହାତେଇବା ପରେ ୫୯ଟି ସଂସ୍ଥା ଉଭାନ

ଜମି ହାତେଇ ନେବା ପରେ ନିଜର ସଂସ୍ଥା ଆରମ୍ଭ କରିବା ପରିବରର୍ତ୍ତେ ବର୍ଷ ବର୍ଷ ଧରି ଦେଖା ଦେଉନାହାନ୍ତି । ଏଠାରେ ଶିଳ୍ପ ସ୍ଥାପନ କରିବାକୁ ଜମି ନେଇଥ‌ିବା ମୋଟ୍ ୮୭ଟି ସଂସ୍କା ମଧ୍ୟରୁ ମାତ୍ର ୨୮ଟି ନିଜର ଶିଳ୍ପ ସ୍ଥାପନ କରିଥିବା ଏବଂ କରିବାକୁ ଯାଉଥ‌ିବାବେଳେ ବାକି ରହିଥ‌ିବା ୫୯ଟି ସଂସ୍ଥା କୁଆଡ଼େ ଗଲେ ତାର ଖୋଜ୍ ଖବର ମିଳୁନାହିଁ ।

କଳିଙ୍ଗନଗରରେ ମେକ୍ ଇନ୍ ଓଡ଼ିଶା ଚୂଲିକୁ... ଜମି ହାତେଇବା ପରେ ୫୯ଟି ସଂସ୍ଥା ଉଭାନ

ଭୁବନେଶ୍ୱର: କଳିଙ୍ଗନଗରରେ କ୍ଷୁଦ୍ର, ମଧ୍ୟମ ଏବଂ ବୃହତ ଶିଳ୍ପ ସ୍ଥାପନ କରିବାକୁ ଆବେଦନ ଅନୁଯାଇ ଜମି ନେଇଗଲେ । ଜମି ହାତେଇ ନେବା ପରେ ନିଜର ସଂସ୍ଥା ଆରମ୍ଭ କରିବା ପରିବରର୍ତ୍ତେ ବର୍ଷ ବର୍ଷ ଧରି ଦେଖା ଦେଉନାହାନ୍ତି । ଏଠାରେ ଶିଳ୍ପ ସ୍ଥାପନ କରିବାକୁ ଜମି ନେଇଥ‌ିବା ମୋଟ୍ ୮୭ଟି ସଂସ୍କା ମଧ୍ୟରୁ ମାତ୍ର ୨୮ଟି ନିଜର ଶିଳ୍ପ ସ୍ଥାପନ କରିଥିବା ଏବଂ କରିବାକୁ ଯାଉଥ‌ିବାବେଳେ ବାକି ରହିଥ‌ିବା ୫୯ଟି ସଂସ୍ଥା କୁଆଡ଼େ ଗଲେ ତାର ଖୋଜ୍ ଖବର ମିଳୁନାହିଁ ।

କଳିଙ୍ଗନଗରକୁ ଶିଳ୍ପ ହବ୍‌ରେ ପରିଣତ କରିବାକୁ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କନ୍‌କ୍ଳେଭର ନାରା ଦେଇଥିଲେ। କେବଳ ବୃହତ୍‍ ଶିଳ୍ପ ନୁହଁ ଏଠାରେ କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଶିଳ୍ପ ସ୍ଥାପନ କରିବାକୁ ଆହ୍ୱାନ ଦେଇ ଏହାର ସଫଳ ରୂପାୟନ ପାଇଁ ସତନ୍ତ୍ର ଭିଜନ୍ ଆପଣାଇଥିଲେ। ରାଜ୍ୟ ସରକାରଙ୍କ ଲୋଭନୀୟ ପ୍ରସ୍ତାବରେ ଆକର୍ଷିତ ହୋଇ ନିଜର ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରିବାକୁ ଆଗଭର ହୋଇଥ‌ିବା ମୋଟ୍ ୮୭ଟି ସଂସ୍ଥାକୁ ଇଡ୍‌କୋ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୯୪.୫୨୩ ଏକର ଜମି ଯୋଗାଇ ଦେଇଛି। ଏହି ସଂସ୍ଥାଗୁଡ଼ିକ ମଧ୍ୟରୁ ଦିନବନ୍ଧୁ ଷ୍ଟିଲ୍ ବର୍ତ୍ତମାନର ୟାଜଦାନୀ ଷ୍ଟିଲ, କେଜେ ଇସ୍ପାତ୍‍, ମେସ୍କୋ ଷ୍ଟିଲ୍, ଏନ୍‌ ଆଇଏନ୍ଏଲ୍, ରୋହିତ୍ ଫେରୋଟେକ୍, ନ୍ୟୁଜୋନ୍ ଟ୍ୟୁବ୍, ଯାଜପୁର ସିମେଣ୍ଟ, ନ୍ୟୁ ଭିଷ୍ଟା, ବେଟ୍ ଲଜିଷ୍ଟିକ୍, ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ୍‌, ବିଆର୍‍ପିଏଲ୍, ଭିସା ଷ୍ଟିଲ୍, ଭିସା କୋକ, ଟାଟା ଷ୍ଟିଲ୍, ମୈଥାନ୍ ଇସ୍ପାତ୍, ଜିନ୍ଦଲ ଷ୍ଟେନ୍‌ସ୍ ପ୍ରଭୃତି ନିଜର ସଂସ୍ଥା ସ୍ଥାପନ କରି ସାରିଥିବାବେଳେ ଭିସିଆଇ କେମିକାଲ୍, ଡାର ସେଲ୍ ଲଜିଷ୍ଟିକ୍, ଇମ୍ଫା ଏବଂ ସାଇଜର ପ୍ରଭୃତି ସଂସ୍ଥା ଆରମ୍ଭ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କିନ୍ତୁ ବାକି ରହିଥ‌ିବା ୫୯ଟି ସଂସ୍ଥା ଜମି ହାତେଇ ନେବା ପରେ ନିଜର ସଂସ୍ଥା ପ୍ରତିଷ୍ଠା କରିବାକୁ କାହିଁକି ଆଗଭର ହେଉନାହାନ୍ତି ଆଉ ସେମାନଙ୍କ ରାସ୍ତାରେ କ’ଣ ସବୁ ଅସୁବିଧା ରହିଛି ତାହା ବୁଝିବାକୁ ଜିଲା ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ ହେଉନାହିଁ ।

