Kali Puja 2024: କାଳୀ ପୂଜା ପାଇଁ ଉତ୍ସବମୁଖର ଭଦ୍ରକ ସହର: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
Advertisement
Article Detail0/zeeodisha/odisha2495789

Kali Puja 2024: କାଳୀ ପୂଜା ପାଇଁ ଉତ୍ସବମୁଖର ଭଦ୍ରକ ସହର: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Kali Puja 2024: ଐତିହାସିକ କାଳୀପୂଜା ଉତ୍ସବ ମୁଖର ହୋଇପଡିଛି  ଭଦ୍ରକ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଙ୍କ ପୀଠରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମା ଙ୍କୁ ପୂଜାର୍ଚନା ନେଇ ଟ୍ରଷ୍ଟ ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି । 

Kali Puja 2024: କାଳୀ ପୂଜା ପାଇଁ ଉତ୍ସବମୁଖର ଭଦ୍ରକ ସହର: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Kali Puja 2024: ଐତିହାସିକ କାଳୀପୂଜା ଉତ୍ସବ ମୁଖର ହୋଇପଡିଛି  ଭଦ୍ରକ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଙ୍କ ପୀଠରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମା ଙ୍କୁ ପୂଜାର୍ଚନା ନେଇ ଟ୍ରଷ୍ଟ ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି । ରୀତିନୀତି ଅନୁଯାୟୀ ମାଆ ଙ୍କ ପୂଜାର୍ଚ୍ଚନା ସହ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ , କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ଏତିହାସିକ କାଳୀପୂଜା ଉପଲକ୍ଷେ ସହର ରେ ୯ଟି ପୂଜାମଣ୍ଡପରେ ମା ଶ୍ୟାମାକାଳୀଙ୍କ ମୁର୍ମୟୀ ମୂର୍ତ୍ତିଙ୍କର ପୂଜାର୍ଚନା ପାଇଁ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ୯ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା କାଳୀପୂଜାକୁ ମହାଡମ୍ବର ସହକାରେ ପାଳନ କରିବାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ଥିର କରାଯାଇଥିବା ବେଳେ,ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ପୂଜାମଣ୍ଡପ ଗୁଡିକ ପକ୍ଷରୁ ପ୍ରତିଯୋଗିତା ମୂଳକ ଆୟୋଜନ କରାଯାଇଛି।