ଖବର ଅନୁଯାଇ ଏହି ସଂସ୍ଥାଗୁଡିକ ମଧ୍ୟରେ ବ୍ରାଡି ଆଣ୍ଡ ମୋରିସ୍‌ ୧୫,୦୦୦ ଏକର, ପିଇଲ୍ ଓଡ଼ିଶାକୁ ୫,୦୦୦ ଏକର, କଳିଙ୍ଗ ଅଟୋମୋବାଇଲ୍‍ସକୁ ଚାନ୍ଦିଆରେ ୦.୫୦୦ଏକର, ମଙ୍ଗରାଜ ଗ୍ୟାସକୁ ଚାନ୍ଦିଆରେ ୧. ୦୦୦ ଏକର ମିଳିଛି । ସେହିପରି ଉମଙ୍ଗ ଅଟୋମୋବାଇଲକୁ ଖରୁଣ୍ଟିରେ ୬, ୫୦୦ ଏକର, ଶୁଭ୍ ୱାର୍କକୁ ୭,୦୦୦ ଏକର, ଲିଙ୍ଗରାଜ ସପ୍ଲାଇକୁ ୫.୦୦୦ଏକର, ପିଏମ୍‍ଜି ମୋଟର୍ସକୁ ୦.୭୫୦ ଏକର, ଗଣପତି ଇଞ୍ଜିନିୟର୍ସକୁ ଖୁରଣ୍ଟିରେ ୮.୦୦୦ଏକର, ଜେଏସ୍ ଇମ୍ଫାଟେକ୍‌କୁ ବାଜିଆରେ ୧,୦୦୦ ଏକର, ମାଗନମ୍ ୟୁନିଟ୍ୟୁବ୍ଲକୁ ଚାନ୍ଦିଆ ଏବଂ କଚେରି ଗାଁରେ ୩.୦୦୦ ଏକ ର, ଅଶୋକ ଫେରୋକଷ୍ଟକୁ ଚାନ୍ଦିଆରେ ୪,୦୦୦ ଏକର, କଳିଙ୍ଗ ଆଲୋଏଜ୍‍କୁ କଚେରି ଗାଁରେ ୫.୦୦୦ ଏକର, ଆଖଣ୍ଡଳମଣୀ ଇଲେକ୍ଟ୍ରିକୁ ଚାନ୍ଦିଆରେ ୦.୫୦୦ ଏକର, ସାଗତ ୟୁରେଥେନ୍‍କୁ ଚାନ୍ଦିଆରେ ୦.୫୦୦ ଏକର, ରିଲିଏବୁଲ୍ ହାଇଟେକ୍‍କୁ ଚାନ୍ଦିଆରେ ୩ ୦୦୦ ଏକର, ମହାରାଜା ଫେରୋଆଲୋଏଜ୍‍କୁ ଚାନ୍ଦିଆରେ ୨,୫୦୦ ଏକର, ୱେବନ୍ ଫାଇନାନ୍ସରକୁ ଚାନ୍ଦିଆରେ ୧,୦୦୦ ଏକର, ସ୍ୱାଇଁ ମେଟାଲ୍‌କୁ ଚାନ୍ଦିଆରେ ୧,୦୦୦ଏକର, ଗର୍ଗ ବେଭେରେଜେସ୍‌କୁ ଚାନ୍ଦିଆରେ ୧.୦୦୦ ଏକର, ମା’ ତାରିଣୀ ଏଣ୍ଟରପ୍ରାଇଜେସ୍‌କୁ ଚାନ୍ଦିଆରେ ୦.୭୫୦ ଏକର, ଷ୍ଟିଲ୍‍ଟନ୍‌କୁ ଚାନ୍ଦିଆରେ ୦.୫୦୦ ଏକର, ଶ୍ରୀ ଉଦ୍ୟୋଗକୁ ଚାନ୍ଦିଆରେ ୦.୫୦୦ ଏକର, ସ୍ୱାଇଁ ଫ୍ଲାଏଆସ୍‌କୁ ଚାନ୍ଦିଆରେ ୧.୦୦୦ ଏକର, ଏକ୍ସଲ ଇଣ୍ଡଷ୍ଟ୍ରିକୁ ଚାନ୍ଦିଆରେ ୦.୫୦୦ଏକର ଜମି ପ୍ରଦାନ କରାଯାଇଛି । ତ୍ରିମୂର୍ତ୍ତି କନ୍‌ଷ୍ଟ୍ରକସନ୍‌କୁ ଚାନ୍ଦିଆରେ ୦.୫୦୦ ଏକର, ଓମ୍‍ଶଙ୍କର ଷ୍ଟିଲ୍‌କୁ ଚାନ୍ଦିଆରେ ୩.୦୦୦ ଏକର, ଅଭିଲିପ୍ସା କେମିକାଲ୍‌କୁ ଚାନ୍ଦିଆରେ ୦.୨୫୦ ଏକର, ଜିଡି ଏଣ୍ଟରପ୍ରାଇଜେସ୍‌କୁ ଜଖପୁରାରେ ୨.୦୦୦ ଏକର, ଗାୟତ୍ରୀ ଏଜେନ୍ସିକୁ ଜଖପୁରାରେ ୧,୦୦୦ ଏକର, ଅମ୍ବିକା ଏଜେନ୍ସିକୁ ଜଖପୁରାରେ ୦.୫୦୦ଏକର, ସାର୍ଥକ ଇଣ୍ଡଷ୍ଟ୍ରିକୁ ଜଖପୁରାରେ ୦.୫୦୦ଏକର, ଷ୍ଟିଲ୍‌ଟେକ୍‍କୁ ଜଖପୁରାରେ ୧.୦୦୦ ଏକର, ବିକେ ଷ୍ଟୀଲେକ୍ସକୁ ଜଖପୁରାରେ ୦.୧୩୦ ଏକର, ଆଦିନାଥ ଏଣ୍ଟରପ୍ରାଇଜେସ୍‌କୁ ଜଖପୁରାରେ ୦.୫୦୦ ଏକର, ଓରିଣ୍ଡ ସ୍ପେସିଆଲ୍‌କୁ ଜଖପୁରାରେ ୫.୦୦୦ ଏକର, ସାଇ ଫେବ୍ରିକେସନ୍‌କୁ ଜଖପୁରାରେ ୧.୫୦୦ ଏକର, ରହି ଅଟୋମୋବାଇଲ୍ସକୁ ଜଖପୁରାରେ ୦.୫୦୦ ଏକର, ବିକେ ଷ୍ଟିଲ ଇଣ୍ଡଷ୍ଟ୍ରିକୁ ଜଖପୁରାରେ ୨୫.୮୨୦ ଏକର, ବେଟ୍ଟିନାଡା ସିମେଣ୍ଟକୁ ଜଖରାରେ ୮୩.୦୦୦ ଏକର, ଶ୍ରୀ ଭାରତ ମୋଟର୍ସକୁ ଜଖପୁରାରେ ୩.୦୦୦ ଏକର, ଜିଏମ୍ ଆଇରନ୍‌କୁ ଜଖପୁରାରେ ୧୦,୦୦୦ ଏକର, ମା’ ଦୁର୍ଗା ସର୍ଭିସ ଷ୍ଟେସନକୁ ଜଖପୁରାରେ ୦.୫୦୦ ଏକର, ହର୍ଜ ଆଣ୍ଡ ସନ୍ସକୁ ୧.୫୦୦ ଏକର, ଶ୍ରୀଜଗନ୍ନାଥ ଏଣ୍ଟରପ୍ରାଇକର୍ସନ୍ ୧.୦୦ ଏକର, ୟେସ୍ ୟେସ୍ ପ୍ରଡକ୍ଟକୁ ୦.୫୦୦ ଏକର, ଏଚ୍ଏସ୍ ବ୍ୟାରେଜ୍‍କୁ ୦.୫୦୦ ଏକର, ଅଲ୍‍ଟି ଉଦ୍ୟୋଗକୁ ୦.୨୫୦ ଏକର, ଆର୍‌ଜି ସୋଲାର୍ଜକୁ ୦.୪୦୦ ଏକର, ମହେଶ ଇନ୍‌ଫାଷ୍ଟ୍ରକଚରକୁ ଖୁରୁଣ୍ଟିରେ ୯.୦୦୦ ଏକର, ବିପି ଏନ୍‌ଏସ୍‍ଆଇକୁ ଜଖପୁରାରେ ଏବଂ କଚେରି ଗାଁରେ ୨୫.୦୦୦ ଏକର, ଉତ୍ତମ ଗାଲ୍‍ଭାକୁ ୩୮୬.୪୨୦ ଏକର, ଭିର୍କ କାର୍ଗୋକୁ ଜଖପୁରାରେ ୩.୦୦୦ ଏକର, ବିକି ଉତ୍କଳ ଷ୍ଟିଲ୍‌କୁ ଜଖପୁରାରେ ୬୪.୮୬୦ ଏକର, ଓଏସ୍‌ପିସିବିକୁ ୧.୦୦ ଏକର, ହୋଟେଲ୍‌ ଜିନିକୁ ୨,୦୦୦ ଏକର, ଇମ୍ଫାକୁ ୧୨୪, ୨୬୦ ଏକର, ପାଦ୍ଵୀପ୍ ଅକ୍ସିଜେନ୍‌ ଚାନ୍ଦିଆରେ ୦.୫୦୦ କ୍ୟୁଜେନ୍‌କୁ ଟାଣିଆରେ ୨,୫୦୦ ଏକର, ଦେବି ଗ୍ୟାସ୍‌କୁ ଚାନ୍ଦିଆରେ ୦.୮୦୦ ଏକର, ସନ୍‌ଭିରାକୁ ଜଖପୁରାରେ ୫୦,୦୦୦ ଏକର ଜମି ଯୋଗାଇ ଦିଆଯାଇଛି । ଇଡ୍‍କୋ ପାଖରୁ ଏହି ୫୯ଟି ସଂସ୍ଥା ହାଟେଇ ନେଇଥିବା ଏହି ୫୯ଟି ସଂସ୍ଥା ହାତେଇ ନେଇଥିବା ଜମିର ମୋଟ୍ ପରିମାଣ ୮୮୬.୧୩ ଏକର ହୋଇଥିବା ଜଣାପଡ଼ିଛି।

ଏଥି ମଧ୍ୟରୁ କିଛି ଶିଳ୍ପ ସଂସ୍ଥାକୁ ଜମି ହସ୍ତାନ୍ତର କରିବାରେ ଜିଲା ପ୍ରଶାସନ ସଫଳ ହୋଇଥିବାବେଳେ ବିସ୍ଥାପନ ସମସ୍ୟାକୁ ନେଇ ଆଉ କିଛି ସଂସ୍ଥାକୁ ଜମି ହସ୍ତାନ୍ତର ହୋଇପାରୁନାହିଁ । କେବଳ ବିସ୍ଥାପନ ସମସ୍ୟା ନୁହଁ ସ୍ଥାନୀୟ କୁଜି ନେତାମାନଙ୍କଠାରୁ ଆରମ୍ଭ କରି ବଡ଼ ନେତାଙ୍କ ଦାବି ଅନୁଯାଇ ଚାନ୍ଦା ଏବଂ ସେମାନଙ୍କ ଅନୁଗତମାନଙ୍କୁ ଠିକାଦାରୀ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ  ସଂସ୍ଥାଗୁଡ଼ିକ ଆରମ୍ଭରୁ ମୁହଁ ମୋଡ଼ି ଦେଇଥିବା କୁହାଯାଉଛି। ଖାଲି ଜମି ଦେଇଦେଲେ ହେବ ନାହିଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ସୁରକ୍ଷା ଆଉ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାରେ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ବ୍ୟର୍ଥ ହେବା କାରଣରୁ ଏଠାରେ ମେକ୍ ଇନ୍ ଓଡ଼ିଶା ଚୂଲିକୁ ଯାଇଥିବା ସ୍ପଷ୍ଟ ହୋଇ ଯାଇଛି ।

Also Read- ବାଂଲାଦେଶରୁ ପଶିଆସିବେ ମୁସଲିମ ଆତଙ୍କୀ ! ମୋହନ ସରକାର କେବେ ଲାଗୁ କରିବେ ସିଏଏ ?

Also Read- ତ୍ରିଶୁଳିଆ ବ୍ରିଜ୍ରୁ କାଠଯୋଡ଼ିକୁ ଡେଇଁଲେ ପତି-ପତ୍ନୀ